
୨୩ ଜାନୁଆରରୀରେ ଜଣେ ଫେସବୁକ ୟୁଜର ବିଜେପି ନାମ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ କେରଳର ମାଳାପୁରମ ଜିଲ୍ଲାର କୁଟ୍ଟିପୁରମ ପଞ୍ଚାଯତ ଅନ୍ତର୍ଗତ ଗୋଟିଏ ଗାଁରେ ସିଏଏଏ କୁ ସମର୍ଥନ ଦେବା ଯୋଗୁ ହିନ୍ଦୁ ମାନଙ୍କୁ ସେଠିକାର ବାସିନ୍ଦା ମୁସ୍ଲିମ ମାନେ ପାଣି ଦେବାକୁ ରାଜି ହେଉ ନାହାନ୍ତି। ମାଳାପୁରମରେ ମୁସ୍ଲିମ ମାନଙ୍କ ଜନସଙ୍କ୍ୟା ଅଧିକ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଉଅଛି ଯେ ଏହି ଘଟଣା ପରଠୁ ସେବା ଭାରତୀ ସେଠିକାର ହିନ୍ଦୁ ମାନଙ୍କୁ ପାଣି ଦଉଛି। ଏହି ଘଟଣାକୁ ତିରସ୍କାର କରି ଏହା ଲେଖା ଯାଇଅଛି ଯେ କେରଳ ଏବେ ଧୀରେ ଧୀରେ କାଶ୍ମୀର ପରି ବଦଲୁଛି।
ଏହା ପରେ ଆମେ ବିଜେପି ଏମ.ପି. ଶୋଭା କରଣ୍ଡଲାଜେଙ୍କ ଟୁଇଟରହେଣ୍ଡେଲରେ ତାଙ୍କ ଦ୍ଵାରା କରା ଯାଇ ଥିବା ପୋଷ୍ଟ କୁ ଖୋଜିଲୁ।
ଏହି ବିଷୟରେ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗ୍ଗୁଗୁଲରେ ଯାଇ “କେରଳା ୱାଟର ଇସୁ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ କିଛି ନ୍ୟୁଜ ଛେନାଲର ଅନ୍ଲାଇନ ପତ୍ରିକା ମିଳିଲା ଯେଉଁ ତିରେ ଏହି ବିଷୟକୁ ନେଇ ବିସ୍ତାରରେ ବର୍ଣନା କରା ଯାଇଅଛି।
୨୪ ଜାନୁଆରୀ ରେ ଇଣ୍ଡିଆ ଟୁଡେ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବିଜେପି ଏମ.ପି ଶୋଭା ଖରଣ୍ଡଲାଜେ ଓ ଅନ୍ୟ କିଛି ଲୋକ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଥିଲେ ଯେ ସିଏଏ କୁ ସମର୍ଥନ ଦେଇ ଥିବା ମାଳାପୁରମ ଅଞ୍ଚଳର ହିନ୍ଦୁ ମାନଙ୍କୁ ପାଣି ଯୋଗା ଯାଉ ନାହିଁ। ଶୋଭା ନିଜ ଟୁଇଟରରେ ଏହା ଟୁଇଟ କରିଛନ୍ତି ଯେ “କେରଳ ଧୀରେ ଧୀରେ କାଶ୍ମୀର ପାଲଟୁ ଅଛି। ମାଳାପୁରମ ଅଞ୍ଚଳର କୁଟ୍ଟିପୁରମ ପଞ୍ଚାଯତ ଅନ୍ତର୍ଗତ ଗୋଟିଏ ଗାଁରେ ସିଏଏ କୁ ସମର୍ଥନ ଦେବା ଯୋଗୁ, ସେଠିକାର ହିନ୍ଦୁ ମାନଙ୍କୁ ପାଣି ଦିଆ ଯାଉ ନାହିଁ। ଏହି ଘଟଣା ପରେ ସେବା ଭାରତୀୟ ସେଠିକାର ହିନ୍ଦୁ ମାନଙ୍କୁ ପାଣି ଯୁଗାଉଛି।“ ଏହି ବିଷୟ ନେଇ ପୋଷ୍ଟ କରି ଥିବାରୁ କେରଳ ପୋଲିସ ତାଙ୍କ ବିରୁଦ୍ଧରେ କେସ ଡାଖାଳ କରିଅଛି। ଆଇ.ପି.ସି ଧାରା 153 (A) ଅନ୍ତର୍ଗତ ଏହି କେସ ଦାଖଲ କରା ଯାଇଅଛି। ଏହି ଧାରା “ ଧର୍ମ, ଜାତି, ଜନ୍ମ ସ୍ଥାନ ଓ ଭାଷା କୁ ନେଇ ବିଭିନ୍ନ ସମୁଦାଏ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢାଇବା” ବିରୁଦ୍ଧରେ ଅଛି।
ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁଟ୍ଟିପୁରମ ଗାଁରେ ରହୁ ଥିବା ଜେନ ସୁପ୍ରିମ କୋର୍ଟ ଓକିଲ ସୁଭାଷ ଚନ୍ଦ୍ରନ କେ.ଆର, ବିଜେପି ଏମ.ପି. ଶୋଭା କରାଣ୍ଡଲାଜେଙ୍କ ବିରୁଦ୍ଧରେ ପୋଲିସ ପଖାରେ କେସ ଦାଖଲ କରିଛନ୍ତି।
କୁଟ୍ଟିପୁରମ ପୋଲିସ ଅନୁଯାୟୀ ଏହି ଅଞ୍ଚଳରେ ଗତ ବର୍ଷରୁ ପାଣି ସମସ୍ୟା ଲାଗି ରହିଛି। ସ୍ଥାନୀୟ ଲୋକଙ୍କୁ ଗୋଟିଏ ନଳକୁଆରୁ ପାଣି ଦିଆ ଯାଉଥିଲା। ଏହି ନଳକୁଆ ଚାଷ ଜମିକୁ ପାଣି ଦେବା ପାଇଁ ଖୋଳା ଯାଇଥିଲା। ଲୋକଙ୍କୁ ପାଣି ଦେବା ଯୋଗୁ ନଳକୁଆର ମାଲିକଙ୍କୁ କେରଳ ରାଜ୍ୟ ବିଦ୍ୟୁତ ଅଫିସରୁ ଏହା ଚେତାବଣି ମିଳିଥିଲା ଯେ ଯଦି ଚାଷ ଛଡ଼ା ଅନ୍ୟ କାରଣ ପାଇଁ ନଳକୁଆ ବ୍ୟବହାର କରା ଜୀବ ତ ବିଦ୍ୟୁତ କଟା ହେଇ ଜୀବ। ଏହି କାରଣ ଯୋଗୁ ନଳକୁଆ ମାଲିକ ପାଣି ଦେବା ବନ୍ଦ କରି ଦେଇଥିଲେ। ଏହି କଥା କୁଟ୍ଟିପୁରମ ପୋଲିସ ଥାନାର ଏସ.ପି. କହିଛନ୍ତି।
୨୪ ଜାନୁଆରୀ ଏ.ଏନ.ଆଇ ନ୍ୟୁଜ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ୨୨ ତାରିକ ବିଜେପି ଏମ.ପି. ଶୋଭା କରଣ୍ଡଲାଜେ ନିଜ ଟୁଇଟର ହେଣ୍ଡେଲରେ ଏହା ଲେଖି ପୋଷ୍ଟ କରିଛନ୍ତି ଯେ ମାଳାପୁରମ ଅଞ୍ଚଳର କୁଟ୍ଟିପୁରମ ପାଞ୍ଚାୟତରେ ରହୁ ଥିବା ହିନ୍ଦୁ ମାନଙ୍କୁ ପାଣି ଦେବାକୁ ମନା କରାଯାଇଛି କାରଣ ସେ ମାନେ ସିଏଏ କୁ ନିଜ ସମର୍ଥନ ଦେଇଛନ୍ତି। ଆଇ.ପି.ସି ଧାରା 153 (A) ଅନ୍ତର୍ଗତ ପୋଲିସ ନିକଟରେ କେସ ଦାଖଲ କରା ଯାଇଅଛି। ଏହି ଧାରା “ ଧର୍ମ, ଜାତି, ଜନ୍ମ ସ୍ଥାନ ଓ ଭାଷା କୁ ନେଇ ବିଭିନ୍ନ ସମୁଦାଏ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢାଇବା” ବିରୁଦ୍ଧରେ ଅଛି। କୁଟ୍ଟିପୁରମ ଗାଁରେ ରହୁ ଥିବା ଜେନ ସୁପ୍ରିମ କୋର୍ଟ ଓକିଲ ସୁଭାଷ ଚନ୍ଦ୍ରନ କେ.ଆର, ବିଜେପି ଏମ.ପି. ଶୋଭା କରାଣ୍ଡଲାଜେଙ୍କ ବିରୁଦ୍ଧରେ ପୋଲିସ ପଖାରେ କେସ ଦାଖଲ କରିଛନ୍ତି। କୁଟ୍ଟିପୁରମ ପୋଲିସ ଅନୁଯାୟୀ ଏହି ଅଞ୍ଚଳରେ ଗତ ବର୍ଷରୁ ପାଣି ସମସ୍ୟା ଲାଗି ରହିଛି। ସ୍ଥାନୀୟ ଲୋକଙ୍କୁ ଗୋଟିଏ ନଳକୁଆରୁ ପାଣି ଦିଆ ଯାଉଥିଲା। ଏହି ନଳକୁଆ ଚାଷ ଜମିକୁ ପାଣି ଦେବା ପାଇଁ ଖୋଳା ଯାଇଥିଲା। ଲୋକଙ୍କୁ ପାଣି ଦେବା ଯୋଗୁ ନଳକୁଆର ମାଲିକଙ୍କୁ କେରଳ ରାଜ୍ୟ ବିଦ୍ୟୁତ ଅଫିସରୁ ଏହା ଚେତାବଣି ମିଳିଥିଲା ଯେ ଯଦି ଚାଷ ଛଡ଼ା ଅନ୍ୟ କାରଣ ପାଇଁ ନଳକୁଆ ବ୍ୟବହାର କରା ଜୀବ ତ ବିଦ୍ୟୁତ କଟା ହେଇ ଜୀବ। ଏହି କାରଣ ଯୋଗୁ ନଳକୁଆ ମାଲିକ ପାଣି ଦେବା ବନ୍ଦ କରି ଦେଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ କୁଟ୍ଟିପୁରମ ଅଞ୍ଚଳରେ ରହୁ ଥିବା ହିନ୍ଦୁ ସିଏଏ କୁ ସମର୍ଥନ କରୁ ଥିବା ଯୋଗୁ ସେଠିକାର ମୁସ୍ଲିମ ଲୋକେ ତାଙ୍କୁ ପାଣି ଦେବା ବନ୍ଦ କରି ଦେଇ ଥିବା କଥା ମିଥ୍ୟା ଅଟେ। କୁଟ୍ଟିପୁରମ ଥାନା ଏସ.ପି. କହିଛନ୍ତି ଯେ ଅଞ୍ଚଳରେ ଗତ ବର୍ଷରୁ ପାଣି ସମସ୍ୟା ଲାଗି ରହିଛି। ଲୋକଙ୍କୁ ପାଣି ଦେବା ଯୋଗୁ ନଳକୁଆର ମାଲିକଙ୍କୁ କେରଳ ରାଜ୍ୟ ବିଦ୍ୟୁତ ଅଫିସରୁ ଏହା ଚେତାବଣି ମିଳିଥିଲା ଯେ ଯଦି ଚାଷ ଛଡ଼ା ଅନ୍ୟ କାରଣ ପାଇଁ ନଳକୁଆ ବ୍ୟବହାର କରା ଜୀବ ତ ବିଦ୍ୟୁତ କଟା ହେଇ ଜୀବ। ଏହି କାରଣ ଯୋଗୁ ନଳକୁଆ ମାଲିକ ପାଣି ଦେବା ବନ୍ଦ କରି ଦେଇଥିଲେ

Title:କ’ଣ କେରଳରେ ସିଏଏ ସମର୍ଥନ କରୁଥିବା ହିନ୍ଦୁ ମାନଙ୍କୁ ମୁସ୍ଲିମ ଲୋକେ ପାଣି ଦେଉ ନାହାନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False