କ’ଣ ଜବାହାରଲାଲ ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ୱାର କୃମିନାଲ (ଯୁଧ୍ୟ ଅପରାଧୀ) ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

False Political

ନେତାଜିଙ୍କୁ ନେଇ ଅନେକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ନେତାଜୀଙ୍କ ମୃତ୍ୟୁ ଏବଂ ଅନେକ ବିଷୟ ନେଇ ଲୋକେ ସେ ସମୟର କଂଗ୍ରେସକୁ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି ଗୋଟିଏ ବିବାଦୀୟ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜବାହାରଲାଲ ନେହେରୁଙ୍କ ଦ୍ଵାରା ସେ ସମୟର ଇଂଲାଣ୍ଡଙ୍କ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖା ଯାଇଥିବା ଗୋଟିଏ ଚିଠିର ଫୋଟୋ ଅଛି। 

ଅନୁସନ୍ଧାନ ପରେ ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୭ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଚିଠିର ସ୍କ୍ରିନଶଟ ପୋଷ୍ଟ କରିଛନ୍ତି ଯେଉଁଥିରେ ଜବାହାରଲାଲ ନେହେରୁ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖିଛନ୍ତି ଯେ ସୁଭାଷଚନ୍ଦ୍ର ବୋଷଙ୍କୁ ଯେଉଁ ଇଙ୍ଗ୍ରେଜ ସରକାର ଯୁଧ୍ୟ ଅପରାଧୀ ଘୋଷିତ କରିଥିଲେ ତାଙ୍କୁ ଷ୍ଟାଲିନ ରୁଷରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ନେହେରୁ ପ୍ରକୃତରରେ ସୁଭାଷଚନ୍ଦ୍ର ବୋଷଙ୍କୁ ଅପରାଧୀ ବୋଲି କହିଛନ୍ତିକି ନାହିଁ ଅନୁସନ୍ଧାନ କରିବା ବେଳେ ଆମେ ଇଣ୍ଟର୍ନେଟରେ ଏପରି ଦୁଇଟି ଚିଠି ପାଇଲୁ। ପ୍ରଧାନମନ୍ତ୍ରୀ ମୋଦୀ ୨୩ ଜାନୁଆରୀ ୨୦୧୬ ମସିହାରେ ନେତାଜୀଙ୍କ ସହ ଜଡ଼ିତ ୧୦୦ ଟି ଫାଇଲ ପ୍ରକାଶ କରିଥିଲେ। ଫାଇଲ ଗୁଡ଼ିକ ଦାବି କରିଛି ଯେ ନେହେରୁ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖିଥିବା ପତ୍ରରେ ସୁଭାଷ ବୋଷଙ୍କୁ ଯୁଧ୍ୟ ଅପରାଧୀ ବୋଲି କହିଛନ୍ତି। 

ପ୍ରଥମ ପତ୍ର:

letter 1.jpg

ଏହି ପତ୍ରରେ ନେହେରୁ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟଙ୍କୁ ୨୬ ଡିସେମ୍ବର ୧୯୪୫ ମସିହାରେ ପତ୍ର ଲେଖିଥିଲେ। ହି ପତ୍ରରେ ସୁଭାଷ ବୋଷଙ୍କ ନାମ, ରୁଷ ଦେଶ ଏବଂ ଅନ୍ୟ ଅନେକ ଇଂରାଜୀ ବନାନ ମଧ୍ୟ ହେଇଛି। ନେହେରୁଙ୍କ ପରି ଇଂରାଜୀରେ ପାରଙ୍ଗମ ଥିବା ବ୍ୟକ୍ତି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲ୍ଖିବା ସମୟରେ ଏପରି ଭୁଲ କରିବେ ନାହିଁ। ହି ଚିଠିରେ ଭାରତର ଜାତୀୟ ଅଭିଲୀଖାଗାରର ୱାଟର ମାର୍କ ନାହିଁ। ତେଣୁ ଏହି ଚିଠିଟି ନକଲି ଅଟେ। 

ଦୁଇତୀୟ ପତ୍ର:

ltter 2.jpg

ଆମ ଅନୁସନ୍ଧାନରେ ଆମେ ଭାଇରାଲ ହେଉଥିବା ଚିଠିକୁ ଯାଞ୍ଚ କରିଲୁ। ଯାଞ୍ଚ କରିଲା ପରେ ଆମେ ଦେଖିଲୁ ଯେ ଏହି ଚିତିରେ ଅନେକ ବନାନ ତ୍ରୁଟି ଅଛି। ଚିଠିରେ କ୍ଳେମେଣ୍ଟ ଏଟ୍ଲିଙ୍କ ନାମ ଭୁଲ ଭାବରେ ଲେଖା ଯାଇଅଛି। ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ ଜବାହାରଲାଲ ନେହେରୁଙ୍କ ଦସ୍ତଖତ ମଧ୍ୟ ନାହିଁ। ଏହି ସବୁ କାରଣରୁ ଆମକୁ ଏହି ଚିଠିର ବିଶ୍ଵଶନୀୟତା ଉପରେ ସନ୍ଦେହ ହେଲା। 

ଏହା ପରେ ଆମେ ଦେଖିଲୁ ଯେ ଏହି ଚିଠି ୨୭ ଡିସେମ୍ବର ୧୯୪୫ ମସିହା ତାରିଖର ଅଟେ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସୁଭାଷଚନ୍ଦ୍ର ବୋଷଙ୍କ ମୃତ୍ୟୁ ୧୮ ଅଗଷ୍ଟ ୧୯୪୫ ମସିହାରେ ହେଇଥିଲା। ସେଥିପାଇଁ ୨୭ ଡିସେମ୍ବର ୧୯୪୫ ମସିହାରେ ଏହି ଚିଠି ଲେଖିବାର କୌଣସି ଅର୍ଥ ନାହିଁ।

brita.jpg

Britannica | Archive

ଏହା ପରେ ଆମେ ଗୁଗୁଲରେ ଯାଇ ସର୍ଚ କରିଲୁ ଯେ କ’ଣ ନେତାଜୀଙ୍କୁ ଯୁଧ୍ୟ ଅପରାଧୀ ତାଲିକାରେ ରଖା ଯାଇଥିଲା? ସର୍ଚ କରିଲା ପରେ ଆମକୁ ନେତାଜୀଙ୍କ ନାମର ଗୋଟିଏ ସରକାରୀ ୱେବସାଇଟରେ ଏହି ସୂଚନା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ “ଆମେ ବର୍ତ୍ତମାନ ଗାଇମୁଶୋଙ୍କ ଠାରୁ ଏକ ଆନୁଷ୍ଠାନିକ ଉତ୍ତର ପାଇଛୁ ଯେ ଆନ୍ତର୍ଜାତୀୟ ମିଲିଟାରୀ ଟ୍ରାଇବ୍ୟୁନାଲର ରେକର୍ଡରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଯୁଧ୍ୟ ଅପରାଧୀ କିମ୍ବା ଯୁଧ୍ୟ ବନ୍ଦୀ ଭାବରେ ଘୋଷଣା କରିବା ବିଷୟରେ କୌଣସି ସନ୍ଦର୍ଭ ନାହିଁ।“

netaji archive.jpg

Website | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଜବାହାର ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ଯୁଧ୍ୟ ଅପରାଧୀ ବୋଲି କହି ନାହାନ୍ତି। ୧୯୬୭ ମସିହାରେ ଭାରତ ଦୂତାବାସ ଦ୍ଵାରା ଗୋଟିଏ ରିପୋର୍ଟରେ ସ୍ପଷ୍ଟ ହେଇଛି ଯେ ସୁଭାଷଚନ୍ଦ୍ର ବୋଷଙ୍କ ନାମ ଯୁଧ୍ୟ ଅପରାଧୀଙ୍କ ନାମ ତାଲିକାରେ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଜବାହାରଲାଲ ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ୱାର କୃମିନାଲ (ଯୁଧ୍ୟ ଅପରାଧୀ) ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *