କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

False Political Social
source copy.jpg

ଫେସବୁକର ଓଡିଶା ଏକ୍ସକ୍ଳୁସିଭ ପେଜରେ ଛପି ଥିବା ଏହି ଅନୁଛେଦରେ ଏହା ଦାବି କରା ଯାଇଅଛିଜେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମ ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ ସରକାର ଏହା ନିୟମ କରିଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ୨.୫ ଲକ୍ଷ୍ୟ ତାଙ୍କ ଦବ। ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରାମଦାସ ଅଠୱାଲେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏନେଇ ସୂଚନା ଦେଇଥିଲେI ଏପରିକି ରାଜ୍ୟ ସରକାର ଙ୍କୁ ମଧ୍ୟ ଲିଖିତ ଆକାରର ରେ ଏକ ଚିଠି ଦେଇଛନ୍ତି କି ରାଜ୍ୟ ଏହାକୁ ଲାଗୁ କରୁ I 

୨୪ ଅକ୍ଟୋବର ୨୦୧୯ ରେ ଏହି ବିଷୟରେ ଟୁଇଟରରେ ମଧ୍ୟ ଥଟା ଉଡ଼ା ଯାଇଅଛି। 

twitter.jpg

Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟରେ ଛପି ଥିବା ଅନୁଛେଦକୁ ବିସ୍ତାରରେ ପଢିଲୁ। ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଆମେ ଏହି ଅନୁଛେଦକୁ ପଢିଲା ପରେ ଏହା ପାଇଲୁ ଯେ ଏହି ଅନୁଛେଦରେ ହିଁ ଏହା ଲେଖା ଯାଇଅଛି ଯେ ସରକାରୀ ଚାକିରି ଦେବା ପାଇଁ ଏପରି କୌଣସି ନିୟମ କରା ଯାଇ ନାହିଁ। ଏହି ନିୟମ ଲାଗୁ କରିବା ପାଇଁ ରାମଦାସ ଅଠୱାଲେ ପ୍ରତ୍ୟେକ ରାଜ୍ୟ କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବ କୁ ନେଇ ସରକାର କୌଣସି ମଧ୍ୟ ନିର୍ଣୟ ନେଇ ନାହିଁ।

୨୨ ଅକ୍ଟୋବର ୨୦୧୯ ରେ ଅଣିନିୟୁଷ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ରାମଦାସ ଅଠୱାଲେ ସରକାରଙ୍କ ଅନ୍ତର୍ଗତ ଗୋଟିଏ ନିୟମ ବିଷୟରେ ଜଣାଇଲେ ଯେଉଁଥିରେ ଅଲଗା ଜାତିରେ ବିବାହ କରିଲେ ସରକାର ବିବାହିତ ଯୋଡି କୁ ୨.୫ ଲକ୍ଷ୍ୟ ତାଙ୍କ ଦେବେ। ସେପ୍ଟେମ୍ବର ୨୦୧୬ ମସିହାରେ ମଧ୍ୟ ଶ୍ରୀ. ରାମଦାସ ଓଡିଶା ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଅଲଗା ଜାତିରେ ବିବାହିତାଙ୍କୁ ସରକାରୀ ଚାକିରି ଦିଅ ହେଉ। 

ani news.jpg

Archive

ଦି ହିନ୍ଦୁ ପାତ୍ରୀକରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ମହାରାଷ୍ଟ୍ର ସରକାର ଅଲଗା ଜାତି ବିବାହ କରିଲେ, ବିବାହିତା ଯୋଡିଙ୍କୁ ୨.୫ ଲକ୍ଷ୍ୟ ତାଙ୍କ ଦେବ। 

the hindu.jpg

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଅଲଗା ଜାତିରେ ବିବାହ କରିଲେ ସରକାରୀ ଚାକିରି ମିଳିବ ଖବର ଗୋଟିଏ ମିଥ୍ୟା। ସରକାର ଏପରି କିଛି ନିୟମ ବନୟନାହିଁ। ଏହି ବିଷୟରେ ଶ୍ରୀ। ରାମଦାସ ଅଠୱାଲେ ସରକାରଙ୍କୁ ପ୍ରସ୍ତାବ ଦେଇଅଛନ୍ତି କିନ୍ତୁ ଏବେ ଯାଏଁ ସରକାର କୌଣସି ନିର୍ଣୟ ନେଇ ନାହାନ୍ତି। ଏହି ପୋଷ୍ଟର ଶୀର୍ଷକ ଓ ଲେଖା ଯାଇ ଥିବା ଅନୁଛେଦରେ କରା ଯାଇ ଥିବା ଦାବିରେ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *