
ୟୁଟ୍ୟୁବରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବାର ଗୁଜବ ଭାଇରାଲ ହେଉଛି । ଓଡିଶା ଘର ପରିବାର ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବା କଥା ଦାବି କରିଛନ୍ତି। ପୋଷ୍ଟଟି 15 ଜୁନ 2019 ରେ ସେୟାର କରାଜାଇଥିଲା। ପୋଷ୍ଟରେ ମାଦି ସରକାର ଯୋଜନାରେ ସ୍କୁଟି ପାଇଁ କିପରି ଆପ୍ଲାଏ କରିପାରିବେ ସେ ବିଷୟରେ ମଧ୍ୟ କୁହା ଯାଇଛି। ଏହା ଛାଡ଼ା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମହିଳାକୁ ସଭାରେ ସ୍କୁଟି ଦେଉଥିବାର ଚିତ୍ର ଦେଖା ଯାଉଛି। ଭିଡିଓଟିରେ କୁହା ଯାଇଛି ଯେ, ଦେଶର ଅନ୍ୟ ରାଜ୍ୟମାନଙ୍କରେ ନରେନ୍ଦ୍ର ମୋଦିଙ୍କର ଏହି ସ୍କୁଟି ଯୋଜନା ଲାଗୁ ହେଇ ସାରିଛି ଏବଂ ଏହି ଯେଜନା 15 ଜୁନରୁ ଓଡ଼ିଶାରେ ଆରମ୍ଭ ହେବା କଥା ମଧ୍ୟ କୁହା ଯାଇଛି। ଏହି ୟୁଟ୍ୟୁବ ଆକାଉଣ୍ଟ ଛଡ଼ା ଅନ୍ୟ କିଛି ୟୁଟ୍ୟୁବ ଆକାଉଣ୍ଟ ଯେପରିକି Narsimha creation ୟୁଟ୍ୟୁବର ମଧ୍ୟ ଏହି ଗୁଜବ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଏକ ଫୋର୍ମ ଦେଖା ଯାଇଛି ଏବଂ ସ୍କୁଟି ପାଇଁ ଓନଲାଇନ ଫୋର୍ମ ଭର୍ତି କରିବା କଥା କୁହା ଯାଇଛି। ଭିଡିଓକୁ ଦେଖିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ କରନ୍ତୁ।
ଏହି ଗୁଜବଟି କେତେ ସତ୍ୟ ସେ ବିଷୟରେ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁନନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ
ପୋଷ୍ଟ କାରାଯାଇଥିବା ଭିଡିଓକୁ ପୁରା ଦେଥିଲା ପରେ ଆମେ ଭିଡିଓକୁ ଗୁଗଲର ଇନଭିଡ ଟୁଲ ରେ ପାକାଇ ଗୁଗୁଲରେ ରିଭର୍ସ ଇମେଜ ସର୍ଚ କରିଲୁ । ଭିଡିଓରେ ଥିବା କିଛି ଫୋଟୋ ସାମ୍ନାକୁ ଆସିଲା। ଫୋଟୋ ମଧ୍ୟରୁ ଏକ ମହିଳାକୁ ନରେନ୍ଦ୍ର ମୋଦି ସ୍କୁଟି ଚାବି ଦେଉଥିବା ଫୋଟୋ କିଛି ନ୍ୟୁଜ ପେଜରେ ଦେଖିବାକୁ ମିଳିଲା। ଫୋଟୋ ସହିତ ନବୋଦୟ ଟାଇମ ନ୍ୟୁଜ ପେଜ ରେ ଲେଖା ଯାଇଥିଲା ଯେ, 24 ଫେବୃଆରି 2018 ରେ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟ ଲଲିତାଙ୍କର 70 ତମ ଜନ୍ମ ଦିବସରେ ତାମିଲନାଡୁର ମହିଳାମାନଙ୍କୁ ଅମ୍ମା ସ୍କୁଟର ଯୋଜନାରେ ସ୍କୁଟି ପ୍ରଦାନ କରା ଜାଇଥିଲା।

2018 ରେ ତାମିଲନାଡୁର ଏଆଈଏଡିଏମକେ ସରକାର ଏହି ଯୋଜନାକୁ ମିହାଳାମାଙ୍କ ପାଇଁ ଲଞ୍ଚ କରିଥିଲା। ଯୋଜନାର ଉଦ୍ଘାଟନ କରିବା ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସ୍ୱାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଡାକିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ପ୍ରଶଂସା କରିଥିଲେ। ଏହା ସହିତ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ଆଶ୍ୱାସନା ଦେଇଥିଲେ।
ଏହା ଛଡା ହିନ୍ଦୀ ନ୍ୟୁଜ AJTAK ପେଜରେ ଲେଖା ଯାଇଛି ଯେ, କେବଳ ତାମିଲନାଡୁ ମହିଳାଙ୍କୁ ଅମ୍ମା ସ୍କୁଟର ଯୋଜନାରେ 25000 ମିଳିବ। ଏହା ସହିତ ଲେଖା ଯାଇଛି ଯେ, ତାମିଲନାଡୁର ପ୍ରତି ଘରୁ ଜଣେ ମହିଳାକୁ ଏହି ଯୋଜନାରେ ସ୍କୁଟି ମିଳିବ।


ଏହା ଛଡା BUSINESS STANDARD ପେଜରେ ଜାମ୍ମୁ କଶ୍ମିରର ମୁ୍ଖ୍ୟମନ୍ତ୍ରୀ ମହେବୁବା ମୁଫତି ସ୍କୁଲ ଛାତ୍ରିମାଙ୍କୁ ସ୍କୁଟି ବିତରଣ କରିଥିବା ନ୍ୟୁଜ ପେଜରେ ପ୍ରକାସିତ କାରା ଯାଇଛି। ପେଜର ଅନୁଛେଦରେ ଲେଖା ଜଇଥିଲା ଯେ, ସପ୍ଟେମ୍ବର 2016 ରେ ଜାମ୍ମୁ କଶ୍ମିରର ମୁଖ୍ୟମନ୍ତ୍ରୀ ମହେବୁବା ମୁଫତି ସ୍କୁଲ ଯାଉଥିବା ଛାତ୍ରିମାଙ୍କ ପାଇଁ ଏହି ଯୋଜନା କରିଥିଲେ। ଏହି ଯୋଜନାରେ ଜାମୁ କଶ୍ମିରର ସ୍କୁଲ ଛାତ୍ରୀ ମାନଙ୍କୁ ସ୍କୁଟି ବିତରଣ କରାଯାଇଥିଲା।
ଦେଶର ଅନ୍ୟ ରାଜ୍ୟମାନଙ୍କରେ ସ୍କୁଟି ଯୋଜନା ଲାଗୁ ବିଷୟରେ ଜାଣିବା ପାଇଁ ଆମେ ଆଗକୁ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରୁ ଜଣାଗଲା ଯେ, ତାମିଲନାଡୁ ଏବଂ ଜାମୁ କଶ୍ମିର ଛାଡ଼ା ଦେଶର ଅନ୍ୟ କୌଣସି ରାଜ୍ୟରେ ସ୍କୁଚି ଯୋଜନା ହୋଇ ନାହିଁ।
ଆମେ ପୁର୍ଣ୍ଣ ସତ୍ୟତା ଜାଣିବା ପାଇଁ ଓଡ଼ିଶାର ରାଜଧାନି ଭୁବନେଶ୍ୱର ସ୍ଥିତ ବିଜେପି ଅଫିସରେ ଫୋନ କରି ପଚାରିଲୁ। ବିଜେପି ଅଫିସରୁ ଆମକୁ ସୂଚନା ମିଳିଲା ଯେ, ଓଡ଼ିଶାକୁ ଏପରି କୌଣସି ଯୋଜନା ଆସି ନାହିଁ। ଏହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ।
ଶେଷକଥା-
ଆମେ ଅନୁସନ୍ଧାନରୁ ପାଇଲୁ ଯେ, ପୋଷ୍ଚରେ କରାଯାଇଥିବା ଗୁଜବ ମିଥ୍ୟା ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ମା ସ୍କୁଟି ବିତରଣ କାର୍ଯ୍ୟକ୍ରମରେ ଦେଶର ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍କୁଟି ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଥିଲେ ସତ ହେଲେ ତାହା ଏବେ ଯାଏଁ କୌଣସି ରାଜ୍ୟରେ ଲାଗୁ କରାଯାଇ ନାହିଁ। ୟୁଟ୍ୟୁବରେ ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଟି ବାତରଣ ଗୁଜବ ମଧ୍ୟ ମିଥ୍ୟା ଅଟେ। ତାମିଲନାଟୁରେ ଅମ୍ମା ସ୍କୁଟି ଯୋଜନା ଏବଂ ଜାମୁ କାଶ୍ମିରରେ ମେହବୁବା ମୁଫ୍ତି ସ୍କୁଟି ଯୋଜନା ହିଁ କେବଳ ଲାଗୁ କରା ଯାଇଛି। ତୋଣୁ ମୋଦି ସରକାରଙ୍କର ସ୍କୁଟି ଯୋଜନା ଓଡିଶାରେ ଲାଗୁ ହେବା ଦାବି ମିଥ୍ୟା ଅଟେ।