
କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦରେ ମିଥ୍ୟା ଏବଂ ବିଭାରାନ୍ତକାରୀ ଖବର ମଧ୍ୟ ବୃଦ୍ଧି ପାଉଛି। ଏକ ଭାଇରାଲ ପୋଷ୍ଟର ଦାବି ଅନୁଯାୟୀ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ହିଜାବ ଯୁବତୀ ନାମରେ ଜଣା ଯାଉଥିବା ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦାନ କରିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
୧୫ ଫେବୃଆରିରେ ଦୀପକ ମଲ୍ଲିକ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ “ସଲମାନ ଖାନ ଏବଂ ଆମିର ଖାନ ହିଜାବ ପିନ୍ଧି ବିବାଦରେ ଥିବା ଝିଅକୁ ଦେଲେ ୩ କୋଟି ଟଙ୍କା”

ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ, କିନ୍ତୁ କୌଣସି ବିଶ୍ଵସନୀୟ ସମ୍ବାଦ ପ୍ରବନ୍ଧରେ ଉପରୋକ୍ତ ଦାବିରେ ଦିଆ ଯାଇଥିବା ସୂଚନା ଆମେ ପାଇଲୁ ନାହିଁ।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ମୁସ୍କାନ ଖାନଙ୍କ ପିତା ମହମ୍ମଦ ହୁସେନ୍ ଖାନଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “ଭାଇରାଲ ହେଉଥିବା ଦାବି ଭୁଲ ଏବଂ ମିଥ୍ୟା ଅଟେ। ମୁସ୍କାନଙ୍କୁ କେହି ଟଙ୍କା ଦେଇ ନାହାଁନ୍ତି।”
ହିଜାବ ଯୁବତୀ ମୁସ୍କାନ ଖାନଙ୍କ ହିଜବ ବିବାଦ କ’ଣ?
ଜାନୁଆରୀ ମାସରେ ହିଜାବ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ଏକ ସରକାରୀ ମହିଳା ପିୟୁ କଲେଜ୍ ରେ ପଢୁଥିବା କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧିବା କାରଣରୁ ଶ୍ରେଣୀରେ ଯୋଗଦେବାକୁ ଦିଆ ଯାଇନଥିଲା। ଏହି ଘଟଣା ପରେ ବିଭିନ୍ନ କଲେଜର କିଛି ଛାତ୍ର ଭଗୱା ରଙ୍ଗ ପୋଷାକ ପିନ୍ଧି ବିଜୟପୁରା ଶାନ୍ତେଶ୍ଵର ଶିକ୍ଷା ଟ୍ରଷ୍ଟରେ ପହଞ୍ଚି ଏକ ବିକ୍ଷୋଭ ପ୍ରଦରହଣ କରିଥିଲେ।
ଏହା ସହିତ ଜଡିତ ଏକ ଭିଡିଓ ୮ ଫେବୃଆରିରେ ଭାଇରାଲ ହୋଇଥିଲା ଯେଉଁଥିରେ ଆପଣ ମୁସ୍କାନ ଖାନଙ୍କୁ ବୁର୍ଖା ପିନ୍ଧି ବିଦ୍ୟାଳୟପରିସରରେ ପ୍ରବେଶ କରୁଥିବା ଦେଖିପାରିବେ। ଏହା ପରେ କିଛି ଯୁବକ ସେଠାରେ ଜୟ ଶ୍ରୀରାମ ନାରା ଦେଇଥିଲେ। ଫଳସ୍ୱରୂପ ମୁସ୍କାନ ମଧ୍ୟ ଆଲ୍ଲାହ-ହୁ-ଅକବର ନାରା ଦେଇଥିଲେ। ମୁସ୍କାନ ମଣ୍ଡିଆର ପ୍ରି-ୟୁନିଭରସିଟି କଲେଜରଦ୍ଵିତୀୟ ବର୍ଷ ଛାତ୍ରୀ ଅଟନ୍ତି।
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କର ଯାଇଥିବା ଦାବି ମିଥ୍ୟା ଅଟେ। ସଲମାନ ଖାନ, ଆମିର ଖାନ କିମ୍ବା ଅନ୍ୟ କୌଣସି ଅଭିନେତା ମୁସ୍କାନ ଖାନଙ୍କୁ ଟଙ୍କା ଦାନ କରି ନାହାଁନ୍ତି।
Title:କ’ଣ ସଲମାନ ଖାନ ଏବଂ ଆମିର ଖାନ ହିଜାବ ବିବାଦର ଯୁବତୀକୁ ୩ କୋଟି ଧନରାଶି ଦାନ କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


