କ’ଣ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, କଙ୍ଗନା ରନାଓତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ଭାରତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋଭିନ୍ଦ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ପୁରସ୍କୃତ ବ୍ୟକ୍ତିଙ୍କ ତାଲିକାରେ କଙ୍ଗନା ରନାଓତ ମଧ୍ୟ ଥିଲେ। ତାଙ୍କୁ କାହିଁକି ପୁରସ୍କୃତ କରା ଯାଉଥିଲା ଏହା ଏକ ବିବାଦ ଆରମ୍ଭ କରିଛି। ଏକ ସମ୍ବାଦ ସାକ୍ଷାତକାରରେ ପୁରସ୍କାର ପାଇବା ପରେ କଙ୍ଗନା ଦେଶର ସ୍ଵାଧୀନତା ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୯୪୭ ରେ ପାଇଥିବା ସ୍ଵାଧୀନତା ଏକ ଭିକ ଅଟେ, ଦେଶକୁ ପ୍ରକୃତ ସ୍ଵାଧୀନତା ୨୦୧୪ ମସିହାରେ ମିଳିଛି। ଏହି କାରଣରୁ କଙ୍ଗନାଙ୍କ ନାମରେ ଅଭିଯୋଗ ଲଗାଇ ପୋଲିସ ପାଖରେ ମାମଲା ମଧ୍ୟ ରୁଜୁ କରା ଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକେ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ପସନ୍ଦ କରି ନାହାନ୍ତି ଏବଂ ତାଙ୍କ ପୁରସ୍କାର ଫେରାଇ ନେବାର ଦାବି କରୁଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି। ଏହି ଟୁଇଟ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ଟୁଇଟର ଏକାଉଣ୍ଟ ପରି ଜଣା ପଡୁଛି। ସେହି ଟୁଇଟରେ ରାଷ୍ଟ୍ରପତି କହିଛନ୍ତି ଯେ “କଙ୍ଗନା ରନାଓତ ଦ୍ଵାରା ଦିଆ ଯାଇଥିବା ମନ୍ତବ୍ୟ ଦେଶର ଭାବନାକୁ ଆଘାତ ପହଞ୍ଚେଇବା ମନ୍ତବ୍ୟ ଅଟେ। ମୁଁ ନିଜେ ତାଙ୍କୁ ପଦ୍ମ ପୁରସ୍କାର ଦେଇଥିବାରୁ ଲଜ୍ଜିତ ଅନୁଭବ କରୁଛି। ମୁଁ ମୋଦୀ ସରକାରଙ୍କୁ ଅନୁରୋଧ କରୁଛି ଯେ ମତେ ପୁରସ୍କାର ଫେରାଇ ନେବାର ଅନୁମତି ଦିଆ ଯାଉ।”

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଟୁଇଟ ରାଷ୍ଟ୍ରପତି ଦ୍ଵାରା କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମେ ଦୁଇଟି ପର୍ଯ୍ୟାୟରେ ଆମର ଅନୁସନ୍ଧାନ କରିଲୁ। ପ୍ରଥମ ପର୍ଯ୍ୟାୟରେ ଆମେ ଯାଇବାକୁ ଚେଷ୍ଟା କରିଲୁ ଯେ କ’ଣ ପଦ୍ମ ପୁଷକାର ପ୍ରାପ୍ତ ବ୍ୟକ୍ତିଙ୍କଠାରୁ ପୁରସ୍କାର ଛଡା ଯାଇ ପାରିବ? ଦ୍ଵିତୀୟ ପର୍ଯ୍ୟାୟରେ ଆମେ ଜାଣିବାକୁ ଚାହିଁଲୁ ଯେ ପ୍ରକୃତରେ ଭାଇରାଲ ଟୁଇଟ ସ୍କ୍ରିନଶଟ୍ ରାଷ୍ଟ୍ରପତିଙ୍କ ଠାରୁ ଆସିଛି କି? 

କ’ଣ ପୁରସ୍କୃତ ବ୍ୟକ୍ତିଙ୍କ ଠାରୁ ପଦ୍ମ ପୁରସ୍କାର ଛଡା ଯାଇ ପାରିବ?

ଏହି ବିଷୟରେ ତଥ୍ୟ ଏକତ୍ର କରିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କର ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ପଦ୍ମ ପୁରସ୍କାରର ସରକାରୀ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟରେ କୁହା ଯାଇଛି ଯେ ରାଷ୍ଟ୍ରପତି ଯେକୌଣସି ବ୍ୟକ୍ତିଙ୍କ ପୁରସ୍କାର ବାତିଲ କରି ପାରିବେ ଏବଂ ସେହି ବ୍ୟକ୍ତିଙ୍କର ନାମ ପୁରସ୍କାର ତାଲିକାର ରେଜିଷ୍ଟରରୁ ହଟାଇ ଦିଆ ଯାଏ ଏବଂ ସେହି ବ୍ୟକ୍ତିଙ୍କୁ ପୁରସ୍କାର ସମର୍ପଣ କରିବାକୁ ପଡେ। 

PA.jpg

Padma Awards

କ’ଣ ଭାଇରାଲ ଟୁଇଟର ସ୍କ୍ରିନଶଟ୍ ରାଷ୍ଟ୍ରପତିଙ୍କ ଟୁଇଟର ଏକାଉଣ୍ଟରୁ ଆସିଛି?

ଏହା ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। କିନ୍ତୁ ଫଳାଫଳରେ ଆମକୁ ରାଷ୍ଟ୍ରପତି ଦ୍ଵାରା କଙ୍ଗନାଙ୍କ ଠାରୁ ପୁରସ୍କାର ଫେରାଇ ନେବା ବିଷୟରେ କିଛି କୁହା ଯାଇଥିବା ମିଳିଲା ନାହିଁ। 

ଆମେ ଟୁଇଟରରେ ଯାଇ ଭାଇରାଲ ଟୁଇଟ ଯେଉଁ ଟୁଇଟର ଏକାଉଣ୍ଟରୁ କରା ଯାଇଛି ତାହାକୁ ଖୋଜିଲୁ। ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଟୁଇଟରର ନିୟମ ଉଲଂଘନ କରିବା କାରଣରୁ ଏହି ଏକାଉଣ୍ଟକୁ ଟୁଇଟର ବନ୍ଦ କରି ଦେଇଛି।

TAS.jpg

Twitter Account

ଏହା ପରେ ଆମେ ଟୁଇଟରରେ ଯାଇ ରାଷ୍ଟ୍ରପତିଙ୍କର ଅଫିସିଆଲ ଟୁଇଟର ଏକାଉଣ୍ଟ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ରାଷ୍ଟ୍ରପତିଙ୍କର ଟୁଇଟର ଏକାଉଣ୍ଟ ଭାଇରାଲ ଟୁଇଟ କରା ଯାଇଥିବା ଏକାଉଣ୍ଟ ଠାରୁ ଭିନ୍ନ ଅଟେ। ଭାଇରାଲ ଟୁଇଟର ସ୍କ୍ରିନଶଟ୍ କୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିଲୁ ଯେ ଏହି ଏକାଉଣ୍ଟ ମିଥ୍ୟା ଅଟେ କାରଣ ଏହି ଏକାଉଣ୍ଟର ନାମରେ କିଛି ବନାନ ତ୍ରୁଟି ଅଛି। ଏହା ସହିତ ଏହି ଏକାଉଣ୍ଟରେ ଟୁଇଟରର ଭେରୀଫାଏଡ ବା ଅଫିସିଆଲ ହେଇଥିବା ନୀଳ ରଙ୍ଗର ଚିହ୍ନ ମଧ୍ୟ ନାହିଁ ନିମ୍ନରେ ଆପଣ ମାନେ ଦୁଇଟି ଏକାଉଣ୍ଟ ମଧ୍ୟରେ ତୁଳନା ଦେଖି ପାରିବେ। 

Copy of Horizontal Image Comparison.png

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଟୁଇଟର ସ୍କ୍ରିନଶଟ୍ ରାଷ୍ଟ୍ରପତିଙ୍କ ଅଫିସିଆଲ ଏକାଉଣ୍ଟରୁ ଆସି ନାହିଁ। ଏହା ରାଷ୍ଟ୍ରପତିଙ୍କ ନାମରେ ଏକ ନକଲି ଏକାଉଣ୍ଟରୁ ଆସିଛି ଯାହାକୁ ଟୁଇଟର ବ୍ୟାନ କରି ସାରିଛି।

Avatar

Title:କ’ଣ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, କଙ୍ଗନା ରନାଓତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ବିଷୟରେ ଟୁଇଟ କରିଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *