
ସାଂସଦରେ ବାଦ ବିବାଦ ହେବା କିଛି ନୂଆ କଥା ନୁହେଁ। ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ଅନୁଷ୍ଠାନର ବିରୋଦ୍ଧ କରି ଥାନ୍ତି। ଏପରି ମଧ୍ୟ ସମୟ ଆସିଥିଲା କି ସାଂସଦରେ ନେତା ମାନେ ପରସ୍ପରଉପରେ ହାତ ମଧ୍ୟ ଉଠାଇ ଥିଲେ। ତେବେ ବର୍ତମାନ ସମୟରେ ସାଂସଦର ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରା ଯାଉଅଛି। ଗତ କାଲୀ ୭ ଫେବ୍ରୁଆରିରେ ପ୍ରଣୟ ସାମଲ ନାମକ ଜଣେ ଫେସବୁକ ୟୁଜର ଫେସବୁକର “ବରି ବିଜେଡି ସେନା” ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ସାଂସଦରେ ଭାଷଣ ଦେଉଥିବା କଂଗ୍ରେସ ନେତା ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେଶରେ ମୋଦିଜି ହାତ ଜୁଡି ସାଂସଦରୁ ଚାଲି ଗଲେ।
କିଏ ଏହି ମହିଳା ଓ ସେ ସାଂସଦରେ କ’ଣ କହୁଛନ୍ତି:
ସାଂସଦରେ ଭାଷଣ ଦେଉଥିବା ମହିଳାଙ୍କ ନାମ ବିପଲୋଭ ଠାକୁର ଓ ସେ ହିମାଚଳ ପ୍ରଦେଶର କଙ୍ଗ୍ରେସ୍ସ ନେତା। ଶ୍ରୀମତୀ ବିପଲୋଭ 6 ଫେବ୍ରୁଆରିରେ ରାଜ୍ୟ ସଭାରେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କ କାର୍ଯ୍ୟ ଅନୁଷ୍ଠାନକୁ ପ୍ରଶ୍ନ କରିଛନ୍ତି। ନିଜଭାଷଣରେ ସେ ଏହା କହିଛନ୍ତି ଯେ ବାଜପେଇଜି ପଣ୍ଡିତ ନେହରୂଙ୍କ ବିରୁଦ୍ଧରେ ଲୋକ ସଭାରେ ବହୁତ କିଛି କହୁଥିଲେ, କିନ୍ତୁ ତାଙ୍କୁ କେବେ ଦେଶଦ୍ରୋହୀ ବୋଲି କୁହା ଯାଇ ନାହିଁ। ଆଜି ସମୟରେ ଯଦି କିଏ ମୋଦିଜି, ଗୃହ ମନ୍ତ୍ରୀଙ୍କ ବିରୁଦ୍ଧରେ କିଛି କୁହୁଛନ୍ତି ତ ସେ ଲୋକ ମାନଙ୍କୁ ଦେଶଦ୍ରୋହୀ କୁହା ଯାଉଅଛି। ବିପଲୋଭଜି ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଆଜି ସମସ୍ତେ ବିମାନରେ ଯାତ୍ରା କରୁଛନ୍ତି, ଦେଶରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଆଇ.ଆଇ.ଟି, ଆଇ.ଆଇ.ଏମ ମଧ୍ୟ ଅଛି, ଏହି ସବୁ କିଏ ବନାଇଛି। ସେ ସରକାରକୁ ପଚାରିଛନ୍ତି ଯେ ଗତ 6 ବର୍ଷରେ ସରକାର କରିଛି କଣ? ସେ ସରକାର ଉପରେ ଆରୋପ ଲଗାଇ କହିଛନ୍ତି ଯେ ସରକାର ଦେଶକୁ ଭାଙ୍ଗିଛି ଓ ଦେଶର ବିଭାଜନ କରିବା ଛଡା ଆଉ କିଛି କରି ନାହିଁ। ସେ ଏପରି ବହୁତ କଥା କହିଛନ୍ତି। ପୁରା ଭାଷଣ ଜାଣିବା ପାଇଁ ଭିଡିଓ ଦେଖନ୍ତୁ। ଦେଶଦ୍ରୋହୀର ପରିଭାଷା ପଚାରି ବିପଲୋଭେ କହିହାନ୍ତି ଯେ ଯେତେବେଳେ କମ୍ୟୁନିଷ୍ଟ ପାରଟୁ ଭାରତର ସ୍ଵାଧୀନତା ସ୍ଵୀକାର କରି ନଥିଲେ ଓ ପାର୍ଟିକୁ ୪ ବର୍ଷ ପାଇଁ ବ୍ୟାନ କରା ଯାଇଥିଲା, ସେହି ସମୟରେ ପଣ୍ଡିତ ନେହେରୁ ତାଙ୍କୁ ଦେଶଦ୍ରୋହୀ ବୋଲି କହି ନଥିଲେ।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:
ଆମ ଅନୁସନ୍ଧାନରେ ଆମେ ୬ ଫେବ୍ରୁଆରିରେ ରାଜ୍ୟ ସଭା ଟି.ଭି. ଦ୍ଵାରା ୟୁଟ୍ୟୁବ ଛେନାଲରେ ପ୍ରକାଶିତ ଶ୍ରୀମତୀ ବିପଲୋଭଙ୍କ ଭାଷଣ ଦେଖିଲୁ। ଏହି ଭଭିଡିଓ ରେ ସ୍ପଷ୍ଟ ରୂପେ ଏହା ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସାଂସଦରେ ନାହାନ୍ତି। ମାତ୍ର କିଛି ନେତା ଏହି ସାଂସଦରେ ଉପସ୍ଥିତ ଥିଲା ବେଳେ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତି ସ୍ପଷ୍ଟ ଭାବେ ଦେଖିବା କୁ ମିଳିଛି।
ଏହା ପରେ ଆମେ ଇନଭିଦ ଗୁଗୁଲ କ୍ରୋମ ସାହାଯ୍ୟତାରେ ପୋଷ୍ଟ କରା ଯାଇଥିବା ଭିଡିଓଟି କୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ବିଭାଜିତଫ୍ରେମ ମଧ୍ୟରୁ ଯେତେବେଳେ ଆମେ ଅଟିଏ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ, ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଯେଉଁ ଫ୍ରେମରେ ମୋଦୀଜିଙ୍କୁ ଦେଖା ଯାଇଅଛି, ସେୟା ଲୋକ ସଭାରେ ମୋଦିଜିଙ୍କ ଭାଷଣର ଭିଡିଓ। ତାଙ୍କ ଭାଷଣ ସମୟରେ ସାଂସଦରେ ହେଉଥିବା ପାଟି ତୁଣ୍ଡ ପାଇଁ ମୋଦିଜି ଏହି ପରି ପ୍ରକ୍ରିୟା ଦେଇଛନ୍ତି। ତାଙ୍କ ଚୁପ ରହିବାର ଶ୍ରୀମତି ବିପଲୋଭଙ୍କ ଭାଷଣ ସହିତ କିଛି ସମ୍ବନ୍ଧ ନାହିଁ। ଏହି ବିଷୟରେ ପୁରା ଜାଣିବା ପାଇଁ ଭିଡିଓ ଦେଖନ୍ତୁ।
ଏହା ପରେ ଆମେ ଦୁଇଟି ଭିଡିଓର ସ୍କ୍ରିନଶଟ ନେଇ ଗବେଷଣା କରିଲୁ। ଏହା ଦ୍ଵାରା ଆମେ ପାଇଲୁ ଯେ:
- ଯେଉଁ ସମୟରେ ଶ୍ରୀମତୀ ବିପଲୋଭ ରାଜ୍ୟ ସଭାରେ ଭାଷଣ ଦେଉ ଥିଲେ, ସେହି ଦିନ ଓ ପାଖା ପାଖି ସେହି ସମୟରେ ନରେନ୍ଦ୍ର ମୋଦୀ ଲୋକ ସଭାରେ ଭାଷଣ ଦେଉଥିଲେ।
- ଯେଉଁ ସାଂସଦରେ ବିପଲୋଭ ଠାକୁର ଭାଷଣ ଦେଉ ଥିଲେ ସେଇଟା ନରେନ୍ଦ୍ର ମୋଦୀ ଯେଉଁ ସାଂସଦରେ ଭାଷଣ ଦେଉଥିଲେ ତା ଠାରୁ ସମ୍ପୂର୍ଣ ଭାବେ ଅଲଗା। ବିପଲୋଭ ଠାକୁର ଯେଉଁ ସାଂସଦରେ ଥିଲେ ତାହାର ଟେବୁଲ ଓ ଚେୟାର ର ରଙ୍ଗ ଲାଲ ଓ ମୋଦୀଙ୍କ ସାଂସଦ ର ରଙ୍ଗ ସବୁଜ।
- ବିପ୍ଲବ ଠାକୁରଙ୍କ ସାଂସଦରେ ମୋଇଜି ଓ ନିରମଳା ସିତାରମନ ନାହାନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଦୁଇଟି ଭିଡିଓ ଅଲଗା ଅଲଗା ସତାନ ଓ ସମୟର। ପୋଷ୍ଟରେ କରା ଯାଇ ଥିବା ଦାବି ଯେ ବିପଲୋଭ ଠାକୁରଙ୍କ ଭାଷଣ ସୁଣୀ ମୋଡିଜିଙ୍କ ମୂହ ବନ୍ଦ ହେଇ ଯିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଦାବି ର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ଗୋଟିଏ ଏଡିଟେଡ ଭିଡିଓ। ଯେଉଁ ସମୟରେ ବିପଲୋଭ ଠାକୁର ରାଜ୍ୟ ସଭାରେ ଭାଷଣ ଦେଉଥିଲେ ସେହି ସମୟରେ ନରେନ୍ଦ୍ର ମୋଦୀ ଲୋକ ସଭାରେ ଭାଷଣ ଦେଉ ଥିଲେ।

Title:କ’ଣ ସାଂସଦରେ ଏହି ମହିଳା ନିଜ ଭାଷଣରେ ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ? କିଏ ଏହି ମହିଳା ଓ କ’ଣ ମୋଦିଜି ହତାସ ହେଇ ଚୁପ ହେଇ ଗଲେ ସାଂସଦରେ? ଜାଣନ୍ତୁ ସତ।
Fact Check By: Siddharth SahuResult: False