
୧୫ ମାର୍ଚରେ ଆସୋକ ରାଉତ ନାମକ ଜେନ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବିଶ୍ଵ ସ୍ଵାଥିୟ ସଂଗଠନ ଏହା କହିଅଛି ଯେ ବିଶ୍ଵରେ କୌଣସି ଜଣେ ଶାକାହାରୀ ବ୍ୟକ୍ତି କୋରୋନା ଭାଇରସ ଗ୍ରସ୍ତ ରୋଗୀ ପାଉ ନାହାନ୍ତି। ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏକମାତ୍ର ହିନ୍ଦୁ ସଂସ୍କୃତି କୋରୋନା ଭୟରୁ ମୁକ୍ତି ଅଟେ। ସମଗ୍ର ବିଶ୍ଵ ବର୍ତମାନ ବିନମ୍ରତା ସହିତ ନମସ୍କାର କରୁଛନ୍ତି, ଯଜ୍ଞ, ଆଳତି , ଆହୁତି, ହବନ କରୁଛନ୍ତି। ସାରା ବିଶ୍ଵ ଏବେ ଗୌ ମୁଟ୍ରା ଓ ତୁଲସୀର ମହିମା ବିଷୟରେ ଜ୍ଞାନ ଆହାରଣ କରୁଛନ୍ତି।
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା କୁ ପାଇଲୁ ଯେ:
୧୭ ଜାନୁଆରୀ ରେ ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ଦ୍ଵାରା ଟୁଇଟ କର ଯାଇଥିବା ଗୋଟିଏ ଭିଡିଓରେ କୋରୋନା ଭାଇରସ ବିଷୟରେ କୁହା ଯାଇଅଛି। WHO ଦାଃ ମାରିୟା କେର୍ଖୋବେ କହିଛନ୍ତି ଯେ କୋରୋନା ଭୂତାଣୁ, ଭାଇରସର ଗୋଟିଏ ବଡ ପରିବାର ଯେଉଁ ତିରେ ସାମାନ୍ଯ ଥଣ୍ଡା ଠାରୁ ନେଇ ଏମ.ଇ.ଆର.ଏସ ଭାଇରସ ଅଛି। କୋରୋନା ଭାଇରସ କେତୋଟି ଜନ୍ତୁ ମାନଙ୍କ ମଧ୍ୟରେ ଦେଖିବା କୁ ମିଳି ଥାଏ, ଓ ଯେତେବେଳେ ଏହା ମଣିଷ ଉପରକୁ ଡେଇଁ ଥାଏ ସେତେବେଳେ ଏହା କୁ ସ୍ପିଳ ଓଭର ଇଭେଣ୍ଟ ବୋଲି କୁହା ଯାଏ। ଏହି ରୋଗରୁ ଦୂରେଇ ରହିବା ପାଇଁ ବାରମ୍ବାର ହାତ ଢୋଇବା ପାଇଁ ପରାମର୍ଶ ଦିୟା ଯାଇ ଅଛି। ଏହା ସହିତ ଛିଙ୍କିଲା ବେଳେ ନିଜ ମୂହ କୁ ଘୋଡେଇ ବା କୋହୋଣୀରେ ଛିଙ୍କିବା ପାଇଁ ମଧ୍ୟ ପରାମର୍ଶ ଦିୟା ଯାଇଅଛି। କୌଣସି ପଶୁକୁ ଛୁଇଁଲା ପରେ ହାତ ନିହାତି ଢୋଇବା ଦରକାର। ଆମିଷ ଖାଇଲା ସମୟରେ ଏହା ଧ୍ୟାନ ରଖିବା ଦରକାର ଯେ ମାଁକ୍ସ ଭଲ ଭାବେ ରନ୍ଧା ହେଇଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଚିକିତ୍ସା ବାହାରି ନା’ହିଁ।
୬ ମାର୍ଚରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ. ଗିରିରାଜ ସିଂହ ଏହି ବାବଦରେ ପ୍ରେସ ଇନ୍ଫର୍ମେସନ ବ୍ୟୁରୋ ରେ ମଧ୍ୟ ସ୍ପଷ୍ଟରେ କହିଛନ୍ତି ଯେ କୋରୋନା ଭାଇରସ ବ୍ୟାପୀ ଥିବା ସମୟରେ ଆମିଷ ଖାଦ୍ୟ ଖାଇଲେ କିଛି ବିପଦ ଆସିବା ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆରେ ଘୁରି ବୁଲୁ ଥିବା ଖବର ଯେ ଆମିଷ ଖାଦ୍ୟରୁ କୋରୋନା ଭାଇରସ ବଢି ଥାଏ, ଏହା ଗୋଟିଏ ଗୁଜବ। କେବଳ ଏତିକି ନୁହେଁ, ମିଡିଆ ସହିତ ସାକ୍ଷାତ କରି ଶ୍ରୀ. ଗିରିରାଜ ଏବଂ ଶ୍ରୀ. ସଞ୍ଜୟ ବାଲୟାନ କହିଛନ୍ତି ଯେ ଏହି ଗୁଜବ ସୋସିଆଲ ମିଡ଼ିଆ, ଇଲେକ୍ଟ୍ରୋନିକ ମିଡ଼ିଆ ଏବଂ ଖବର କାଗଜ ମାଧ୍ୟାମରୁ ଭାଇରାଲ ହୋଇ ଲୋକଙ୍କୁ ଆତଙ୍କିତ କରୁଛି। ଏହି ପରି ଗୁଜବ ପାଇଁ ବଜାରରେ ଅଣ୍ଡା ଓ କୁକୁଡ଼ା ଦର କମି ଯାଇଅଛି ଓ ଯେଉଁ ଚାଷୀ ମାନେ କୁକୁଡ଼ା ଚାଷ ଉପରେ ନିର୍ଭର କରୁଛନ୍ତି, ତାଙ୍କୁ ବହୁତ କ୍ଷତି ହେଇଅଛି ଏବଂ ସେ ମାନେ ନିଜ ଜୀବିକା ହରାଇବା ସ୍ଥିତିରେ ଅଛନ୍ତି। ୧୦ କୋଟି ଠାରୁ ଅଧିକ ଚାଷୀ କୁକୁଡ଼ା ଚାଷ, ଦୁଗ୍ଧ ଚାଷ ଉପରେ ନିର୍ଭର ଅଛନ୍ତି। କେତେ ଔଷଧ ଏବଂ ଟୀକା ଉତ୍ପାଦନ କରିବା କମ୍ପାନୀ ମଧ୍ୟ ଏହା ଉପର ନିର୍ଭର କରନ୍ତି। ଗିରିରାଜ ସିଂହ କହିଛନ୍ତି ଯେ ସମସ୍ତ ରାଜ୍ୟକୁ ଏହି ବାବଦରେ ସୁଚନା ଦିୟା ଯାଇ ସାରିଛି। ଏହା ମଧ୍ୟ ଦେଖା ଯାଇଅଛି ଯେ କୋରୋନା ଭାଇରସ ମାନବ ପାରସ୍ପରିକ କ୍ରିୟା ମାଧ୍ୟମରୁ ବ୍ୟାପୁଚି।
Press Information Bureau | Archive
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭାଇରାଲ କରା ଯାଇଥିବା ପୋଷ୍ଟ, ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ନିରାମିଷ ଲୋକଙ୍କୁ କୋରୋନା ହେଇ ନାହିଁ ଏକ ମିଥ୍ୟା କଥା ଅଟେ। WHO ଦାଃ ମାରିୟା କେର୍ଖୋବେ କହିଛନ୍ତି ଯେ ଆମିଷ ଖାଇଲା ସମୟରେ ଏହା ଧ୍ୟାନ ରଖିବା ଦରକାର ଯେ ମାଁକ୍ସ ଭଲ ଭାବେ ରନ୍ଧା ହେଇଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ. ଗିରିରାଜ ସିଂହ ଏହି ବାବଦରେ ପ୍ରେସ ଇନ୍ଫର୍ମେସନ ବ୍ୟୁରୋ ରେ ମଧ୍ୟ ସ୍ପଷ୍ଟରେ କହିଛନ୍ତି ଯେ କୋରୋନା ଭାଇରସ ବ୍ୟାପୀ ଥିବା ସମୟରେ ଆମିଷ ଖାଦ୍ୟ ଖାଇଲେ କିଛି ବିପଦ ଆସିବା ନାହିଁ।

Title:କ’ଣ ବିଶ୍ଵ ଶ୍ଵାସଥିୟ ସଂଗଠନ ଅନୁଯାୟୀ ବର୍ତମାନ ସୁଧା କେହି ନିରାମିଷ ଖାଦ୍ୟ ସେବନ କରିବା ଲୋକ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False