କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ ହିଟଲରଙ୍କ ଭାଷଣର ଏକ ସଂକ୍ଷିପ୍ତ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି। ଏହି ଭାଇରାଲ ସଂକ୍ଷିପ୍ତ କ୍ଲିପ୍ ରେ ହିଟଲର କହୁଛନ୍ତି “ମୋର ହୃଦୟର ଗଭୀରତମରୁ ମୁଁ ବର୍ତ୍ତମାନ ମଧ୍ୟ”

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

୨୨ ମଇରେ ଜଣେ ଫେସବୁକ ୟୁଜର “ହିଟଲର ଭି କାନ୍ଦିଥିଲା” ଲେଖି ଏହି ଭିଏଅ ପୋଷ୍ଟ କରିଛନ୍ତି। 

Facebook | Archive

ଏହି ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। 

Archive

ଆମ ଅନୁସନ୍ଧାନ: 

ଭାଇରାଲ ହେଉଥିବା ଭିଡିଓ ଦେଖିଲା ପରେ ସ୍ପଷ୍ଟ ହେଲା ଯେ ଏହି ଭିଡିଓରେ ଆସୁଥିବା  ଆବାଜ ହିଟଲରଙ୍କର ନୁହେଁ। ଏହି ଭିଡିଓରେ ପ୍ରକୃତରରେ ହିଟଲର କ’ଣ କହିଛନ୍ତି ଜାଣିବା ପାଇଁ ଆମେ ମୂଳ ଭିଡିଓ ସର୍ଚ କରିଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଗୋଟିଏ ୟୁଟ୍ୟୁବ ଭିଡିଓ ସହିତ ଅଭିମୁଖ ହେଳୁ ଯେଉଁଟା ଭାଇରାଲ ଭିଡିଓ ସହିତ ମେଲ ଖାଉଥିଲା। ଏହି ୟୁଟ୍ୟୁବ ଭିଡିଓରେ ହିଟଲରଙ୍କ ପ୍ରକୃତର ଆବାଜ ଶୁଣିବାକୁ ମିଳିଲା। ଆପଣ ୪୧ ସେକେଣ୍ଡ ସମୟ ପର ଠାରୁ ଏହି ଭିଡିଓ ଦେଖି ପାରିବେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏହି କ୍ଲିପ୍ ର ମୂଳ ଭିଡିଓ ମିଳିଲା। ହିଟଲରର ଏହି ଭାଷଣ ଜର୍ମାନୀର ବାର୍ଲିନ ସହରର ସ୍ପୋର୍ଟପାଲାଷ୍ଟରେ ୧୯୩୩ ମସିହାର ଅଟେ। ଗୋଟିଏ ଆର୍କାଇଭ ସାଇଟରେ ଏହି ଭିଡିଓର ଇଂରାଜୀରେ ଅନୁବାଦ ହେଇଥିବା ମଧ୍ୟ ମିଳିଲା। ୨୮.୧୨ ମିନିଟ ପରଠାରୁ ଆପଣ ମୂଳ ଭିଡିଓରେ ଭାଇରାଲ ହେଉଥିବା କ୍ଲିପ୍ ଦେଖି ପାରିବେ। ପ୍ରକୃତର ଭିଡିଓରେ ହିଟଲର କହୁଛନ୍ତି “ଆମେ ମିଛ କହିବାକୁ ଚାହୁଁ ନାହୁଁ ଏବଂ ଠକିବାକୁ ଚାହୁଁ ନାହୁଁ। ସେଥିପାଇଁ ମୁଁ ଏହି ଲୋକ ମାନଙ୍କ ଆଗରେ ଆସି ମିଥ୍ୟା ପ୍ରତିଶ୍ରୁତି ଦେବା ପାଇଁ ମନା କରିଥିଲି।”

ଆମେ ଏହି ଭାଷଣର ଜର୍ମାନୀ ଏବଂ ଇଂରାଜୀ ଅନୁବାଦ ଗୁଡ଼ିକର ଯାଞ୍ଚ କରି ଭାଇରାଲ ଭିଡିଓରେ ଦାବି କରା ଯାଇଥିବା ଭାଷଣ କୌଣସି ସନ୍ଦର୍ଭ ପାଇଲୁ ନାହିଁ। 

ହିଟଲରଙ୍କର ୧୯୩୩ ମସିହାର ଭାଷଣର ଏକ ସମ୍ପୂର୍ଣ ଭିଡିଓ ଏବଂ ଅଡିଓ ସଂସ୍କରଣ ମଧ୍ୟ ପଲବ୍ଧ ଅଛି। ଏହି ଭିଡିଓର କ୍ଲିପ୍ କୁ ଆପଣ ଗେଟି ଇମେଜ, ଆମେରିକା ହୋଲୋକୋଷ୍ଟ ମେମୋରିଆଲ ସଙ୍ଘରାଳୟରେ ମଧ୍ୟ ଦେଖି ପାରିବେ। 

ଏହି ପୋଷ୍ଟକୁ ଫେଫ୍ଟ କୃସେଣ୍ଡୋ ମରାଠୀ ଏବଂ ଇଂରାଜୀ ଦଳ ମଧ୍ୟ ମିଥ୍ୟା ପ୍ରମାଣ କରି ସାରିଛି। 

ଶେଷକଥା: 

ଭାଇରାଲ କ୍ଲିପ୍ ରେ ହିଟଲର ଲୋକଙ୍କ ସାମନାରେ କାନ୍ଦୁଥିବା ଭିଡିଓ ନୁହେଁ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କ୍ଲିପ୍ ରେ ଭଏସ୍ ଓଭର ଯୋଗ କରା ଯାଇଅଛି। ମୂଳ ଭାଷଣରେ ହିଟଲର କାନ୍ଦି ନାହାନ୍ତି କିମ୍ବା ଭାଇରାଲ ଭାଇରାଲ କ୍ଲିପ୍ ରେ ତାଙ୍କ ଭାଷଣ ପ୍ରକୃତର ଭିଡିଓରେ ଥିବା ଭାଷଣ ସହିତ ମେଲ ଖାଉ ନାହିଁ।

Avatar

Title:କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *