କ’ଣ ନିର୍ଭୟା ଦୋଷୀ ବିନୟ କୁମାର ଷ୍ଟେପଲର ପିନ ଗିଳିଲେ? କେଉଁ ଦିଗକୁ ମୁଡୁଛି ନିର୍ଭୟା ମାମଲା? ଜାଣନ୍ତୁ ସତ।

False Social

ନିର୍ଭୟା ମାମଲାଟି ଏବେ ପର୍ଯ୍ୟନ୍ତ କୋର୍ଟରେ ଘୂରୁଅଛି। ଦୋଷୀଙ୍କୁ ଫାଂସୀ ଦେବା ତାରିଖ ପ୍ରତ୍ଯେକ ଥର ଘୁନ୍ଚି ଘୁନ୍ଚି ଯାଉଅଛି। 

୨୪ ଫେବ୍ରୁଆରି ୨୦୨୦ ରେ ଆର.କେ.ନ୍ୟୁଜ ଓଡ଼ିଶାର ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓ ପୋସ୍ତରେ ଏହା ଦେଖିବାକୁ ମିଳିଛି ଯେ ନିର୍ଭୟା କେସରେ ଗୋଟିଏ ନିନ୍ଦନୀୟ ଘଟଣା ଘଟିଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ନିର୍ଭୟା ଦୁଷ୍କର୍ମ କରିଥିବା ବିନୟ କୁମାର ତିହାର ଜେଲରେ ଗୋଟିଏ ଷ୍ଟେପଲର ପିନ ଖାଇଦେଇଛନ୍ତି। ଏହା ପରେ ସେ ହସ୍ପିଟାଲରେ ଭର୍ତି ହେଇଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି। ବିନୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଓ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ପଠା ଯାଉ ବୋଲି ତାଙ୍କ ଓକିଲ ନିବେଦନ କରିଥିଲେ। କିନ୍ତୁ ପଟିଆଲା ହାଉସ କୋର୍ଟ ଏହି ନିବେଦନକୁ ଖାରଜ କରିଥିଲେ।  

https://www.youtube.com/watch?v=AFGMG1ioAoY&feature=youtu.be&fbclid=IwAR1KaJbntYqiHNfMwUBPI5eryfwD5Yu5U48txk995bvDTVqZb5TdjfDWSB4

ଏହି ଖବରଟି ଫେସବୁକର ଓଡ଼ିଆ ନ୍ୟୁଜ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଖୋଜି ବାହାର କରିଲୁ ଯେ ବିନୟ କୁମାର ଓ ତାଙ୍କ ସାଥିଙ୍କୁ କେଉଁ ଜେଲରେ ରଖା ଯାଇଅଛି। 

୧୭ ଫେବ୍ରୁଆରିରେ ୱାନ ଇଣ୍ଡିଆ ପତ୍ରିକାରେ ଲେଖା ଯାଇଅଛି ଯେ ବିନୟ କୁମାର ତାଙ୍କ ସାଥି ସହିତ ତିହାର ଜେଲ ରେ ଅଛନ୍ତି।

tihar jail proof.jpg

One India | Archive

ଏହା ପରେ ଆମେ ତିହାର ଜେଲଙ୍କ ଅତିରିକ୍ତ ଇନ୍ସପେକ୍ଟର ଜେନେରାଲଙ୍କ ଅଫିସରେ ଫୋନ ଲଗାଇ କଥା ହେଳୁ। ତିହାର ଜେଲ AIG ଙ୍କ ସହିତ କଥା ହେଲା ପରେ ସେ ଆମକୁ କହିଲେ ଯେ ବିନୟ କୁମାରଙ୍କ ଷ୍ଟେପଲର ପିନ ଖାଇବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ସେ ଏପରି କିଛି କରି ନାହାନ୍ତି। 

ଏହା ଛଡ଼ା ୨୦ ଫେବ୍ରୁଆରିରେ ଏନ.ଡି.ଟି.ଭି ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ନିଜ କୈଦି ଘର ଭିତରେ କାନ୍ଥରେ ନିଜ ମୁଣ୍ଡ ପିଟି ବିନୟ ଶର୍ମା ଆହତ ହୋଇଛନ୍ତି। ଜେଲର ସିକ୍ୟୁରୀଟି ଏହା ଦେଖି ତାଙ୍କୁ ଅଟକାଇ ଥିଲେ। ବିନୟଙ୍କ ଓକିଲଙ୍କ କହିବା ଅନୁଯାୟୀ ସେ ବର୍ତମାନ ନିଜ ଘର ଲୋକଙ୍କୁ ମଧ୍ୟ ଚିହ୍ନି ପାରୁ ନାହାନ୍ତି। ତାଙ୍କ ମାନସିକ ସ୍ଥିତି ମଧ୍ୟ ଭଲ ନାହିଁ ଓ ସେ କିଛି ନ ଖାଇ ଧାରଣାରେ ବାସିଛନ୍ତି। ଫାନ୍ସିଟାଳିବା ପାଇଁ ବିନୟ କୁମାର ଓ ତାଙ୍କ ସାଥି ଅନେକ ଥର ଦରଖାସ୍ତ କରି ସାରିଛନ୍ତି। ପ୍ରଥମେ ଜାନୁଆରୀ ୨୨ ତାରିଖ ଫାନ୍ସି ଦେବା ନିର୍ନୟ କୋର୍ଟ ଦେଇ ଥିଲା। ଏହା କୁ ଘୁଞ୍ଚାଇ ୧ ଫେବ୍ରୁଆରି ଦିନ ଫାନ୍ସି ଦେବା ନିଷ୍ପତ୍ତି ନିଯା ଯାଇଥିଲା କିନ୍ତୁ ଏହା ମଧ୍ୟ ଟଳି ଗଲା। 

ndtv.jpg

NDTV | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ବିନୟ କୁମାରଙ୍କ ଷ୍ଟେପଲର ପିନ ଖାଇବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ତିହାର ଜେଲର AIG ନିଜେ ଏହି କଥାର ଖଣ୍ଡନ କରିଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ସେ ଜେଲରେ ନିଜ ମୁଣ୍ଡ ପିଟି ଆହତ ହୋଇଥିଲେ।

Avatar

Title:କ’ଣ ନିର୍ଭୟା ଦୋଷୀ ବିନୟ କୁମାର ଷ୍ଟେପଲର ପିନ ଗିଳିଲେ? କେଉଁ ଦିଗକୁ ମୁଡୁଛି ନିର୍ଭୟା ମାମଲା? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *