
ସୋସିଆଲ ମିଡିଆରେ ବିଗତ କିଛି ମାସ ଧରି ଏହା ଚର୍ଚାରେ ଚାଲି ଅଛି ଯେ କୋରୋନା ଭାଇରସ କେଉଁ ପ୍ରକାର ସୃଷ୍ଟି ହେଲା? ଏହା କୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି। କିନ୍ତୁ ବିଗତ କିଛି ସପ୍ତାହ ହେଲା ଅନ୍ୟ ଅନ୍ୟ ଲୋକଙ୍କ ନାମ ଜୁଆଡ଼ି ଏହା ଗୁଜବ ଭାଇରାଲ କରା ଯାଉଅଛି ଯେ କୋରୋନା ଭାଇରସ ଚୀନ ଲ୍ୟାବରେ ସୃଷ୍ଟି କରିଛି।
୧୨ ଦିନ ପୂର୍ବରୁ ଏହି ପରି ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଜାପାନ ର ନୋବେଲ ପୁରସ୍କାର ବିଜେତା ପ୍ରଫେସର ତସୁକୁ ହୋଞ୍ଜୋଙ୍କ ସୂଚନା ଦ୍ଵନ୍ଦ ସୃଷ୍ଟି କରିଛି। ଦାବି ଅନୁସାରେ ପ୍ରଫେସର ହୋଞ୍ଜୋଙ୍କ କହିଛନ୍ତି ଯେ ଅରୋନା କୁ ଚୀନ ହିଁ ତିଆରି କରିଛି ଏବଂ ଏହା ପ୍ରାକୃତିକ ନୁହେଁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଫେସବୁକରେ ଯାଇ ମୁଖ୍ୟ ଶବ୍ଦ ସାହାଜ୍ଯତା ରେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ପାଇଲୁ ଯେ ଜଣେ ଫେସବୁକ ୟୁଜର “ଆଲୋକ ଭାରତୀୟ” ପୋଷ୍ଟ କରି କହିଛନ୍ତି ଯେ ବର୍ତମାନ ସୋସିଆଲ ମିଡିଆରେ ପ୍ରଫେସର ହୋଞ୍ଜୋନଅକା ନାମ ବ୍ୟବହାର କରି ଗୁଜବ ଭାଇରାଲ ହେଉଛି। ସେ ତାଙ୍କ ପୋଷ୍ଟରେ ପ୍ରଫେସର ହୋଞ୍ଜୋନ୍କେ ଦ୍ଵାରା ଲେଖା ଯାଇଥିବା ଅନୁଛେଦ ପୋଷ୍ଟ କରିଛନ୍ତି ଯେଉଁଥିରେ ପ୍ରଫେସର ହୋଞ୍ଜୋ ଲେଖିଛନ୍ତି ଯେ ତାଙ୍କ ଓ କ୍ୟୋଟୋ ବିଶ୍ଵ ବିଦ୍ୟାଳୟ ନାମରେ ସୃଷ୍ଟି ହେଇଥିବା ଗୁଜବ ପାଇଁ ସେ ଦୁଖିତ ଅଛନ୍ତି।
ଏହା ପରେ ଆମେ “ଆଲୋକ ଭାରତୀୟ” ବିଷୟରେ ଖୋଜିଲୁ। ଆମେ ଜାଣିବାକୁ ପାଇଲୁ ଯେ ଆଲୋକ ଭାରତୀୟ କ୍ୟୋଟୋ ବିଶ୍ଵବିଦ୍ୟାଳୟ ରେ ମେଡ଼ିସିନ ରେ ପି.ଏଚ.ଡି କରୁଛନ୍ତି। ସେ ପ୍ରଫେସର ତସୁକୁ ହୋଞ୍ଜୋଙ୍କ ଲ୍ୟାବରେ କାମ କରନ୍ତି।
ଏହା ପରେ ଆମେ ଆଲୋକଙ୍କ ଦ୍ଵାରା କରା ଯାଇଥିବା ପୋଷ୍ଟର ସତ୍ୟତା ଖୋଜିଲୁ। ଆମେ ପାଇଲୁ ଯେ ୨୭ ଏପ୍ରିଲରେ କ୍ୟୋଟୋ ବିଶ୍ଵ ବିଦ୍ୟାଳୟ ନିଜ ନ୍ୟୁଜ ସେକ୍ସନରେ ପ୍ରଫେସର ହୋଞ୍ଜୋଙ୍କ ଦ୍ଵାରା ସ୍ଟେଟମେନ୍ଟ ପ୍ରକାଶିତ କରିଛି। ଏହି ଚିଠି ରେ ପ୍ରଫେସର ହୋଞ୍ଜୋ ଲେଖିଛନ୍ତି ଯେ COVID 19 ଦ୍ଵାରା ସୃଷ୍ଟି ହେଇଥିବା ଯନ୍ତ୍ରଣା, ଆର୍ଥିକ କ୍ଷତି ଏବଂ ପିଡ଼ା ସମୟରେ ତାଙ୍କ ନାମ ଗୁଜବ ସହିତ ଜୁଡ଼ି ସୋସିଆଲ ମିଡିଆରେ ଭାଇରାଲ ହେଇଥିବାରୁ ସେ ଅତ୍ୟନ୍ତ ଦୁଖିତ ଅଛନ୍ତି। ଏହି ସମୟରେ ତାଙ୍କ ପରି ଲୋକ, ଯେଉଁ ମାନେ ଏହି ରୋଗର ଚିକିତ୍ସା ଖୋଜିବା ପାଇଁ କଠିନ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସମସ୍ତେ ନିଜ ସୁଯୋଗ ଦିଅନ୍ତୁ। ଜୀବନ ବଞ୍ଚାଇବା ପାଇଁ ନିଜ ଯୋଗଦାନ ଦେବାରେ ଗୋଟିଏ କ୍ଷଣ ମଧ୍ୟ ନଷ୍ଟ କରିବା ଉଚିତ ନୁହେଁ। ଏହି ସମୟରେ ଯେତେବେଳେ ସମସ୍ତଙ୍କ ଉଦ୍ଦେଶ୍ୟ ରୋଗୀଙ୍କ ଚିଇକିତ୍ସା, ସେବା ଏବଂ ଏହି ଭାଇରସ କୁ ବ୍ୟାପିବାରୁ ଅଟକାଇବା କଥା, ସେତେବେଳେ ଏପରି ଗୁଜବ ସୃଷ୍ଟି କରିବା ଉଚିତ ନୁହେଁ।
ର୍ୟୁଟର ପତ୍ରିକାରେ ପ୍ରକାଶିତ ଅନୁଛେଦ ଅନୁଯାୟୀ, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହି କଥା ସ୍ପଷ୍ଟ କରି ସାରିଛି ଯେ ସମସ୍ତ ପ୍ରମାଣର ଯାଞ୍ଚ କରି ଜଣା ପଡ଼ିଛି ଯେ COVID 19 ପଶୁ ଠାରୁ ଆରମ୍ଭ ହେଇଛି। ଏହାର ନିର୍ମାଣ ଚୀନରେ ଗୋଟିଏ ଲ୍ୟାବରେ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।
ଶେଷକଥା:
ଅନୁସନ୍ଧାନରୁ ମିଳିଥିବା ପ୍ରମାଣ ରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପ୍ରଫେସର ତସୁକୁ ହୋଞ୍ଜୋଙ୍କ ନାମ ବ୍ୟବହାର କରି ମିଥ୍ୟା ଭାଇରାଲ କରା ଯାଉଅଛି। ପ୍ରଫେସର ହୋଞ୍ଜୋ ନିଜେ ପୋଷ୍ଟରେ କରା ଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି। WHO ମଧ୍ୟ ଏହି କଥାର ପୁଷ୍ଟି କରିଛି ଯେ କୋରୋନା ଭାଇରସର ନିର୍ମାଣ କୌଣସି ଲ୍ୟାବରେ ହେଇ ନାହିଁ।

Title:କ’ଣ କୋରୋନା ଭାଇରସ ଚୀନରେ ତିଆରି ହେଇଅଛି ବୋଲି ଜାପାନ ର ନୋବେଲ ବିଜେତା ପ୍ରଫେସର ତାଷୁକୁ ହୋଞ୍ଜୋ କହିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False