କ’ଣ ଓଡ଼ିଶା ରେ ହୋଇଥିଲା ଅକସ୍ମାତ୍ ଗୁଳିକାଣ୍ଡ? କ’ଣ ସତ୍ୟ କାହାଣୀ ଏହି ଭିଡିଓ ପଛରେ? ଜାଣନ୍ତୁ

Social

କିଛି ସୋସିଆଲ୍ ମିଡ଼ିଆ ଦାବି କରିଛନ୍ତି ଯେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ର ଅଟେ। ଏବଂ ଅନ୍ୟ କେତେକ ସୋସିଆଲ୍ ମିଡ଼ିଆ ଏହା ଖୋର୍ଧା ଜିଲ୍ଲା ର ହୋଇଥିବା ନେଇ ଦାବି ପ୍ରକାଶ କରିଛନ୍ତି । ଏହି ଭିଡିଓ ରେ ଥିବା ଦୃଶ୍ୟ ରୁ ଏହା ଜଣାପଡ଼ୁଛି ଯେ ଭିଡିଓ ରେ ଥିବା ଦୁଇ ଜଣ ବ୍ୟକ୍ତି ପେଟ୍ରୋଲ ପମ୍ପ ରେ ଗୁଳିଚାଳନା କରୁଛନ୍ତି । ଏହି ଭିଡିଓ ଟି ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲା ରେ ହୋଇଥିବା ନେଇ ଦାବି କରାଯାଉଛି ।

ଆମ ଅନୁସନ୍ଧାନ :-

ଏହି ଭିଡିଓ ପଛରେ ଥିବା ସତ୍ୟ କୁ ଅନୁସନ୍ଧାନ କରିବା ପାଇଁ ପ୍ରଥମେ ଆମେ ଏହି ଭିଡିଓ ର ପ୍ରତ୍ୟେକ ଫ୍ରେମ କୁ ଇନ୍‌ଭିଡ୍‌ କ୍ରୋମ୍ ଏକ୍ସଟେନସନ୍ ଟୁଲ ସାହାଯ୍ୟରେ ଅଲଗା କରି ପର୍ଯ୍ୟବେକ୍ଷଣ କଲୁ। ଯେତେବେଳେ ଆମେ ରିଭର୍ସ ଇମେଜ ସର୍ଚ ଇନ୍ ଗୁଗଲ୍ ର ସହାଯ୍ୟତା ରେ ଗୋଟିଏ ଫ୍ରେମ କୁ ପର୍ଯ୍ୟବେକ୍ଷଣ କଲୁ, ଆମେ ଏହା ସହିତ ଜଡ଼ିତ ଏକ ତଥ୍ୟ ସଂପର୍କରେ ଆସିଲୁ। Times of IndiaTimes now Mirror ର ତଥ୍ୟ ଅନୁଯାୟୀ, ଏହି ଘଟଣାଟି ଅକ୍ଟୋବର 2018 ରେ, ଘଟିଥିଲା। ଏହି ଭିଡିଓ ପଛରେ ଥିବା ପ୍ରକୃତ ତଥ୍ୟ ଟି ଏହା ଯେ, ଏହି ଘଟଣାଟି ହରିୟାଣା ର ଦୁଧୋଲା ଜିଲ୍ଲା ରେ ଘଟିଥିଲା।

 ଏହି ଘଟଣାଟି ଝାରସୁଗୁଡ଼ା ଏବଂ ଖୋର୍ଦ୍ଧା ରେ ହୋଇଥିବା ର ମିଥ୍ୟା ଦାବୀ କରାଯାଇଅଛି। ଏହି ଭିଡିଓ ଟି ରେ ହୋଇଥିବା ଗୁଳିଚାଳନା ର କୌଣସି ପ୍ରକାର ସମ୍ପୁକ୍ତି ଓଡ଼ିଶା ସହିତ ନାହିଁ।

TOI Archive| MNN Archive

ଏହି ଘଟଣାର ପୁଷ୍ଟି କରିବା ପାଇଁ ଆମେ ପଲବଲ ପୁଲିସ ଥାନାର ଅଧିକାରୀଙ୍କ ସହ ଅନୁସନ୍ଧାନ କରିଲୁ। ପୁଲିସ ଅଧିକାରୀ ସୁନିଶ୍ଚିତ କରିଲେ ଯେ ଏହି ଘଟଣାଟି ହରିୟାଣାର ଦୁଧୋଲା ଜିଲ୍ଲା ରେ ଘଟିଥିଲା। ଏବେ ପର୍ଯ୍ୟନ୍ତ ଦୁଇଜଣ ଅପରାଧୀ ଫେରାର ଅଛନ୍ତି।

 ଶେଷକଥା:-
ଆମ ଅନୁସନ୍ଧାନ ରୁ ଏହା ଜଣାପଡିଲା ଯେ, ଏହି ଭିଡିଓ ରେ ହୋଇଥିବା ଦାବି ସହିତ ସତ୍ୟ ଘଟଣାର କୌଣସି ପ୍ରକାର ସମ୍ପର୍କ ନାହିଁ। ପ୍ରକୃତ ଘଟଣାଟି ହରିୟାଣା ଅନ୍ତର୍ଗତ ଦୁଧୋଲା ଜିଲ୍ଲା ରେ ଘଟିଥିଲା। ଓଡ଼ିଶା ରାଜ୍ୟ ର କୌଣସି ସ୍ଥାନ ସହିତ କୌଣସି ସଂମ୍ପର୍କ ନାହିଁ।

Avatar

Title:କ’ଣ ଓଡ଼ିଶା ରେ ହୋଇଥିଲା ଅକସ୍ମାତ୍ ଗୁଳିକାଣ୍ଡ? କ’ଣ ସତ୍ୟ କାହାଣୀ ଏହି ଭିଡିଓ ପଛରେ? ଜାଣନ୍ତୁ Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *