
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଟ୍ରେନ୍ ଏକ ଅଦଭୁତ ଟ୍ରାକ୍ ରେ ଚାଲୁଅଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଇସ୍ରାଏଲରେ ଚାଲୁଥିବା ଏକ ରେଳ ବ୍ୟବସ୍ଥାର ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ବଳଦେବ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଥିବା ରେଳ ଟ୍ରାକ୍ ଇସ୍ରାଏଲରେ ଅଛି ଯାହା ଉର୍ପରା ଠାରୁ ବେଗୁଣ ଜରାରା ପର୍ଯ୍ୟନ୍ତ ୧୨୮୦ କିଲୋମିଟର ଦୂରତା ଅତିକ୍ରମ କରେ। ଏହି ରେଳ ରାସ୍ତା ୧୩ଟି ପିରାମିଡ ପୋଲ ଦେଇ ଅତିକ୍ରମ କରେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଏହି ଭିଡିଓରେ ଏକ ୟୁଟ୍ୟୁବ ଚ୍ୟାନାଲ ଦଫା ରେଲଫେନ୍ସ ଆଇଡି ନାମ ଉଲ୍ଲେଖ ହେଇଥିବା ମିଳିଲା।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ସମାନ ଚ୍ୟାନାଲକୁ ଖୋଜିଲୁ। ଆମକୁ ସମାନ ଭିଡିଓ ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ କେପସନ୍ ରେ ଉଲ୍ଲେଖ କରା ଯାଇବହି ଯେ “ଏହି ଭିଡିଓ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମାଣ କରା ଯାଇଛି ଏବଂ ଏହାର ଉଦ୍ଦେଶ୍ୟ କାହାରୀକୁ ଆଘାତ କରିବାର ନୁହେଁ। ଏହି ପରି ସମସ୍ତ ଭିଡିଓ କେବଳ ଗେମ୍ ରେ ଘଟିଥାଏ।”

ଭାଇରାଲ ଭିଡିଓରେ ଆମକୁ ଟ୍ରେନ୍ ଇଞ୍ଜିନରେ KAI ଲେଖା ହେଇଥିବା ମିଳିଲା। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ KAI ହେଉଛି ଇଣ୍ଡୋନେସିଆ ଦେଶର ଏକ ରେଳ କମ୍ପାନୀ କେରେଟା ଆପୀ ଇଣ୍ଡୋନେସିଆ ଅଟେ ଯାହା ଇଣ୍ଡୋନେସିଆର ସର୍ବସାଧାରଣ ରେଳବାଇର ଏକମାତ୍ର ଅପରେଟର। ତୁଳନା କରିଲା ପରେ ଆମେ ଜାଣିଲୁ ଯେ ଭାଇରାଲ ଭିଡିଓରେ ଥିବା ଟ୍ରେନ୍ ଡିଜାଇନ ଏବଂ ଇଣ୍ଡୋନେସିଆର ରେଳ କମ୍ପାନୀର ଲୋଗୋ ସମାନ ଅଟେ। ନିମ୍ନରେ ଆପଣ ମାନେ ଏହି ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓଟି ଇସ୍ରାଏଲର ହେଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମିତ କରା ଯାଇଥିଲା।

Title:କ’ଣ ଭିଡିଓରେ ଦେଖା ଯାଉଥିବା ରେଳ ବ୍ୟବସ୍ଥା ଇସ୍ରାଏଲ ଦେଶର ଅଟେ?
Fact Check By: Siddharth SahuResult: False
