
ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଅନେକ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିଷୟରେ ଏକ ଖବର ଭାଇରାଲ ହେଉଥିବା ମିଳିଛି।
ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି ଯେଉଁଥିରେ ସେ ଇଣ୍ଡିଆନ ମେଡିକାଲ୍ ଏସୋସିଏସନ୍ (IMA) ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ସରକାରୀ ସଂସ୍ଥା ନୁହେଁ, ଏକ ଇସାଇ ସଂସ୍ଥା ଅଟେ। ଏହା ବାବଦ ସେ ଏହି ଟୁଇଟରେ ବାବା ରାମଦେବଙ୍କ ସମର୍ଥନରେ ମଧ୍ୟ କହିଛନ୍ତି।
କ’ଣ ରଞ୍ଜନ ଗୋଗୋଇ ଏପରି ଟୁଇଟ କରିଛନ୍ତି?
ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ପୋଷ୍ଟକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ଏପରି କୌଣସି ସଂବାଦ ମିଳିଲା ନାହିଁ ଯାହା ଦ୍ଵାରା ପ୍ରମାଣିତ ହୋଇପାରିବ ଯେ ଭାଇରାଲ ପୋଷ୍ଟ ସତ୍ୟ ଅଟେ। ଏହା ପରେ ଆମେ ଭାଇରାଲ ହେଉଥିବା ଟୁଇଟରର ସ୍କ୍ରିନଶଟ୍ ରେ ଟୁଇଟର ଏକାଉଣ୍ଟ ଦେଖିଲୁ ଯେଉଁଥିରେ @THEGOGAI ଲେକା ହୋଇଥିଲା। ଆମେ ଟୁଇଟରରେ ଯାଇ ଏହି ଏକାଉଣ୍ଟ ସର୍ଚ କରି ଏହା ବିଷୟରେ ସୂଚନା ଏକତ୍ର କରିଲୁ। ଏହି ଟୁଇଟର ଏକାଉଣ୍ଟରେ ଆମେ ଦେଖିବାକୁ ପାଇଲୁ ଯେ ରଞ୍ଜନ ଗୋଗୋଇଙ୍କ ନାମ ଭୁଲ (ରଞ୍ଜନ ଗୋଗଇ) ଥିବା ସହିତ ଏହା ଫ୍ୟାନ୍ ପେଜ୍ ମଧ୍ୟ ଲେଖା ଯାଇଅଛି।

ପରବର୍ତ୍ତୀ ସମୟରେ ଆମେ ଲକ୍ଷ କରିଲୁ ଯେ ଏହି ଟୁଇଟର ଏକାଉଣ୍ଟରେ ରଞ୍ଜନ ଗୋଗୋଇଙ୍କ ନାମ ସହିତ ନୀଳ ଟିକ୍ ଚିହ୍ନ ନାହିଁ। ଆମେ ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ ଯେଉଁ ଏକାଉଣ୍ଟ ସାମନାରେ ନୀଳ ଟିକ୍ ଚିହ୍ନ ଥାଏ, ସେହି ଏକାଉଣ୍ଟକୁ ଅଫିସିଆଲ ଏକାଉଣ୍ଟ ଭାବରେ ବିବେଚନା କରାଯାଏ।
ଉପରୋକ୍ତ ସୂଚନାରୁ ଆମେ କହିପାରିବା ଯେ ଭାଇରାଲ ହେଉଥିବା ସ୍କ୍ରିନଶଟ୍ ରେ ଦେଖା ଯାଉଥିବା ଟୁଇଟର ହେଣ୍ଡେଲ ରଞ୍ଜନ ଗୋଗୋଇଙ୍କ ଅଫିସିଆଲ ହେଣ୍ଡେଲ ନୁହେଁ।
ଆମର ଅନୁସନ୍ଧାନକୁ ଦୃଢ କରିବା ପାଇଁ ଫ୍ୟାକ୍ଟ କୃସେଣ୍ଡୋ ହିନ୍ଦୀ ଦଳ ରଞ୍ଜନ ଗୋଗୋଇଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଆମକୁ କହିଛନ୍ତି ଯେ ଭାଇରାଲ ହେଉଥିବା ପୋଷ୍ଟରେ ଦେଖା ଯାଉଥିବା ଟୁଇଟର ହେଣ୍ଡେଲ ନକଲି ଅଟେ। ସେ କହିଛନ୍ତି, “ମୋର ଟୁଇଟର ଏକାଉଣ୍ଟ ନାହିଁ। ଆଜି ପର୍ଯ୍ୟନ୍ତ ମୁଁ ଦିଲ୍ଲୀ ପୋଲିସକୁ ଏପରି ୨୦ଟି ନକଲି ଟୁଇଟର ହେଣ୍ଡେଲ ନାମରେ ଅଭିଯୋଗ କରିଛି। ଆପଣ ଦିଲ୍ଲୀ ପୋଲିସର ଯୁଗ୍ନ କମିଶନରଙ୍କ ଠାରୁ ନିଶ୍ଚିତ କରି ପାରିବେ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମନାୟତ ହେଲା ଯେ ଭାଇରାଲ ହେଉଥିବା ପୋଷ୍ଟରେ ଟୁଇଟରର ସ୍କ୍ରିନଶଟ୍ ରଞ୍ଜନ ଗୋଗୋଇଙ୍କ ଫ୍ୟାନ୍ ଏକାଉଣ୍ଟ ଅଟେ। ରଞ୍ଜନ ଗୋଗୋଇ ନିଜେ କହିଛନ୍ତିଯେ ତାଙ୍କର କୌଣସି ଟୁଇଟର ଏକାଉଣ୍ଟ ନାହିଁ।

Title:କ’ଣ ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
