
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଇଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ “୫ ଦିନ ତଳେ ପାଲେଷ୍ଟାଇନ ରକେଟ୍ ମାଡ଼ରେ ଇଜ୍ରାଏଲ୍ ଠାରେ ରହୁଥିବା ଭାରତୀୟ କେରଳ ନିବାସୀ “ସୈାମ୍ୟା” ଙ୍କ ମୃତ୍ୟୁ ହୋଇଥିଲା, ଜଣେ ଭାରତୀୟଙ୍କ ଅକାରଣେ ଜୀବନ ଯାଇଥିବା ହେତୁ ଗତକାଲି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଇଜ୍ରାଏଲ୍ ବାୟୁସେନା ତାର ଯୁଦ୍ଧ ଜାହାଜରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ “ସୌମ୍ୟା” ଲେଖି ଦୁଃଖ ପ୍ରକାଶ କରିବା ସହ ସେହି ବିମାନରେ ପୁନଃ ଯୁଦ୍ଧ ଆରମ୍ଭ କରିଛି।”

ଏହି ପୋଷ୍ଟ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା।
ଆମ ଅନୁସନ୍ଧାନ:
ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଧ୍ୟ ଯୋଗୁଁ ଉଭୟ ପକ୍ଷ କ୍ଷେପଣାସ୍ତ୍ର ଏବଂ ବିମାନ ବ୍ୟବହାର କରି ଆକ୍ରମଣ କରୁଛନ୍ତି। ଏଥିରେ ଇସ୍ରାଏଲରେ ରହୁଥିବା କେରଲର ଜଣେ ନାର୍ସ “ସୌମ୍ୟା” ନିଜ ଜୀବନ ହରାଇଛନ୍ତି। ତାଙ୍କ ମୃତ୍ୟଦେହ ଭାରତକୁ ଅଣା ଯାଇଥିଲା। ଭାରତ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି।
ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୨୨ ମାର୍ଚରେ ଚୀନର ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାଇରାଲ ହେଉଥିବା ଫୋଟୋଟି ଚୀନର ଗୋଟିଏ ଯୁଧ୍ୟ ବିମାନର ଫୋଟୋ ଅଟେ ଏବଂ ଏହି ବିମାନର ନାମ ଏୟାର ଫୋର୍ସ J-10C ଅଟେ।

ଚୀନ ସୈନ୍ୟବାହିନୀନିଜ ମିରାଜ ଯୁଧ୍ୟ ବିମାନ ବଦଳାଇବା ପାଇଁ ଚେଙ୍ଗଡୁ ଯେ-୧୦ ବିମାନ କିଣିଛି। ଉପରୋକ୍ତ ଫୋଟୋରେ ଥିବା ଯୁଧ୍ୟ ବିମାନର ଚେଙ୍ଗଡୁ ଏୟାରକ୍ରାଫ୍ତ୍ କର୍ପୋରେସନ ନାମକ ଏକ ବାଣିଜ୍ୟ କମ୍ପାନୀ ନିର୍ମାଣ କରିଥିଲା।
ଏହା ପରେ ଆମେ ଭାଇରାଲ ହେଉଥିବା ଫୋଟୋର ତୁଳନା ଆମ ଅନୁସନ୍ଧାନରେ ମିଳିଥିବା ଫୋଟୋ ସହିତ କରିଲୁ। ତଳେ ଆପଣ ଦୁଇଟି ଫୋଟୋ ମଧ୍ୟରେ ଥିବା ଅନ୍ତର ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋରେ ଥିବା ବିମାନ ଚୀନ ଦେଶର ଅଟେ। ପ୍ରକୃତର ଫୋଟୋରେ ବିମାନ ଉପରେ ସୌମ୍ୟା ନାମ ଲେଖା ଯାଇ ନାହିଁ। ଇସ୍ରାଏଲ ଦ୍ଵାରା ତାଙ୍କ ଯୁଧ୍ୟ ବିମାନର ନାମ ସୌମ୍ୟା ରକ୍ଷା ଯାଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ହାମାସ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ନର୍ସଙ୍କ ନାମରେ ଇସ୍ରାଏଲ ନିଜ ଯୁଧ୍ୟ ବିମାନର ନାମକାରଣ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
