
୮ ଅକ୍ଟୋବର ୨୦୧୮ ମସିହାରେ ଫେସବୁକ ମାଧ୍ୟମରେ ଭାଇରାଲ ହୋଈଥିବା ଗୋଟିଏ ପୋସ୍ଟରେ ଏହା ଦାବି କରାଯାଇଅଛି ଯେ ଯୁବରଜ ସିଂ ୭ଟି ବଲ ରେ ୫୨ ରନ କରିଛନ୍ତି। ଗତ କିଛି ବର୍ଷ ଧରି ଯୁବରାଜ ତାଙ୍କ ଖରାବ ଫର୍ମକୁ ନେଇ ବିବାଦ ଓ ଚର୍ଚାରେ ରହି ଆସିଛନ୍ତି। ଏହି ପୋସ୍ଟ କୁ ୩୭୪୫ ଲାଇକ୍ସ ଏବଂ ୫୬୭ ଶେୟାର କର ଯାଇସରିଛି। ଏହି ପୋସ୍ଟରେ ଏହା ଡବା କରାଯାଇଅଛି ଯେ ୨୦୧୮ ରେ ହୋଈଥିବା ବିଜୟ ହାଜାରେ ତ୍ରୋଫୀରେ ୟୁବରାଜ ସିଂ ୭ ଟି ବଲରେ ୫୨ ରନ କରିଛନ୍ତି। ଏହି ପୋସ୍ଟଟି ଫେସବୁକ ରା ଓଡିଆ ଅନାବନା ପେଜରେ ପୋସ୍ଟ କରି ଯାଇଛି। ଏହି ପୋସ୍ଟରେ ଏହା ଭି ଆବେଦନ କରା ଯାଇଅଛି ଯେ ଯଦି ଦର୍ଶକ ଯୁବରାଜଙ୍କୁ ପସନ୍ଦ କରନ୍ତି ତାହା ହେଲେ ଏହି ପୋସ୍ଟ କୁ ଶେଯାର କରନ୍ତୁ, ଯାହା ଫଳରେ ତାଙ୍କୁ ୨୦୧୯ ମସିହାରେ ଆୟୋଜିତ ହେଉ ଥିବା କ୍ରିକେଟ ବିଶ୍ଵକପରେ ଭାରତ ଟୀମରେ ସ୍ଥାନ ମିଳୁ।
ଆମ ଅନୁସନ୍ଧାନ:
ଆମେ ଫେସବୁକରେ ପ୍ରସିଦ୍ଧ ଓଡ଼ିଆ ଅନାବନା ପ୍ୟାଜରେ ଏହି ପୋସ୍ଟଟି କୁ ଦେଖିଲୁ। ୭ ବଳରେ ୫୨ ରନ କରିବା ଅସମ୍ଭବ ଯାନୀ ଆମେ ଏହି ପୋସ୍ଟ ପଛରେ ଲୁଚା ହୋଈଥିବା ସତ କାହାଣୀର ଖୋଜ କରିଲୁ। ଗୁଗଲରେ ୨୦୧୮ ମସିହାରେ ହୋଈଥିବା ବିଜୟ ହାଜାରେ କପ, ପଞ୍ଜାବ ବନାମ ବରୋଦାର ସ୍କୋରେକାର୍ଡ ଖୋଜି ବାହାର କରିଲୁ। ସେହି ମ୍ୟାଚର ସ୍କୋରେକାର୍ଡରେ ଆମେ ଏହା ସତ୍ୟ ସାମନାକୁ ଆସିଲୁଜେ ଯୁବରାଜ ସିଂ ଏହି ମ୍ଯାଚରେ ୬୩ ବଳରେ ୫୧ ରନ କରି ଆଉଟ ହୋଈଥିଲେ। ଏହି କୋରେକାର୍ଡଟି ଆମେ cricbuzz ୱେବସାଇଟରେ ପାଇଲୁ। ୧୦ ଫେବ୍ରୁଆରି ୨୦୧୮ ମସିହାରେ ହିନ୍ଦୁସ୍ତାନ ଟାଇମସ ଖବରରେ ଏହି ମ୍ୟାଚ ବିଷୟରେ ବର୍ଣନା କରିଛି। ହିନ୍ଦୁସ୍ତାନ ଟାଇମସ ପତ୍ରୀକରେ ଏହା ତଥ୍ୟ ଲେଖା ଯାଇଅଛି ଯେ ୟୁବରାଜ ସିଂ ୩୬ ବଳରେ ୫୦ ରନ କରିଥିଲେ।


ଶେଷକଥା:
ଆମ ନୁସନ୍ଧାନରୁ ଏହା ଜଣା ପଡିଲାଜେ, ଏହି ପୋସ୍ଟରେ କରା ଯାଇଥିବା ଦାବି ସହିତ ସତ୍ୟ କହଣିର କୌଣସି ସମ୍ପର୍କ ନାହି। ଏହି ପୋସ୍ଟ ପଛରେ ଥିବା ସତ କାହାଣୀ ଏହା କି ୟୁବରାଜ ସିଂ ୩୬ ବଳରେ ୫୧ ରନ କରିଥିଲେ। ଏହି ପୋସ୍ଟ ରେ କରାଯାଇଥିବା ଦାବା ଯେ ୟୁବରାଜ ୭ ବଳରେ ୫୨ ରନ କରିଥିବା ଖବରତି ମିଥ୍ୟା।
Title:କ’ଣ ୟୁବରାଜ ସିଂ ଗଢିଲେ ଏକ ଆଶ୍ଚର୍ଯ୍ୟ ରେକର୍ଡ? କ’ଣ ଭାଙ୍ଗିଲେ ସେ ଏକ ଅଟୁଟ ରେୟର୍ଡ? କ’ଣ ସତ୍ୟ କାହାଣୀ ୨୦୧୮ ମସିହାରେ ହୋୟୀଥିବା ପଞ୍ଜାବ ବନାମ ବରୋଡା ବିଜୟ ହାଜାରେ ତ୍ରୋଫୀର? ଜାଣନ୍ତୁ।
Fact Check By: Siddhartha SahuResult: False

