
୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।
ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି ନାମକ ଫେସବୁକ ପେଜରେ ୧୫ ସେକେଣ୍ଡର ଭିଡିଓ ପୋସ୍ତ କରି ଦାବି କରା ଯାଇଅହି ଯେ ତାଇୱାନ ସୀମା ପାର କରିଥିବା ଚୀନର ସୁଖୋଇ ଯୁଧ୍ୟ ବିମାନକୁ ତାଇୱାନ ମାରି ଖସି ପକାଇଲା।
(Facebook Link)
ସାଇବର ଆର୍ମୀ ବିଜେପି ଓଡିଶା ନାମକ ପେଜରେ ଏଇ ଘଟଣା ଏହି ଦାବି ସହିତ ପୋସ୍ତ କରା ଯାଇଅଛି ଯେ ତାଇୱାନ ଚୀନର ୫ଟି ସୁଖୋଇ ବିମାନ ମଧ୍ୟରୁ ୩ଟି ବିମାନ ମାରି ଖସେଇଛି।
ଟିଭି୯ ଭାରତବର୍ଷ ସମ୍ବାଦ ମଧ୍ୟ ନିଜ ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ କରି କହିଛି ଯେ ତାଇୱାନ ଚୀନର ଯୁଧ୍ୟ ବିମାନ ସୁଖୋଇ କୁ ମାରି ଖସେଇଛି। ୨୯ ଏବଂ ୩୦ ଅଗଷ୍ଟରେ ଭାରତ ଚୀନ ବିରୁଦ୍ଧରେ ରେ ଯେଉଁ ପଦକ୍ଷେପ ନେଇଥିଲା, ସେହି ପଦକ୍ଷେପ ଅନ୍ୟ ଦେଶର ସାହସ ବଢେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଆଗେ ସର୍ଚ କରି ବାହାର କରିଲୁ ଯେ ଏହି ପୋଷ୍ଟ କେଉଁ ପାଇ ଭାଇରାଲ ହେଲା। ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଆଇ.ଏଫ.ଇ ସମ୍ବାଦ ପତ୍ରିକାରେ ଏହି ବିଷୟରେ ଖବର ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ଚୀନ ପରିସ୍ଥିତିର ଲାଭ ଉଠେଇ ଅନେକ ଦେଶରେ ଉତ୍ତେଜନା ସୃଷ୍ଟି କରୁଛି। କିନ୍ତୁ ଚୀନର ବିମାନକୁ ତାଇୱାନ ମାରି ଖସାଇବା କଥା ଚୀନ ଏବଂ ତାଇୱାନ ନିଶ୍ଚିତ କରି ନାହିଁ।
ଏହା ପରେ ଆମକୁ ତାଇୱାନ ଫେକ୍ଟ ଚେକ୍ ୱେବସାଇଟ ମିଳିଲା ଯେଉଁଥିରେ ଲେଖା ଯାଇଅଛି ଯେ ତାଇୱାନ ରକ୍ଷା ମନ୍ତରାଳୟ ଅନ୍ତର୍ଗତ ବାୟୁସେନା ଏହି ଖବରକୁ ମିଥ୍ୟା ବୋଲି ଘୋଷିତ କରିଛି। ଭାରତ ସମ୍ବାଦ ପତ୍ରିକା ଆଇ.ଏଫ.ଇ ଏହି ଖବରର ସୂତ୍ର ଅଟେ କିନ୍ତୁ ଏହି ୱେବସାଇଟ ବିଶ୍ଵସନୀୟ ନୁହେଁ। ସେଥିପାଇଁ ଏହି ଖବର ମିଥ୍ୟା ଅଟେ ବୋଲି ତାଇୱାନ ଫେକ୍ଟ ଚେକ୍ କହିଛି।
Taiwan Fact Checking Centre | Archive
ଏହା ପରେ ଆମେ ଟୁଇଟରରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତାଇୱାନର ରକ୍ଷା ମନ୍ତରାଳୟ ଦ୍ଵାରା କରା ଯାଇଥିବା ଟୁଇଟ ମିଳିଲା। ଏହି ଟୁଇଟରେ ଚୀନ ରକ୍ଷା ମନ୍ତରାଳୟ କହିଛି ଯେ ତାଇୱାନ ଚୀନର ସୁଖୋଇ ଯୁଧ୍ୟ ବିମାନ ମାରି ଖସେଇଥିବା କଥା ମିଥ୍ୟା ଅଟେ। ଚୀନ ରକ୍ଷା ମନ୍ତରାଳୟ ଲୋକଙ୍କୁ ଏପରି ଗୁଜବ ଭାଇରାଲ ନକରିବା ପାଇଁ ନିବେଦନ କରିଛି।
ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୪ ସେପ୍ଟେମ୍ବର ମିରର ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ତାଇୱାନର ଗୁଇଲିନ ନାମକ ସହର ପାଖରେ ଚୀନର ସୁଖୋଇ ବିମାନର ଦୁର୍ଘଟଣା ହେଇଥିଲା। ଚୀନ ସରକାର ବା ଚୀନର କୌଣସି ମିଡିଆ ଏହି ବିଷୟ ନେଇ ନିଜ ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ ତାଇୱାନ ରକ୍ଷା ମନ୍ତରାଳୟ ଏହି ଦାବିର ଖଣ୍ଡନ କରି ଏହା କୁ ମିଥ୍ୟା ବୋଲି କହିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ତାଇୱାନ ରକ୍ଷା ମନ୍ତରାଳୟ ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି କହିଛି। ଚୀନ ମଧ୍ୟ ଏହି ବିଷୟରେ କିଛି କହି ନାହିଁ।

Title:କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False