କ’ଣ ୨୦୧୮ ମସିହାରୁ ପାକିସ୍ତାନରେ ହିନ୍ଦୁ ପର୍ବରେ ଛୁଟି ମିଳିବା ବନ୍ଦ ହେଇ ଯାଇଛି?

False Social

ଛୁଟି କାହାକୁ ଭଲ ନ ଲାଗେ। ବିଭିନ୍ନ ପର୍ବ-ପର୍ବାଣିକୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଯେବେ ଛୁଟି ମିଳେ ନାହିଁ ତେବେ ବହୁତ ଦୁଖ ଲାଗେ। ଯେତେବେଳେ ଅନ୍ୟ ଦେଶରେ ରହୁ ଥିବା ଆମ ଦେଶ ଲୋକଙ୍କୁ ଛୁଟି ମିଳେ ନାହିଁ ତେବେ ଅସହାଏ ଅନୁଭବ ହୁଏ। ୨୬ ଡିସେମ୍ବରରେ ଫେସବୁକର ବିଜେବି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୯୫୩ ମସିହାରେ ପାକିସ୍ତାନ ରେ ହିନ୍ଦୁ ପର୍ବରେ ଛୁଟି ମିଳୁଥିଲା, କିନ୍ତୁ ୨୦୧୮ ମସିହା ପରଠୁ କୌଣସି ହିନ୍ଦୁ ପର୍ବରେ ଆଉ ଛୁଟି ମିଳୁ ନାହିଁ। ଏହି ବିଷୟ ନେଇ ଏହି ପେଜରେ ଫୋଟୋ ମଧ୍ୟ ପୋଷ୍ଟ କରା ଯାଇଛି। 

fb.png

Facebook  | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ “1953 କେଲେଣ୍ଡର ଅଫ ପାକିସ୍ତାନ” ଓ 2018 କେଲେଣ୍ଡର ଅଫ ପାକିସ୍ତାନ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ “ଗଭର୍ନ୍ମେନ୍ତ ଅଫ ପାକିସ୍ତାନ, ମିନିଷ୍ଟରୀ ଅଫ ଇଣ୍ଟେରିଅର” ର ସାଇଟ ମିଳିଲା। ଏହି ସାଇଟରେ ଆମକୁ ୨୦୧୮ ଏବଂ ୨୦୨୦ ମସିହାର ସମସ୍ତ ଛୁଟି ତାରିଖ ଲେଖା ହେଇଛି। ଏହି କେଲେଣ୍ଡରରେ ସମସ୍ତ ହିନ୍ଦୁ ପର୍ବକୁ ଅପ୍ସନାଲ ଛୁଟି ଭାବେ ରଖା ଯାଇଅଛି।

2018 page 2.png
2018 page 1.png
govt of pakistan.png

Government Of Pakistan  | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଯେ ପାକିସ୍ତାନରେ ହିନ୍ଦୁ ପର୍ବ ପାଇଁ ଛୁଟି ନଥିବା ଗୋଟିଏ ମିଥ୍ୟା କଥା। ପାକିସ୍ତାନ ସରକାର ର ୱେବ୍ସାଇଟରେ ପାକିସ୍ତାନର କେଲେଣ୍ଡରରେ ହିନ୍ଦୁ ପର୍ବ ପାଇଁ ଅପ୍ସନାଲ ଛୁଟି ରକ୍ଷା ଯାଇ ଅଛି।  

Avatar

Title:କ’ଣ ୨୦୧୮ ମସିହାରୁ ପାକିସ୍ତାନରେ ହିନ୍ଦୁ ପର୍ବରେ ଛୁଟି ମିଳିବା ବନ୍ଦ ହେଇ ଯାଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *