କ’ଣ କେନ୍ଦ୍ର ସରକାର ବିଏସଏନଏଲ କୁ 5ଜି ଲାଇସେନ୍ସ ଦେବା ପାଇଁ ଅସ୍ଵୀକାର କରିଛି? ଜାଣନ୍ତୁ ସତ୍ୟ।

False Social Technology

ଭାରତରେ 5ଜି ଇଣ୍ଟର୍ନେଟ ସୁବିଧାର ଉନ୍ମୋଚନ ଅକ୍ଟୋବର ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା କରା ଯାଇଥିଲା। ବର୍ତ୍ତମାନ କେବଳ ରିଲାନ୍ସ ଜିଓ ଏବଂ ଏୟାର୍ଟେଲ୍ ୫ଜି ସର୍ଭିସ ଯୋଗାଉଛନ୍ତି। ୧ ଅକ୍ଟୋବର ୨୦୨୨ ରୁ ନେଇ ଆଜି ପର୍ଯ୍ୟନ୍ତ ୫୦ ଟି ସହରରେ ୫ଜି ସର୍ଭିସ ଆରମ୍ଭ ହେଇ ସାରିଛି। 

ଏହି ପ୍ରସଙ୍ଗରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ବିଏସଏନଏଲ କୁ ୫ଜି ଲାଇସେନ୍ସ ଦେବା ପାଇଁ ଅସ୍ଵୀକାର କରିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଏସଏନଏଲ ୫ଜି ୨୦୨୩ ମସିହାରେ ଆରମ୍ଭ କରିବା ଯୋଜନା କରୁଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “BSNL କୁ 5ଜି ଲାଇସେନ୍ସ ମିଳିବ ନାହିଁ କିନ୍ତୁ BSNL ଟାୱାର ରେ Jio ର 5ଜି ସେବା ଚାଲିବ ଏହା ହେଉଛି ନରେନ୍ଦ୍ର ମୋଦି ସରକାରଙ୍କ ରାଷ୍ଟ୍ର ପ୍ରେମ”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ଡିସେମ୍ବର ୨୦୨୨ ରେ ଆଜ୍ ତକ୍ ୱେବସାଇଟରେ BSNL ର 5G ସେବା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ BSNL ର 5G ସେବା ଆରମ୍ଭ କରିବାର ଯୋଜନା ଚାଲିଛି ବୋଲି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। 

ପ୍ରଥମେ BSNL ର 4G ସେବା ଆରମ୍ଭ କରା ଜୀବ ଯାହାକୁ 5G ରେ ନବୀକରଣ କରା ଯିବ। ଏହା କରିବା ପାଇଁ ପ୍ରାୟ ୪ ରୁ ୫ ମାସ ସମୟ ଲାଗିବ। BSNL ଦ୍ଵାରା ସରକାର ଗ୍ରାମାଞ୍ଚଳରେ ଇଣ୍ଟର୍ନେଟ ସୁବିଧା ପହଞ୍ଚାଇବାର ଯୋଜନା କରୁଛି। 

୧୬ ଡିସେମ୍ବର ୨୦୨୨ ର ଦି ଏକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଟେଲିକମ୍ ବିଭାଗ ଅଗଷ୍ଟ ୨୦୨୩ ସୁଦ୍ଧା ଏହାର 5G ସେବା ଆରମ୍ଭ କରିବା ପାଇଁ ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ (ବିଏସଏନଏଲ) କୁ ପ୍ରାୟ 62,000 କୋଟି ମୂଲ୍ୟର ସ୍ପେକ୍ଟ୍ରମ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି। BSNL ଜାନୁଆରୀ ୨୦୨୩ ରୁ ୪ଜି ସେବା ଆରମ୍ଭ କରିବା ବୋଲି କହିଛି ଏବଂ ଏହା ସହିତ 4G ରୁ 5G ଉନ୍ନୟନ ମଧ୍ୟ କରିବ। 

ୟୁଟ୍ୟୁବରେ ସର୍ଚ୍ଚ କରିବା ପରେ ଆମକୁ ବିଜ୍ ଟକ୍ ନାମକ ଚ୍ୟାନାଲରେ ୩ ମାସ ପୂର୍ବରୁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ଏକ ସାକ୍ଷାତ ପ୍ରସାଇଟ ହେଇଥିଲା। ଏହି ସାକ୍ଷାତରେ ସେ କହୁଛନ୍ତି, “ଆସନ୍ତା ୬ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ୨୦୦ ରୁ ଅଧିକ ସହର ଏବଂ ଗ୍ରାମାଞ୍ଚଳରେ 5ଜି ସେବା ଉପଲବ୍ଧ ହେବ। ଆସନ୍ତା 2 ବର୍ଷରେ ଦେଶର 80% ଆଞ୍ଚଲରେ 5G ସେବା ଉପଲବ୍ଧ କରାଇବା ପାଇଁ କାମ ଚାଲିଛି।” 

ସେ ଏହା ମଧ୍ୟ କହିଛନ୍ତି ଯେ ୧୫ ଅଗଷ୍ଟ ୨୦୨୩ ସୁଧା ଆତ୍ମନିର୍ଭର ଭାରତ ଅନ୍ତର୍ଗତ BSNL ର ୫ଜି ସେବା ଦେଶରେ ଆରମ୍ଭ ହେଇ ଯିବ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅନୁଯାୟୀ ୨୦୨୩ ମସିହାରେ BSNL ର 5ଜି ସେବା ଆରମ୍ଭ କରିବାର ଯୋଜନା ଅଛି। 

Avatar

Title:କ’ଣ କେନ୍ଦ୍ର ସରକାର ବିଏସଏନଏଲ କୁ 5ଜି ଲାଇସେନ୍ସ ଦେବା ପାଇଁ ଅସ୍ଵୀକାର କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *