କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ନେତାଙ୍କ ଟୁଇଟ ଭାଇରାଲ ହେଇଥିଲା ଯାହାକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଦାବିରେ କୁହା ଯାଇଅଛି ଯେ ପ୍ରିୟଙ୍କା ଗାନ୍ଧୀ ଭାରତକୁ ମୂର୍ଖ ମାନଙ୍କ ଦେଶ ବୋଲି କହିଛନ୍ତି। 

ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଟୁଇଟକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ପ୍ରିୟଙ୍କା ଗାନ୍ଧୀଙ୍କ ଟୁଇଟର ଏକାଉଣ୍ଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଭାଇରାଲ ହେଉଥିବା ଟୁଇଟ ଯେଉଁ ଟୁଇଟର ଏକାଉଣ୍ଟରୁ ଶେୟାର କରା ଯାଇଅଛି ତାହା ପ୍ରିୟଙ୍କା ଗାନ୍ଧୀଙ୍କ ଅଫିସିଆଲ ଏକାଉଣ୍ଟରୁ ଭିନ୍ନ ଅଟେ। ଦୁଇ ଟୁଇଟର ଏକାଉଣ୍ଟର ତୁଳନା କରିଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଏହାର ଟୁଇଟର ନାମ ପରସ୍ପର ଠାରୁ ସମ୍ପୂର୍ଣ ଭାବେ ଭିନ୍ନ ଅଟେ। ଏହା ଛଡ଼ା ଭାଇରାଲ ହେଉଥିବା ଟୁଇଟରେ ଭେରୀଫାଏଡ ଚିହ୍ନ ମଧ୍ୟ ନାହିଁ। ଦୁଇଟି ଟୁଇଟର ଏକାଉଣ୍ଟର ପ୍ରୋଫାଇଲ ଛବି ମଧ୍ୟ ଭିନ୍ନ ଅଟେ। 

Archive

ତଳେ ଆପଣ ଭାଇରାଲ ହେଉଥିବା ଟୁଇଟର ଏକାଉଣ୍ଟ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କର ଟୁଇଟର ଏକାଉଣ୍ଟର ତୁଳନା ଦେଖି ପାରିବେ। 

Copy of Squire Image Comparison.png

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଟୁଇଟ ପ୍ରିୟଙ୍କା ଗାନ୍ଧୀଙ୍କର ଅଫିସିଆଲ ଟୁଇଟର ଏକାଉଣ୍ଟରୁ ପୋଷ୍ଟ କରା ଯାଇ ନାହିଁ। ନକଲି ଟୁଇଟର ଏକାଉଣ୍ଟରୁ ପୋଷ୍ଟ କରି ସୋସିଆଲ ମିଡିଆରେ ଗୀଜବ ସୃଷ୍ଟି କରା ଯାଇଅଛି।

Avatar

Title:କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *