
ବର୍ତମାନ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଲୋକ ମାନଙ୍କୁ ହରେ ରାମ ହରେ କୃଷ୍ଣ ଜାପ କରିବା ପାଇଁ କହିଛନ୍ତି। ଆମେ ଏହି ପୋଷ୍ଟର ଫେକ୍ଟ୍ ଚେକ୍ କରିଲୁ।
ଆସନ୍ତୁ ଜାଣିବା ପୋଷ୍ଟର ଦାବି କଣ:
୨୪ ମାର୍ଚରେ ଓଡ଼ିଶା ଭେଦିକ ବ୍ରାହମଣ ପରିଷଦ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି ଜରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ କୋରୋନା ଭୟରେ ହରେ ରାମ ଗାରେ କୃଷ୍ଣ ଜପିବା କୁ କହିଛନ୍ତି। ଏହି ସବୁ ନେଇ ପୋଷ୍ଟ ତଳେ ଏହା ବର୍ଣନା ମଧ୍ୟ କରା ଯାଇଅଛି ଯେ ଭାରତ ଦିନେ ବିଶ୍ଵ ଗୁରୁ ସାଜିବ ଏବଂ ସନାତନ ଧର୍ମ ଶ୍ରେଷ୍ଟ ଧର୍ମ ବୋଲି କୁହା ଯାଇଅଛି। ଏହି ପୋଷ୍ଟରେ ଆମେ ଦେଖି ପାରିବା ଯେ ଡୋନାଲ୍ଡ ଟ୍ରମ୍ଫ ନିଜ ଦସ୍ତଖତ କରିଥିବା ଗୋଟିଏ ଫାଇଲ ଦେଖାଇଛନ୍ତି। ଏହି ଫାଇଲରେ ହରେ ରାମ ହରେ କୃଷ୍ଣ ଲେଖା ଯାଇଅଛି।
ଆମେ ଏହି ପୋଷ୍ଟର ସତ୍ୟତା ଖୋଜି ବାହାର କରିଲୁ:
ଏହି ପୋଷ୍ଟରେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜ ସହମତି ଦେଇଛନ୍ତି ଓ ଏହା କୁ ସତ୍ୟ ବୋଲି ଭାବିଛନ୍ତି। ଶେଠୀ ପାଇଁ ଆମେ ଏହି ଫୋଟୋର ଅନୁସନ୍ଧାନ କରି ସତ୍ୟ ଖୋଜି ବାହାର କରିଲୁ। ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
୨ ଫେବ୍ରୁଆରିରେ ସିନେଟ ପତ୍ରିକାରେ ଏହି ବିଷୟରେ ଗୋଟିଏ ଅନୁଛେଦ ପ୍ରକାଶିତ କରିଛି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବର୍ତମାନ ସମସ୍ତେ ଅନ୍ଲାଇନ ଜେନେରେଟର ମାଧ୍ୟମରେ ନିଜ ଇଚ୍ଛା ଅନୁସାରେ ଏହି କାର୍ଯ୍ୟନିର୍ବାହୀ ଆଦେଶର ମଜା ଉଠେଇ ପାରିବେ। ଏହି ଅନ୍ଲାଇନ ଜେନେରେଟର ର ବ୍ୟବହାର କରିବା ବହୁତ ସହଜ। ଏଥିରେ ଜଣେ କ୍ଲିକ କରି ନିଜ ଇଛା ଅନୁସାରେ କିଛି ଭି ଲେଖି ପାରିବ। ଏହି ପ୍ରକଳ୍ପ ଗିଟହବ ପ୍ଲାଟଫର୍ମ ମାଧ୍ୟମରେ “ହେପ୍ଓରି” ନାମକ ଜଣେ ୟୁଜର ବନାଇଛନ୍ତି। ହେପ୍ଓରି ଲୋକଙ୍କୁ ଏହାର ବ୍ୟବହାର କରି ଏହାକୁ ଟୁଇଟର ରେ ମଧ୍ୟ ଶେୟାର କରିବା ପାଇଁ ଅନୁରୋଧ କରିଛନ୍ତି।
ଏହା ପରେ ଆମେ ଗୁଗଲରେ ଯାଇ ଏହି ମିମ ଜେନେରେଟର ଖୋଜିଲୁ। ଆମେ ଗୁଗୁଲ ରେ ଯାଇ “ଡୋନାଲ୍ଡ ଟ୍ରମ୍ଫ ବ୍ଳାଙ୍କ ଏକ୍ସିକୁଟିଭ ଅର୍ଡର ଟେମ୍ପଲେଟ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ସାଇଟ ମିଳିଲା। ଆମେ ଏହି ସାଇଟ ଯାଇ ଗବେଷଣା କରିଲୁ ଯେ ଏଇଟା କେଉଁ ପରି କାମ କରେ। ଜାଣିବା ପାଇଁ ଭିଡିଓ ଦେଖନ୍ତୁ।
୨୫ ଜାନୁଆରୀରେ ଆମେରିକା ମେଗାଜିନରେ ହାପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଏହି ସପ୍ତାହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ “ମେକ୍ସିକୋ ସିଟି ରୁଲ” ପୁନସ୍ଥାପିତ କରିଲେ। ଏହି ନିୟମ ଅନ୍ତର୍ଗତ ଗର୍ଭପାତ କୁ ପ୍ରୋତ୍ସାହନ ଦେଉଥିବା ସମସ୍ତ ବିଦେଶୀ ସଂସ୍ଥା ଉପରେ କଟକଣା ଲଗା ଜେବ। ଏହି ନିୟମ ଅନୁଯାୟୀ ଆମେରିକାରେ କରଦାତାଙ୍କ ପାଇସା ବ୍ୟବହାର କରି ଗର୍ଭପାତ କୁ ପ୍ରୋତ୍ସାହନ କରୁ ଥିବା ସଂସ୍ଥା ଉପରେ ମଧ୍ୟ କଟକଣା ଜାରି କରା ଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଡୋନାଲ୍ଡ ଟ୍ରମ୍ଫ କୋରୋନା ଭୟରେ ହରେ ରାମ ହରେ କୃଷ୍ଣ ଜାପ କରିବା କଥା ମିଥ୍ୟା ଅଟେ। ଗୋଟିଏ ମିମ ଜେନେରେଟର ସାହାଜ୍ଯତା ନେଇ ଏହି ଫେକ୍ ପୋଷ୍ଟ ବନା ଯାଇଅଛି। ପ୍ରକୃତର ଘଟଣା ଜାନୁଆରୀ 2017 ମସିହାରେ “ମେକ୍ସିକୋ ସିଟି ରୁଲ” ପୁନସ୍ଥାପନା ର ଅଟେ। ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଏପରି ପୋଷ୍ଟକୁ ପ୍ରୋତ୍ସାହନ କରନ୍ତୁ ନାହିଁ ଏବଂ ସତ୍ୟ ଖବର ବା ଘଟନା ଜାଣିବାକୁ ଚେଷ୍ଟା କରନ୍ତୁ।

Title:କ’ଣ କୋରୋନା କୁ ଭୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ ହରେ ରାମ ହରେ କୃଷ୍ଣ ଜପିବାକୁ କହିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False