କା’ଣ ଅନ୍ଲାଇନ୍ ଶପିଙ୍ଗ୍ କମ୍ପାନୀ ମିନ୍ତ୍ରା ନିଜ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଦେଖାଇଛି? ଜାଣନ୍ତୁ ସତ୍ୟ।

False Social

ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଏକ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଅଛି। ଏହି ବିଜ୍ଞାପନରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ମୋବାଇଲ ଧରି ଛିଡା ହେଇଥିବା ସମୟରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଛି। ଦାବି ଅନୁଯାୟୀ ଏହି ବିଜ୍ଞାପନ ପ୍ରସିଦ୍ଧ ଅନ୍ଲାଇନ୍ ଶପିଙ୍ଗ୍ ମିନ୍ତ୍ରାର ବିଜ୍ଞାପନ ଅଟେ ଯେଉଁଥିରେ ହିନ୍ଦୁ ଦେବୀ ଦେବତାଙ୍କୁ ଅପମାନ କରା ଯାଇଛି। ତ କ’ଣ ଏହି ବିଜ୍ଞାପନ ମିନ୍ତ୍ରା କମ୍ପାନୀ ଦ୍ଵାରା ପ୍ରକାଶିତ କରା ଯାଇଥିଲା?

ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୨୯ ଅଗଷ୍ଟରେ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ହିନ୍ଦୁ ଧର୍ମ କଣ ଏତେ ଶସ୍ତା? ଯିଏ ପାରିଲା ଯେମିତି ପାରିଲା ବ୍ୟଙ୍ଗ କଲା। ଆମାଜନ କମ୍ପାନୀ ଲ୍ୟାତୃଣ ଫ୍ଲୋରରେ ଭଗବାନ ଶ୍ରୀ ଗଣେଶଙ୍କ ଫୋଟୋ, ଚପଲରେ ଗଣେଶଙ୍କ ଫୋଟୋ ଲଗେଇ ବିଜ୍ଞାପନ କରୁଥିବା ବେଳେ ଏବେ ଭାରତର ଗୋଟିଏ ଅନଲାଇନ କମ୍ପାନୀ ‘ମିନ୍ତ୍ରା’ ତା ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଦେଖାଉଛି ଯେ କିଭଳି ବସ୍ତ୍ର ହରଣ ସମୟରେ ଭଗବାନ ଶ୍ରୀକୃଷ୍ଣ ମିନ୍ତ୍ରାର ସାଇଟରେ ବହୁତ ଲାମ୍ବା ଶାଢୀ ଖୋଜୁଛନ୍ତି। ସବୁବେଳେ ହିନ୍ଦୁ ଦେବୋଦେବୀ ହି ଶସ୍ତା ପଡିଛନ୍ତି ନା? ଉଠ ହିନ୍ଦୁ ଭାଇ ଉଠ। ସି ରହିବ ଆଉ କେତେ ଦିନ? ସବୁ ଧର୍ମକୁ ସମ୍ମାନ ଦିଅ କିନ୍ତୁ ଯିଏ ଆମ ଧର୍ମଏ ଅସମ୍ମାନ କଲା ତାର ଚମଡା ଉଧାଡି ଦିଅ।”

fb.jpg

Facebook | Archive

ଆମ ଅନୁଅନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ୨୬ ଅଗଷ୍ଟ ୨୦୧୬ ରେ ଦି ଫାଇନାନ୍ସିଆଲ ଏକ୍ସପ୍ରେସ ପତ୍ରିକା ୱେବସାଇଟରେ ପ୍ରକାଶିତ ହେଇଥିଲା। ଏହି ସମ୍ବାଦ ଅନୁଯାୟୀ ଭାଇରାଲ ବିଜ୍ଞାପନ ମିନ୍ତ୍ରା କମ୍ପାନୀ ଦ୍ଵାରା ପ୍ରସ୍ତୁତ କର ଯାଇ ନାହିଁ। ଏହି ପ୍ରାଇଛବି ସ୍କ୍ରୋଲ ଡ୍ରୋଲ୍ ନାମକ ଏକ ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ଦ୍ଵାରା ସୃଷ୍ଟି କରା ଯାଇଥିଲା। 

FE.jpg

The Financial Express | Archive

ଏହି ବିଷୟରେ ଟୁଇଟରରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨୬ ଅଗଷ୍ଟ ୨୦୧୬ ମସିହାରେ ସ୍କ୍ରୋଲ ଡ୍ରୋଲ୍ ଦ୍ଵାରା କରା ଯାଇଥିବା ଏକ ଟୁଇଟ ମିଳିଲା। ଏହି ଟୁଇଟ ମାଧ୍ୟମରେ ସ୍କ୍ରୋଲ ଡ୍ରୋଲ୍ ବିବାଦୀୟ ଭାଇରାଲ ଫୋଟୋ ସୃଷ୍ଟି କରିଥିଲା ବୋଲି ମାଣିଛି ଏବଂ ପରିବର୍ତ୍ତୀ ସମୟରେ ସେମାନେ ଏହି ପୋଷ୍ଟକୁ ଡ଼ିଲିଟ୍ କରିଥିଲେ। ସେମାନରେ ଟୁଇଟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଲୋକଙ୍କ ଭାବନାକୁ ଅନୁତାପ କରିଥିବାରୁ ସେମାନେ କ୍ଷମା ପ୍ରାର୍ଥନା କରିଛନ୍ତି। ସ୍କ୍ରୋଲ ଡ୍ରୋଲ୍ ସ୍ପଷ୍ଟ କରିଛି ଯେ ଭାଇରାଲ ଫୋଟୋ ସେମାନଙ୍କ ଦ୍ଵାରା ସୃଷ୍ଟି ହୋଇଛି ଏବଂ ଏହାର ମିନ୍ତ୍ରା କମ୍ପାନୀ ସହିତ କୌଣସି ସମ୍ପର୍କ ନାହିଁ। 

Archive

ଦ୍ଵିତୀୟ ଟୁଇଟରେ ସ୍କ୍ରୋଲ ଡ୍ରୋଲ୍ କହିଛି ଯେ ସେମାନେ ଏହି ପ୍ରତିହାବି ସୃଷ୍ଟି କରିଥିବାର ଦାୟୀ ଏବଂ ମିନ୍ତ୍ରା ସିଧାସଳଖ କିମ୍ବା ପରୋକ୍ଷ ଭାବରେ ଏହା ସହିତ ଜଡିତ ନୁହେଁ। 

Archive

ମିନ୍ତ୍ରା ମଧ୍ୟ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରୁ ୨୬ ଅଗଷ୍ଟ ୨୦୧୬ ରେ ଟୁଇଟ କରି କହିଛି ଯେ ସେମାନେ ଏହି ପ୍ରତିଛବିର ସୃଷ୍ଟି କରି ନାହାନ୍ତି  ବରଂ ଏହା ସ୍କ୍ରୋଲ ଡ୍ରୋଲ୍ ନାମକ ଏକ ସଂସ୍ଥା ଦ୍ଵାରା ସୃଷ୍ଟି କରା ଯାଇଛି। ଏହି ଘଟଣା ଦ୍ଵାରା ମିନ୍ତ୍ରା କମ୍ପାନୀର ନାମ ଅପମାନ ହେବା ହେତୁ ମିନ୍ତ୍ରା ସେହି କମ୍ପାନୀ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମିନ୍ତ୍ରା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ ଏହି ପ୍ରତିଛବିର ସମର୍ଥନ କରେ ନାହିଁ ଏବଂ ସେମାନଙ୍କ ଜ୍ଞାନ ଏବଂ ଅନୁମୋଦନ ବିନା ତାଙ୍କ ନାମ ବ୍ୟବହାର କରା ଯାଇଛି। 

Archive

Archive

Archive

ଶେଷକଥା

ଆମ ଅନୁସନ୍ଧାନରୁ ପୋଷ୍ଟର ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଭାଇରାଲ ଫୋଟୋର ସୃଷ୍ଟି ମିନ୍ତ୍ରା କମ୍ପାନୀ କରି ନାହିଁ ବରଂ ୨୦୧୬ ମସିହାରେ ସ୍କ୍ରୋଲ ଡ୍ରୋଲ୍ ନାମକ ଏକ କମ୍ପାନୀ ଏହାର ସୃଷ୍ଟି କରିଥିଲା। ଭାଇରାଲ ପ୍ରତିଛବି ସହିତ ମିନ୍ତ୍ରାର କୌଣସି ସମ୍ପର୍କ ନାହିଁ।

Avatar

Title:କା’ଣ ଅନ୍ଲାଇନ୍ ଶପିଙ୍ଗ୍ କମ୍ପାନୀ ମିନ୍ତ୍ରା ନିଜ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଦେଖାଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *