କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

False Social

ARCHIVE

ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଦାବି କରା ଯାଇଅଛି ଯେ,ବଲିଉଡ ଆକ୍ଟର ସଲମାନ ଖାନ ଓଡିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ। ପୋଷ୍ଟଟି କୁ 20 ଜାନୁଆରି 2018 ରେ kshirod panda ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ସଲମାନ ଖାନଙ୍କ ସହିତ କରିନା କପୁର ଏବଂ ଟିମ ଏକ ଗାଁର ଘର ରଙ୍ଗ କରୁଥିବାର ଦେଖା ଯାଉଛନ୍ତି। ଭିଡିଓରେ ସଲମାନ ଖାନ ବିଙ୍ଗ ହ୍ୟୁମାନ୍‌ର ଟିସର୍ଟ ପିନ୍ଧିଛନ୍ତି। ଏହା ଛଡା ସଲମାନ ଖାନ ଏବଂ ତାଙ୍କ ଟିମ ଗାଁର ଘରଗୁଡ଼ିକୁ ରଙ୍ଗ ଦେଉଥିବା ବେଳେ ଗାଁ ଲୋକ  ଆଶ୍ଚର୍ଯ୍ୟ ହେଉ ଥିବାର ଦେଖା ଯାଉଛି। କେବଳ ସେତିକି ନୁହେଁ ରାତିରେ ଗାଁରେ ଲାଇଟ ନଥିବାରୁ ସଲମାନ ଖାନ ଓ ତାଙ୍କ ଟିମ ଗାଡ଼ି ଏବଂ ଫୋନର ଲାଇଟ ଜଳାଇ ଘର ରଙ୍ଗ  କରୁଥିବାର ଦେଖା ଯାଉଛନ୍ତି। ଆମେ ଭିଡିଓର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ  ଆରମ୍ଭ କରିବା ପୂର୍ବରୁ ଭିଡିଓଟିକୁ 9,858 ଜଣ ଦେଖି ସାରିଥିଲେ।

https://youtu.be/13-OCBoN7tk

ଏଣୁ ପୋଷ୍ଟରେ ସଲମାନ ଖାନ ଓଡ଼ିଶା ଆସି ଏକ ଗାଁକୁ ରଙ୍ଗ କରିଥିବା ଦାବି ପଛରେ ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ

ପୋଷ୍ଟ କରାଯାଇଥିବା ଭିଡିଓକୁ ଆମେ ପୁରା ଦେଖିଲୁ । ଭିଡିଓର ଶେଷରେ ଜଣେ ବ୍ୟକ୍ତି ସଲମାନ ଖାନ ଏବଂ ତାଙ୍କ ଟିମ ଦ୍ୱାରା କରିଥିବା କାମର ପ୍ରସଂସା କରୁଥିବାର ଦେଖାଯାଇଛି। ବ୍ୟକ୍ତି ଜଣକ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ କହୁନଥିଲେ ବରଂ ଅଲଗା ଭାଷାରେ କହୁଥିଲେ। ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଭିଡିଓକୁ ଇନଭିଡ ଗୁଗଲ କ୍ରୋମ ସହାୟତାରେ ବିଭିନ୍ନ ଫ୍ରେମ୍ସରେ ବିଭାଜିତ କରିଲୁ। ସେହି ଫ୍ରେମ୍ସ ମଧ୍ୟରୁ ଆମେ ଗୋଟିଏ ଫ୍ରେମର ଗୁଗଲରେ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଭିଡିଓରେ ଥିବା କିଛି ଫୋଟୋ ସାମ୍ନାକୁ ଆସିଲା। ସଲମାନ ଖାନ ଘର ରଙ୍ଗ କରୁଥିବାର କିଛି ପେଜ ଫୋଟୋ ଇଂରାଜି ନ୍ୟୁଜ ପେଜ india today ରୁ ପାଇଲୁ। ନ୍ୟୁଜ ପେଜରେ ଲେଖାଜାଇଥିବା ଅନୁଛେଦ  ପୁରା ପଢିଲୁ ।  ଅନୁଛେଦରେ ଲେଖା ଯାଇଥିଲା ଯେ,2015 ରେ ସଲମାନ ଖାନର ବଜରଙ୍ଗି ଭାଇଜାନ ଫିଲ୍ମ ସୁଟିଙ୍ଗପାଇଁ  ମହାରାଷ୍ଟ୍ର ରାଜ୍ୟର କରଜତ ଅଞ୍ଚଳକୁ ଆସିଥିଲେ। ସେ ସମୟରେ ଫିଲ୍ମ ସୁଟିଙ୍ଗ ସରିଲା ପରେ ସଲମାନ ଖାନ  ଏବଂ ବଜରଙ୍ଗି ଭାଇଜାନର ପୁରା ଟିମ କରଜତ ଅଞ୍ଚଳ ସ୍ଥିତ ହାତଲୁନି ଗାଁର ସବୁ ଘରେ ରଙ୍ଗ କରିଥିଲେ। କେବଳ ସେତିକି ନୁହିଁ ସଲମାନ ଖାନ ଗାଁର ସମସ୍ତ ମହିଳାଙ୍କୁ ସାଢ଼ି ମଧ୍ୟ ବାଣ୍ଟିଥିଲେ।

ARCHIVE                                                       

ଅନୁଛେଦରେ ଆଗକୁ ଲେଖା ଜାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱଚ୍ଛ ଭାରତ ୟୋଜନାରେ ସଲମାନ ଖାନ ସାମିଲ ହୋଈ ଗାଁର ସବୁ ଘରକୁ ରଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ। ତାଙ୍କର ଏହି ନିଷ୍ପତିକୁ ବଜରଙ୍ଗି ଭାଇଜାନର କରିନା କପୁର ସହିତ ପୁରା ଟିମ ସମର୍ଥନ କରିଥିଲେ। 

india today ନ୍ୟୁଜର ପୋଷ୍ଟର ଶେଷରେ ଏକ ଭିଡିଓ ପୋଷ୍ଟ କରାଜାଇଥିଲା ଯିଉଁଟା ଭାଇରଲ ହେଉଥିବା  ଭିଡିଓ ସହିତ ସମାନ। ଏଥିରୁ ସ୍ପଷ୍ଟ ଜଣାଗଲା ଜଣା ପଡିଲା ଯେ, ଭାଇରଲ ହୋଉଥିବା ଭିଡିଓ ଓଡିଶାର କୌଣସି ଗାଁର ନୁହେଁ ବରଂ ଏହା ମହାରାଷ୍ଟ୍ର ରାଜ୍ୟର ହତଲୁନି ଗାଁର ଅଟେ।

ଏହା ଛଡ଼ା ଏହି ନ୍ୟୁଜ 2015 ରେ ଅନ୍ୟ ନ୍ୟୁଜ ପୋର୍ଟାଲ ଯେପରିକିETimes,The Indian Express,India TV,Ptrikaରେ ମଧ୍ୟ ପ୍ରକାସିତକରା ଯାଇଥିଲା।

Archive

ଶେଷକଥା

ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ପୋଷ୍ଟରେ ସଲମାନଖାନ ଏବଂ ତାଙ୍କ ଟିମ ଓଡ଼ିଶା ଆସି ଓଡ଼ିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିବା ଦାବି ମିଥ୍ୟା ଅଟେ। ପୋଷ୍ଟରେ ଥିବା ଭିଡିଓ ଓଡ଼ିଶାର ନୁହେଁ ବରଂ ମହାରାଷ୍ଟ୍ର ରାଜ୍ୟର କରଜତ କରଜତ ଅଞ୍ଚଳର ହତଲୁନି ଗାଁର ଅଟେ। ସଲମାନ ଖାନ ବଜରଙ୍ଗି ଭାଇଜାନର ସୁଟିଙ୍ଗ ପାଇଁ କରଜତ ଯାଇଥିଲେ। ଫିଲ୍ମର ସୁଟିଙ୍ଗ ସରିଲା ପରେ ସଲମାନ ଖାନ ଏବଂ ବଜରଙ୍ଗି ଭାଇଜାନର ଟିମ  କରଜାତ ଅଞ୍ଚଳର ହତଲୁନି ଗାଁର ସମସ୍ତ ଘର ରଙ୍ଗ କରିଥିଲେ।

Avatar

Title:କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

Fact Check By: Saritadevi Samal  

Result: False

Leave a Reply

Your email address will not be published. Required fields are marked *