କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

False Political

ସିଏଏ କୁ ନେଇ ଦେଶରେ ବହୁତ ହଙ୍ଗାମା ଚାଲିଛି। ଅନେକ ରାଜ୍ୟ ଏହା ସମର୍ଥନ କରିଥିଲା ବେଳେ ଅନେକ ରାଜ୍ୟ ଏହାର ବିରୋଦ୍ଧ ମଧ୍ୟ କରୁଛନ୍ତି। ଗତ କିଛି ମାସ ଧରି ଚାଲୁଥିବା ଏହି ବିରୋଦ୍ଧ ବର୍ତମାନ ହିଂସା ରୂପ ଧରି ସାରିଛି। ଏହି ସବୁ ସମୟରେ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

ବର୍ତମାନ ଏହା ଦେଖିବାକୁ ମିଳିଛି ଯେ ୫ ମାର୍ଚ ୨୦୨୦ ରେ ବିକ୍ରମ କୁମାର ସେଠ ନାମକ ଜଣେ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି କହିଛନ୍ତି ଯେ ବଙ୍ଗଳାଦେଶରୁ ଆସିଥିବା ରୋହିଁଗ୍ୟ ମୁସଲମାନ ଏ ଦେଶର ନାଗରିକ, ତେଣୁ ସିଏଏ ବିରୋଦ୍ଧରେ ଚାଲୁ ଥିବା ଧାରଣା ସହିତ ତାଙ୍କ କୌଣସି ମଧ୍ୟ ସମ୍ପର୍କ ନାହିଁ।

fb.jpg

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଖୋଜିଲୁ ଯେ ମମତା ବେନର୍ଜି ରୋହିଙ୍ଗିୟାଙ୍କ ପକ୍ଷରେ ବର୍ତମାନ ସମୟରେ କଣ କହିଛନ୍ତି। କିନ୍ତୁ ଆମକୁ ମମତା ବେନର୍ଜିଙ୍କ ରୋହିଙ୍ଗିୟା ମୁସଲମାନ ମାନଙ୍କ ପକ୍ଷରେ କହି ଥିବା କୌଣସି ଖବର ମିଳିଲା ନାହିଁ। ଏହା ପରେ ଆମେ ଗୁଗୁଲରେ ମମତା ବେନର୍ଜି ଅନ ବାଙ୍ଗଲାଦେଶି ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ସମ୍ବନ୍ଧିତ କିଛି ତଥ୍ୟ ଜଣା ପଡିଲା।  

୩ ମାର୍ଚରେ ଦି ହିନ୍ଦୁ ପତ୍ରିକାରେ ଛପିଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପଶ୍ଚିମ ବାଙ୍ଗାଲର ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ଜୋର ଦେଇ କହିଛନ୍ତି ଯେ ସେ ସେ ବଙ୍ଗାଲ ରୁ ଗୋଟିଏ ମଧ୍ୟ ଲୋକକୁ ତଡା ହେବା ପାଇଁ ଦେବେ ନାହିଁ। ମଙ୍ଗଳବାର ଦିନ ମମତା ବେନର୍ଜି କହିଛନ୍ତି ଯେ ବାଂଲାଦେଶରୁ ଆସିଥିବା କୌଣସି ଲୋକ ଯଦି ନିର୍ବାଚନ ସମୟରେ ଭୋଟ ଦେଇଛି ତ ସିଏ ଭାରତର ନାଗରିକ ଓ ତାଙ୍କୁ ନାଗରିକତାର ପ୍ରମାଣ ଦେବା ଦରକାର ନାହିଁ। କାଳିଗଞ୍ଜରେ ହେଇଥିବା ରାଳୀରେ ମମତା ବେନର୍ଜି ଏହା ମଧ୍ୟ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଭୋଟ ଦେଇ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିର୍ବାଚନ କରିବା ପରେ ଯଦି କୁହା ଯାଉଛି ଯେ ସେ ମାନେ ଭାରତର ନାଗରିକ ନୁହନ୍ତି ତ ଏହି କଥା କୁ ବିଶ୍ଵାସ କରିବା ଦରକାର ନାହିଁ। ମମତା ବେନର୍ଜି ଏହା ନିଷ୍ପତ୍ତି ମଧ୍ୟ ନେଇଛନ୍ତି ଯେ ବଙ୍ଗାଲରେ ଶରଣ ନେଇଥିବା ରେଫ୍ୟୁଜି ମାନେ ନିଜ ନାଗରିକତା ହରାଇବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ଯାହା ହେଉଛି ଶେଠୀ ପାଇଁ ସେ ଦୁଖିତ ଓ ସେହି ଜିନ୍ସ ସେ ବଙ୍ଗାଲରେ ହେବା ପାଇଁ ଦେବେ ନାହିଁ।

the hindu.jpg

The Hindu | Archive

୬ ମାର୍ଚରେ ନ୍ୟୁଜ୧୮ ପତ୍ରିକାରେ ଛପି ଥିବାଅନୁଛେଦରେ ଏହା ଲେଖା ଯାଇଅଛି ଯେ ବାଙ୍ଗଲାଦେଶରୁ ଆସିଥିବା ଲୋକେ ଯିଏ ନିର୍ବାଚନରେ ନିଜ ଭୋଟ ଦେଇଛନ୍ତି, ସେମାନେ ଭାରତୀୟ ନାଗରିକ ଓ ତାଙ୍କୁ ନାଗରିକତାର ପ୍ରମାଣ ଦେବା ଦରକାର ନାହିଁ। ମମତା ବେନର୍ଜି ଏହା ମଧ୍ୟ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଭୋଟ ଦେଇ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିର୍ବାଚନ କରିବା ପରେ ଯଦି କୁହା ଯାଉଛି ଯେ ସେ ମାନେ ଭାରତର ନାଗରିକ ନୁହନ୍ତି ତ ଏହି କଥା କୁ ବିଶ୍ଵାସ କରିବା ଦରକାର ନାହିଁ। କେନ୍ଦ୍ର ସରକାରକୁ ନିସାନା କରି ମମତା ଏହା କହିଛନ୍ତି ଯେ ସରକାର ଏହା ଣ ଭୁଲୁ କି ଏଇଟା ଦିଲ୍ଲୀ ନୁହେଁ, ଏହା ବଙ୍ଗାଳ ଓ ଯାହା ଦିଲ୍ଲୀରେ ହେଉଛି ସେହା ଏଠାରେ ହେବା କୁ ଦେବେନି। ମମତା ବେନର୍ଜି କହିଛନ୍ତି ଯେ ସେ ବଙ୍ଗାଳକୁ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପରିକା ହେବାକୁ ଦେବେ ନାହିଁ।

news18.jpg

News18 | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ମମତା ବେନର୍ଜି ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଦେଶର ନାଗରିକ କହିଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ୩ ମାର୍ଚରେ ମମତା ବେନର୍ଜି ଏହା କହିଥିଲେ ଯେ ବାଙ୍ଗଲାଦେଶର ନାଗରିକ, ଯେଉଁ ମାନେ ନିର୍ବାଚନରେ ନିଜ ଭୋଟ ଦେଇଛନ୍ତି ସେ ମାନେ ଭାରତର ନାଗରିକ। ମମତା ବେନର୍ଜି ରୋହିଙ୍ଗିୟା ମୁସଲମାନ ମାନଙ୍କୁ ନେଇ କିଛି କହି ନାହାନ୍ତି। 

Avatar

Title:କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *