
ବର୍ତମାନ କୋରୋନା ଭାଇରସ ନେଇ ସାରା ଦୁନିଆରେ ଆତଙ୍କ ଏବଂ ଏହାର ଚର୍ଚା ଚାଲିଛି। ବିଶ୍ଵର ସମସ୍ତ ଦେଶ ଏହି ଭାଇରସରୁ ପ୍ରଭାବିତ ହେଇଛନ୍ତି। ତେଣୁ ବର୍ତମାନ କୋରୋନା ଭାଇରସ କୁ ନେଇ ଏହା ଚର୍ଚା ଚାଲିଛି ଯେ ଏହି ଭାଇରସ କେଉଁଠୁ ଆସିଲା। ଏହି ବିଷୟ ନେଇ ଅନେକ ଲୋକ ଅନେକ ପ୍ରକାର ର ମତ ଦେଉଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏହି କଥା ଜୋର ଧରିଛି ଯେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏହି ଭାଇରସର ନିର୍ମାଣ ୱୂହାନ ଲ୍ୟାବରେ କରିଛନ୍ତି।
ଏମିତି ଗୋଟିଏ ପୋଷ୍ଟ ବର୍ତମାନ ଫେସବୁକର ନାମୋ ଏଗେନ୍ ନାମକ ପେଜରେ କରା ଯାଇ ଅଛି। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ବିଶ୍ଵର ସବୁଠୁ ବଡ଼ ଅପରାଧୀ। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୯୫୬ ମସିହାରେ ସେ ୱୂହାନ ଲ୍ୟାବର ପ୍ରତିଷ୍ଠା କରିଥିଲେ। ଏହି ଲ୍ୟାବରେ ବିଭିନ୍ନ ଭାଇରସ କୁ ନେଇ ଜୈବିକ ହତ୍ୟାରର ନିର୍ମାଣ କରୁଥିଲେ। ବିଶ୍ଵର ସବୁଠାରୁ ଶକିଶାଳୀ ଦେଶ ହେବା ପାଇଁ ଚୀନ ଏହି ପଦକ୍ଷେପ ନେଇଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇ ଅଛି ଯେ କୋରୋନା ଭାଇରସ ଗୋଟିଏ କୁତ୍ରିମ ଜୈବିକ ବୋମା। ଚୀନ ଆଉ ଆମେରିକାର ବଡ଼ ବଡ଼ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ କୋରୋନା ଭାଇରସର ନିର୍ମାଣ ଚୀନ କରିଛି। ୱୂହାନରୁ ୧୦୦୦ କି.ମି. ଦୂରତାରେ ଥିବା ବେଜିଂ ସହରରେ ଏହି ଭାଇରସର କିଛି ପ୍ରଭାବ ପଡ଼ି ନାହିଁ କିନ୍ତୁ ଇଟାଲୀ, ଆମେରିକା ପଡ଼ି ଦେଶରେ ଏହା ବ୍ୟାପୀ ସାରିଛି ବୋଲି ଦାବି କରା ଯାଇଅଛି।
ଆସନ୍ତୁ ଜାଣିବା ସତ୍ୟ କ’ଣ:
ଆମେ ପ୍ରଥମେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ୧୯୫୬ ମସିହାରେ ୱୂହାନ ଲ୍ୟାବର ପରତିଷ୍ଠା କରିଥିବା କଥାର ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହା ଖୋଜିଲୁ ଯେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଜନ୍ମ କେଉଁ ମସିହାରେ ହେଇଥିଲା। ଆମେ ଗୁଗୁଲରେ ଯାଇ ଜିନପିଙ୍ଗ ଡେଟ ଅଫ ବାର୍ଥ ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ବ୍ରିଟାନିକା ଏନସାଇକ୍ଳୋପେଡ଼ିଆ ରେ ରାଷ୍ଟ୍ରପତି ଜିନପିଙ୍ଗଙ୍କର ଜୀବନୀ ଲେଖା ଯାଇଥିବା ମିଳିଲା। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ରାଷ୍ଟ୍ରପତି ଜିନପିଙ୍ଗଙ୍କର ଜନ୍ମ ୧୫ ଜୁନ ୧୯୫୩ ମସିହାରେ ହୋଇଥିଲା। ପୋଷ୍ଟରେ ଦାବି କରା ଯାଇଅଛି ଯେ ରାଷ୍ଟ୍ରପତି ଜିନପିଙ୍ଗ ୧୯୫୬ ମସିହାରେ ୱୂହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ ଯେଉଁ ମସିହାରେ ୱୂହାନ ଲ୍ୟାବର ପ୍ରତିଷ୍ଠା ହେଇ ଥିଲା, ସେହି ସମୟରେ ରାଷ୍ଟ୍ରପତି ଜିନପିଙ୍ଗ କେବଳ ୩ ବର୍ଷ ଶିଶୁ ଥିଲେ। ସେଥି ପାଇଁ ପୋଷ୍ଟରେ କରା ଯାଇଥିବା ଦାବି ଯେ ୱୂହାନ ଲ୍ୟାବର ପ୍ରତିଷ୍ଠା ରାଷ୍ଟ୍ରପତି ଜିନପିଙ୍ଗ ଦ୍ଵାରା କରା ଯାଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।
Britannica Encyclopedia | Archive
ଏହା ପରେ ଆମେ ପୋଷ୍ଟରେ କରା ଯାଇଥିବା ଦ୍ଵିତୀୟ ଦାବି ଯେ ୱୂହାନ ଲ୍ୟାବରେ ଚୀନ କୋରୋନା ଭାଇରସର ଜୈବିକ ହତ୍ୟାର ଉତ୍ପାଦନ କରୁଥିବା ବିଷୟରେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଏହା ପାଇଲୁ ଯେ ୧୨ ଜାନୁଆରୀ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ନିଜ ଟୁଇଟର ହେଣ୍ଡେଲରେ ଏହି ବିଷୟରେ ଲେଖି ଏହା କହିଛି ଯେ ସମସ୍ତ ପ୍ରମାଣ ଏହା ସଂକେତ ଦେଉଛି ଯେ କୋରୋନା ଭାଇରସର ବିସ୍ଫୋରଣ ୱୂହାନର ମାଛ ଓ ମାଁକ୍ସ ବଜାରରୁ ଆରମ୍ଭ ହେଇଥିଲା। ୧ ଜାନୁଆରୀ ଠାରୁ ଏହି ବଜାଜ କୁ ସମ୍ପୂର୍ଣ ଭାବେ ବନ୍ଦ କରି ଦିଆ ଯାଇଅଛି।
୩୧ ଜାନୁଆରୀ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୟୁଟ୍ୟୁବ ରେ ଗୋଟିଏ ଭିଡିଓ ପୋଷ୍ଟ କରିଅଛି ଯେଉଁଥିରେ ଏହା କୁହା ଯାଇଅଛି ଯେ ୨୦୧୯ ରେ ଚୀନରେ ନିମୋନିୟାର ବହୁତ କେସ ଆସିଲା ଯେଉଁଟା ଅଜ୍ଞାନ୍ତ ଥିବା ଭାଇରସ ଦ୍ଵାରା ହେଉଥିଲା। ଏହି ଭାଇରସକୁ ୨୦୧୯ ନୋଭେଲ କୋରୋନା ଭାଇରସ ନାମ ଦିଆ ଗଲା। WHO କହିବା ଅନୁସାରେ ଅନେକ ପ୍ରକାର ର କୋରୋନା ଭାଇରସ ଅଛି। କିଛି ଭାଇରସ ଶ୍ଵାସ ସମ୍ବନ୍ଧିତ ରୋଗ କରି ଥାଏ। କିନ୍ତୁ ଏପରି କୋରୋନା ଭାଇରସ ମଧ୍ୟ ଅଛି ଯେଉଁଟା ଜୀବନ ପାଇଁ କ୍ଷତିକାରକ। SARS କୋରୋନା ଭାଇରସ ୨୦୦୩ ମସିହାରେ ଚୀନରେ ଦେଖିବାକୁ ମିଳିଥିଲା। MERS କୋରୋନା ଭାଇରସ ୨୦୧୨ ମସିହାରେ ସାଉଡି ଦେଶରେ ବ୍ୟାପୀ ଥିଲା। ନୋଭେଲ କୋରୋନା ଭାଇରସ ୨୦୧୯ ମସିହାରେ ଚୀନରେ ଆରମ୍ଭ ହେଇଥିଲା। ୱୂହାନ ସହର ର ମାଛ ଓ ଜିଅନ୍ତା ପଶୁ ମାଁକ୍ସ ବିକ୍ରି ହେଉଥିବା ବଜାର ରୁ ଏହା ଆରମ୍ଭ ହେଇଥିଲା। ଏହି କଥା ସେତେବେଳେ ଜଣା ପଡିଲା ଯେତେବେଲେ ସେହି ବଜାର ଯାଇ ଥିବା ଲୋକେ ଓ ସେଇଠି କାମ କରୁଥିବା କର୍ମଚାରୀଙ୍କ ଶ୍ଵାସଥିୟ ଖରାବ ହେବାକୁ ଲାଗିଲା।
୧୯ ଫେବ୍ରୁଆରି ରେ ଦି ଲାନସେଟ ଜର୍ନାଲରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ତାଙ୍କ ଶ୍ଵାସଥିୟ ବୈଜ୍ଞାନିକ ମାନେ କୋରୋନା ରୋଗ କୁ ନେଇ ଚିନ୍ତିତ ଅଛନ୍ତି ଓ ଏବେ ମଧ୍ୟ ଗବେଷଣା କରୁଛନ୍ତି। ଚୀନର ବୈଜ୍ଞାନିକ ଏବନ ଡାକ୍ତର ମାନେ ଏହି ରୋଗର ଚିକିତ୍ସା ଖୋଜିବା ପାଇଁ ଅନୁସନ୍ଧାନ କରୁଛନ୍ତି ଓ ତାଙ୍କ ରିପୋର୍ଟ ଦେଇ ଆସୁଛନ୍ତି। କିନ୍ତୁ ଏହି ବିଷୟ ନେଇ ଏବଂ କୋରୋନାର ସୃଷ୍ଟି କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଥ୍ୟା ଲୋକଙ୍କ ମନରେ ଭୟ ଉତ୍ପାଦନ କରୁଛି ଏବଂ ଏହି ରୋଗର ସାମନା କରିବାର ପ୍ରକ୍ରିୟା କୁ କ୍ଷତି ପହଞ୍ଚାଉଛି। ଏହି ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ କୋରୋନା ଭାଇରସ COVID-19 ବଣ ଜୀବ ଜନ୍ତୁ ଠାରୁ ଆରମ୍ଭ ହେଇଛି।
୧୨ ମାର୍ଚରେ ସେଣ୍ଟର୍ସ ଫର ଡିଜିସ କର୍ଟ୍ରୋଳ ଏଣ୍ଡ ପ୍ରିଭେନସନ (CDC) ନିଜ ସାଇଟର ଗୋଟିଏ ଅନୁଛେଦରେ ଏହା କହିଛି ଯେ କୋରୋନା ଭାଇରସ ଭୂତାଣୁର ବଡ଼ ସମୁଦାୟ ଯେଉଁଟା ମଣିଷ ଓ ବିଭିନ୍ନ ପଶୁ ପକ୍ଷୀ ପ୍ରଜାତିରେ ଦେଖିବାକୁ ମିଳି ଥାଏ। ପଶୁଙ୍କ କୋରୋନା ଭାଇରସ ମଣିଷକୁ ଆକ୍ରାନ୍ତ କରିବା ଏବଂ ଏହା ପରେ ମଣିଷ ଦ୍ଵାରା ମଣିଷ ଆକ୍ରାନ୍ତ ହେବା କଥା ବେସୀ ଦେଖିବାକୁ ମିଳି ନଥାଏ। ଏହି ଭାଇରସର ସ୍ରୋତ ବାଦୁଡି ବୋଲି ସିଡ଼ିସି କହିଛି।
କୋରୋନା ସଂକ୍ରମଣ ପ୍ରାରମ୍ଭ ସମୟରେ ଏହା ଜଣା ପଡିଥିଲା ଯେ ସମସ୍ତ ରୋଗୀ ଚୀନର ୱୂହାନ ସହରରେ ଥିବା ମାଛ ଓ ମାଁକ୍ସ ବଜାର ସହିତ ସମ୍ପର୍କରେ ଥିଲେ। ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୀ, ବର୍ତମାନ ଚୀନ ବାହାରେ ଅନ୍ୟ ଦେଶରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରି ସାରିଚ୍ଚି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଚୀନ ରାଷ୍ଟ୍ରପତି ଜିଂପିଙ୍ଗ ୱୂହାନ ଲ୍ୟାବର ପ୍ରତିଷ୍ଠା କରି ନଥିଲେ। ୱୂହାନ ଲ୍ୟାବର ପ୍ରତିଷ୍ଠା ୧୯୫୬ ମସିହାରେ ହେଇଥିଲା ଓ ରାଷ୍ଟ୍ରପତି ଜିଂପିଙ୍ଗଙ୍କ ଜନ୍ମ ୧୯୫୩ ମସିହାରେ ହେଇଥିଲା। ଦ୍ଵିତୀୟ ଦାବି ଯେ ଚୀନ କୋରୋନା ଭାଇରସର ଉତ୍ପାଦନ ୱୂହାନ ଲ୍ୟାବରେ କରୁ ଥିବା କଥା ମଧ୍ୟ ମିଥ୍ୟା ଅଟେ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ କୋରୋନା ଭାଇରସ ପ୍ରାକୃତିକ ଉପାୟରେ ଦୁନିୟା କୁ ଆସି ଅଛି। ସମସ୍ତ ପ୍ରମାଣ ଯାଞ୍ଚ କରିବା ପରେ WHO କହିଅଛି ଯେ କୋରୋନା ମଣିଷ ଦ୍ଵାରା ଉତ୍ପାଦନ କରା ଯାଇ ନାହିଁ। CDC ଏବଂ ଲାନସେଟ କହିବା ଅନୁଯାୟୀ ବଜାରରେ ବିକ୍ରି ହେଉ ଥିବା ଜିୟନ୍ତା ଜୀବ ଜନ୍ତୁ ଠାରୁ କୋରୋନା ଭୂତାଣୁ ମଣିଷଙ୍କୁ ସଙ୍କ୍ରାମାଣ କରିଥିଲା।

Title:କ’ଣ ଚୀନ ରାଷ୍ଟ୍ରପତି ଜିନପିଙ୍ଗ 1956 ମସିହାରେ ବୁହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ? କ’ଣ ଏହି ଲ୍ୟାବରେ ତିଆରି ହେଇଛି କୋରୋନା ଭାଇରସ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False