କ’ଣ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପାକଇଲା ପରେ ଜାପାନ ଆମେରିକା ସହିତ ନିଜ ବ୍ୟବସାଏ ସମ୍ପର୍କ ଭାଙ୍ଗି ଦେଇଛି?

False Social
image.jpg

ଭାରତ ଏବଂ ଚୀନ ମଧ୍ୟରେ ଚାଲୁ ଥିବା ସୀମା ବିବାଦ ଏବେ ଯୁଧ୍ୟର ରୁପ ନେଇ ସାରିଛି। କିଛି ଦିନ ପୂର୍ବରୁ ଚୀନ ସହିତ ସୀମା ରେ ହେଇହିବା ଲଢେଇ ରେ ୨୦ ଭାରତ ଯବାନଙ୍କ ମୃତ୍ୟୁ ହେଇଥିବା ବେଳେ ସୁନିବା କୁ ମିଛି ଯେ ଭାରତ ଯବାନଙ୍କ ଆକ୍ରମଣରେ ୪୩ ଚୀନ ସୈନ୍ୟ ଯବାନ ନିଜ ପ୍ରାଣ ହରାଇଛନ୍ତି। ଚୀନର ଭାରତ ସୀମା ଉଲଂଘନ କରିଲା ପରେ ଦେଶର ଲୋକଙ୍କ ମନରେ କ୍ରୋଧ ଉତପନ ହେଇଛି। କିଛି ଦିନ ପୂର୍ବରୁ ଚୀନ ସାମଗ୍ରୀ କୁ ବହିସ୍କାର କରିଥିବା ମଧ୍ୟ ଦେଶରେ ଦେଖିବା କୁ ମିଳିଛି। 

ଏହା ନେଇ ସୋସିଆଲ ମିଡିଆରେ ବର୍ତମାନ ଗୋଟିଏ ପୋସ୍ତ ଭାଇରାଲ ହେଉଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଦୁଇତ୍ୟ ବିଶ୍ଵ ଯୁଧ୍ୟ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ଆକ୍ରମଣ କରିଲା ପରେ ଜାପାନ ଆମେରିକା ଠାରୁ ୧୯୪୫ ରୁ ନେଇ ଆଜି ଦିନ ଟକ କୌଣସି ସାମଗ୍ରୀ କିଣି ନାହିଁ। ଏହା କୁ ୭୧ ବର୍ଷ ହେଇ ସାରିଛି। ଏହା ହେଉଛି ପ୍ରକୃତ ଏକତା ଏବଂ ଦେଶ ପ୍ରେମ। କ’ଣ ଆମେ ଭାରତୀୟ ମଧ୍ୟ ଏପରି ଚୀନ ସହିତ କରିବା କଥା ବୋଲି ପ୍ରଶ୍ନ ପଚରା ଯାଇଅଛି। 

Source.jpg

Share Chat | Archive

ଏହି ପୋଷ୍ଟ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଯେତେବେଳେ ଆମେ ଏହି ପୋଷ୍ଟ ପଢିଲୁ ଆମେ ଦେଖିଲୁ ଯେ ଏଥିରେ ଲେଖା ଯାଇଅଛି ଯେ ଆମେରିକା ୧୯୪୫ ମସିହା ରେ ଜାପାନ ଉପରେ ପରମାଣୁ ବୋମା ପକାଇଥିଲା ଏବଂ ଏହି କଥା କୁ ୭୧ ବର୍ଷ ହେଇ ସାରିଛି।  କିନ୍ତୁ ୧୯୪୫ ମସିହା ରୁ ୨୦୨୦ ମସିହା ୭୫ ବର୍ଷ ହେଉଛି, ୭୧ ବର୍ଷ ନୁହେଁ। ଏହା ଦେଖି ଆମେ ଜାଣି ପାରିଲୁ ଯେ ଏହି ଏହା ଗୋଟେ ପୁରୁଣା ପୋଷ୍ଟ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ଆମେ ଟ୍ରେଡ ରିଲେସନ ବିଟୱିନ ୟୁଏସ ଏଣ୍ଡ ଜାପାନ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସେନ୍ସସ.ଜିଓଭି ସାଇଟ ରେ ଆମେରିକା ଏବଂ ଜାପାନ ମଧ୍ୟରେ ୧୯୮୫ ମସିହା ରୁ ନେଇ ଏପ୍ରିଲ ୨୦୨୦ ମସିହା ତକ ବାଣିଜ୍ୟ ସମ୍ପର୍କ ବିଷୟରେ ଲେଖା ଯାଇଅଛି। 

census.gov.jpg

Census.gov | Archive

ଏହା ପରେ ଆମକୁ ଆମେରିକା ବାଣିଜ୍ୟ ପ୍ରତିନିଧି ୱେବସାଇଟରେ ଆମେରିକା ଏବଂ ଜାପାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ୨୬ ସେପ୍ଟେମ୍ବର ୨୦୧୮ ମସିହାରେ ରାଷ୍ଟ୍ରପତି ଟ୍ରମ୍ଫ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଆବେ ବାଣିଜ୍ୟ ଚୁକ୍ତି ପାଇଁ ବୁଝାମଣା ଆରମ୍ଭ କରିବେ। ୧୮ ଏପ୍ରିଲ ୨୦୧୭ ମସିହାରେ ମଧ୍ୟ ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସ ଏବଂ ଜାପାନ ଉପ ପ୍ରଧାନମନ୍ତ୍ରୀ ଟାରୋ ଆସୋ ଅର୍ଥନୀତି ବିଷୟରେ ଆଲୋଚନା କରିବା ପାଇଁ ସାକ୍ଷାତ କରିଥିଲେ। ଜାପାନ ଆମେରିକାର ଚତୁର୍ଥ ବଡ଼ ରପ୍ତାନି ବଜାର ଅଟେ। ୨୦୧୯ ମସିହାରେ ଆମେରିକା ଜାପାନ କୁ ୭୪.୭ ବିଲିଅନ ଡଲ୍ଲାର ର ସାମଗ୍ରୀ ରପ୍ତାନି କରିଥିଲା। ୨୦୧୯ ମସିହାରେ ଆମେରିକା ୯.୩ ବିଲିଅନ ଦଲ୍ଲର ର ଖଣିଜ ଇନ୍ଧନ, ୮.୮ ବିଲିଅନ ଦଲ୍ଲାର ବିମାନ ଇତିୟାଦୀ ଯାପନକୁ ରପ୍ତାନି କରିଥିଲା। 

US trade representative.jpg

US Trade Representative | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଜାପାନର ଆମେରିକା ସାମଗ୍ରୀ ବୟକଟ କରିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଆମେରିକା ବାଣିଜ୍ୟ ପ୍ରତିନିଧି ଅନୁସାରେ ଜାପାନ ସହିତ ଆମେରିକାର ବାଣିଜ୍ୟ ସମ୍ପର୍କ ଚାଲି ଆସୁଛି। 

Avatar

Title:କ’ଣ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପାକଇଲା ପରେ ଜାପାନ ଆମେରିକା ସହିତ ନିଜ ବ୍ୟବସାଏ ସମ୍ପର୍କ ଭାଙ୍ଗି ଦେଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *