କ’ଣ ଚୀନକୁ ସାବାଡ କରିବା ପାଇଁ ଆମେରିକାର ତ୍ରମ୍ପ ସରକାର କୋରୋନା ଭାଇରସ ଉତ୍ପାଦନ କରି ଥିଲା? ଜାଣନ୍ତୁ ସତ୍ୟ।

Coronavirus False Social

ଗତ ଡିସେମ୍ବର ମାସରେ ଚୀନର ଉହାନ ପ୍ରଦେଶରେ କୋରୋନା ଭାଇରସ ପ୍ରଥମେ ବ୍ୟାପିଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କୋରୋନା ଭାଇରସ ଯୋଗୁଁ ସର୍ବାଧିକ ଲୋକ ଚୀନରେ ମରିଥିବାବେଳେ ଇରାନ ଚୀନ ପଛରେ ରହିଛି।

ଏନେଇ ପ୍ରକାଶିତ ଏକାଧିକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂତାଣୁରେ ଏପରି କିଛି ଉପାଦାନ ରହିଛି ଯାହା ସହିତ ଏଚଆଇଭି ଭୂତାଣୁର ସମ୍ପର୍କ ରହିଛି। ଏଣୁ ପ୍ରାକୃତିକ ଉପାୟରେ କୋରୋନା ଭାଇରସ ସୃଷ୍ଟି ହେବା ଅସମ୍ଭବ। ଯଦି କୋରୋନା ଭାଇରସ ପରୀକ୍ଷାଗାରରେ ତିଆରି ହୋଇଥାଏ ତେବେ ଏହା ପରୀକ୍ଷାଗାରରୁ ଅନ୍ୟତ୍ର ବ୍ୟାପିବାର ଅନେକ ସମ୍ଭାବନା ରହିଛି। ଆମେରିକାର ଟ୍ରମ୍ପ ପ୍ରଶାସନ କୁଆଡେ ଚୀନକୁ ସାବାଡ଼ କରିବା ପାଇଁ ଏହି ଭାଇରସ ଛାଡିଛି। ବିଗତ କିଛି ବର୍ଷ ଧରି ଆମେରିକା ଚୀନ ବିରୁଦ୍ଧରେ ବିଷୋଦଗାର କରି ଆସିଛି। ବିଶ୍ୱ ବଜାରରେ ଚୀନ ଯେଉଁଭଳି ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଥିଲା ତାହା ଆମେରିକାକୁ ଚିନ୍ତାରେ ପକାଇଥିଲା। ଏଣୁ ଚୀନର ଅର୍ଥନୀତିକୁ ଓ ପ୍ରତିରକ୍ଷା ତାକତକୁ ଧ୍ୱସଂ କରିବା ପାଇଁ ୱାସିଂଟନରୁ ଏହି ଭାଇରସ ଛାଡ଼ିଥାଇ ପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆକଳନ କରାଯାଉଛି କିନ୍ତୁ ଟ୍ରମ୍ପ ପ୍ରଶାସନ ଏଭଳି ଏକ ଆତ୍ମଘାତୀ କାମ କରିଥିବେ ତାହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆଉ  କିଛି ବିଶେଷଜ୍ଞ କହୁଛନ୍ତି। ବିଶେଷଜ୍ଞଙ୍କ ମତରେ ଯଦି ବି ପ୍ରକୃତରେ ଚୀନ ବିରୁଦ୍ଧରେ ଆମେରିକା କୋରୋନା ଭାଇରସକୁ ଛାଡିଥିବ ତାହା ନିଶ୍ଚିତଭାବେ ଇଜ୍ରାଏଲର ସହଯୋଗ ଓ ସାହାଯ୍ୟରେ ହିଁ କରାଯାଇଥିବ। ଉଲ୍ଲେଖଯୋଗ୍ୟ ଯେ,କୋରୋନା ଭାଇରସ ଭୟ ଦେଖାଯିବା ପରେ ଇଜ୍ରାଏଲର ବୈଜ୍ଞାନିକମାନେ ହିଁ ପ୍ରଥମେ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ଏହାର ଟୀକା ସେମାନେ ବାହାର କରିବାକୁ ଯାଉଛନ୍ତି। ବିଶେଷଜ୍ଞମାନଙ୍କ କହିବା କଥା କରୋନା ଭାଇରସକୁ ସୃଷ୍ଟି କରିବା ସହିତ ତାର ଚିକିତ୍ସା ପାଇଁ ଟୀକାର ଉଦ୍ଭାବନ ମଧ୍ୟ ଏକା ସାଙ୍ଗରେ କରାଯାଇଛି।

source.jpg

Odisha Live | Archive

ଏହି ପୋଷ୍ଟଟି ଫେସବୁକରେ ଭାସ୍କର ପରିଚ୍ଛା ନାମକ ବ୍ୟକ୍ତିଙ୍କ ଦ୍ଵାରା ଟ୍ଵିନ ସିଟି (କଟକ & ଭୁବନେଶ୍ବର) ନାମକ ଫେସବୁକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:

୭ ମାର୍ଚରେ ଚୀନ ରାଷ୍ଟ୍ରଦୂତ ଦକ୍ଷିଣ ଆଫ୍ରିକାରେ ଏହା କହିଛନ୍ତି ଯେ କୋରୋନା ପ୍ରଥମେ ଚୀନରେ ଦେଖା ଯାଇଥିବା ଅର୍ଥ ଏହା ନୁହେଁ ଯେ ଏହା ଚୀନରୁ ହିଁ ସୃଷ୍ଟି ହୋଇଛି। 

୧୨ ମାର୍ଚରେ ସେଣ୍ଟର୍ସ ଫର ଡିଜିସ କର୍ଟ୍ରୋଳ ଏଣ୍ଡ ପ୍ରିଭେନସନ (CDC) ନିଜ ସାଇଟର ଗୋଟିଏ ଅନୁଛେଦରେ ଏହା କହିଛି ଯେ କୋରୋନା ଭାଇରସ ଭୂତାଣୁର ବଡ଼ ସମୁଦାୟ ଯେଉଁଟା ମଣିଷ ଓ ବିଭିନ୍ନ ପଶୁ ପକ୍ଷୀ ପ୍ରଜାତିରେ ଦେଖିବାକୁ ମିଳି ଥାଏ। ପଶୁଙ୍କ କୋରୋନା ଭାଇରସ ମଣିଷକୁ ଆକ୍ରାନ୍ତ କରିବା ଏବଂ ଏହା ପରେ ମଣିଷ ଦ୍ଵାରା ମଣିଷ ଆକ୍ରାନ୍ତ ହେବା କଥା ବେସୀ ଦେଖିବାକୁ ମିଳି ନଥାଏ। ଏହି ଭାଇରସର ସ୍ରୋତ ବାଦୁଡି ବୋଲି ସିଡ଼ିସି କହିଛି। 

କୋରୋନା ସଂକ୍ରମଣ ପ୍ରାରମ୍ଭ ସମୟରେ ଏହା ଜଣ ପଡିଥିଲା ଯେ ସମସ୍ତ ରୋଗୀ ଚୀନର ୱୂହାନ ସହରରେ ଥିବା ମାଛ ଓ ମାଁକ୍ସ ବଜାର ସହିତ ସମ୍ପର୍କରେ ଥିଲେ। ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୀ, ବର୍ତମାନ ଚୀନ ବାହାରେ ଅନ୍ୟ ଦେଶରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରି ସାରିଚ୍ଚି। 

cdc.jpg

CDC | Archive

୧୯ ଫେବ୍ରୁଆରି ରେ ଦି ଲାନସେଟ ଜର୍ନାଲରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ତାଙ୍କ ଶ୍ଵାସଥିୟ ବୈଜ୍ଞାନିକ ମାନେ କୋରୋନା ରୋଗ କୁ ନେଇ ଚିନ୍ତିତ ଅଛନ୍ତି ଓ ଏବେ ମଧ୍ୟ ଗବେଷଣା କରୁଛନ୍ତି। ଚୀନର ବୈଜ୍ଞାନିକ ଏବନ ଡାକ୍ତର ମାନେ ଏହି ରୋଗର ଚିକିତ୍ସା ଖୋଜିବା ପାଇଁ ଅନୁସନ୍ଧାନ କରୁଛନ୍ତି ଓ ତାଙ୍କ ରିପୋର୍ଟ ଦେଇ ଆସୁଛନ୍ତି। କିନ୍ତୁ ଏହି ବିଷୟ ନେଇ ଏବଂ କୋରୋନାର ସୃଷ୍ଟି କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଥ୍ୟା ଲୋକଙ୍କ ମନରେ ଭୟ ଉତ୍ପାଦନ କରୁଛି ଏବଂ ଏହି ରୋଗର ସାମନା କରିବାର ପ୍ରକ୍ରିୟା କୁ କ୍ଷତି ପହଞ୍ଚାଉଛି। ଏହି ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ କୋରୋନା ଭାଇରସ COVID-19 ବଣ ଜୀବ ଜନ୍ତୁ ଠାରୁ ଆରମ୍ଭ ହେଇଛି। 

lancet.jpg

Lancet | Archive

୧୨ ମାର୍ଚରେ ଦି ଟେଳିଗ୍ରାଫ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ କୋରୋନା ଭାଇରସ କେଉଁ ପରି ଓ କେଉଁ ସ୍ଥାନରୁ ଆରମ୍ଭ ହେଲା ବୋଲି କୁହା ଯାଇଅଛି। ଖବର ଅନୁଯାୟୀ କୋରୋନା ଭାଇରସ ଚୀନର ୱୂହାନ ସହରର ମାଛ ବଜାରରୁ ଆରମ୍ଭ ହେଇଥିଲା। ଏହି ବଜାରରେ ଜିୟନ୍ତା ଓ ମରନ୍ତା ପଶୁ ପକ୍ଷୀ ବିକ୍ରି ହୋଇଥାଏ। ଏପରି ବଜାରରେ ଭୂତାଣୁଙ୍କ ଜୀବ ଜନ୍ତୁ ଠାରୁ ମଣିଷଙ୍କ ଉପରେ ଡେଇଁବାର ସମ୍ଭାବନା ଅଧିକ ଥାଏ। ଯୋୟନ୍ତା ଜୀବ ଜନ୍ତୁ ବିକା ହେବା କାରଣ ଯୋଗୁ ଏହି ବଜାରରେ ସ୍ବଚ୍ଛତା ରଖିବା ମୁସ୍କିଲ ହେଇଥାଏ। କେଉଁ ଜନ୍ତୁ ଠାରୁ ଏହି ଭୂତାଣୁ ବ୍ୟାପିଚି, ସେହା ବର୍ତମାନ ସୁଧା ସ୍ପଷ୍ଠ ହୋଇ ନାହିଁ, କିନ୍ତୁ ଏହା ଅନୁମାନ କରା ଯାଉଅଛି ଯେ ଏହି ଭୂତାଣୁ ବାଦୁଡି ଠାରୁ ପ୍ରାରମ୍ଭ ହୋଇଛି। 

telegraph.jpg

The Telegraph | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସେଣ୍ଟର୍ସ ଫର ଡିଜିସ କର୍ଟ୍ରୋଳ ଏଣ୍ଡ ପ୍ରିଭେନସନ (CDC) କହିବା ଅନୁଯାୟୀ କୋରୋନା ଭାଇରସ ଚୀନର ୱୂହାନ ସ୍ସହରର ମାଛ ଏବଂ ମାଁକ୍ସ ବଜାରରୁ ଆରମ୍ଭ ହୋଇଥିଲା। ଏହି ବଜାରରେ ବିକ୍ରି ହେଉ ଥିବା ଜିୟନ୍ତା ଜୀବ ଜନ୍ତୁ ଠାରୁ କୋରୋନା ଭୂତାଣୁ ମଣିଷଙ୍କୁ ସଙ୍କ୍ରାମାଣ କରିଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଯେ କୋରୋନା ଭୂତାଣୁ ଆମେରିକା ଟିୟାରି କରି ଚୀନ କୁ ସାବାଡ଼ କରିବା ପାଇଁ ଛାଡିବା କଥା ସମ୍ପୂର୍ଣ ଭାବେ ମିଥ୍ୟା।

Avatar

Title:କ’ଣ ଚୀନକୁ ସାବାଡ କରିବା ପାଇଁ ଆମେରିକାର ତ୍ରମ୍ପ ସରକାର କୋରୋନା ଭାଇରସ ଉତ୍ପାଦନ କରି ଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *