
ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପାରାଦିପରୁ ଏକ ଦମ୍ପତିଙ୍କୁ କରୋନା ସନ୍ଦିଗ୍ଧ ରୂପେ ଚିହ୍ନଟ କରାଯାଇଥିଲା। ଏହା ପରେ ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହା ଛଡ଼ା ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି। ସେ ମଧ୍ୟରୁ 7 ତୁଳସି ପତ୍ର ଖାଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଏବେ ଚାରିଆଡ଼େ ଗୁଜବ ସୃଷ୍ଟି ହୋଇଛି। ସୋସିଆଲ ମିଡ଼ିଆରେ ଲୋକ ଏହି ଗୁଜବକୁ ଭାଇରାଲ କରିବାରେ ଲାଗିଛନ୍ତି। ତଳେ କିଛି ଭାଇରାଲ ପୋଷ୍ଟ ଦେଖନ୍ତୁ। Satyabrata nayak ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଲେଖି ଛନ୍ତି ଯେ, କରୋନା ଭାଇରସ ମାଡି ଆସୁଛି ତୁଳସୀ ପତ୍ର 7ଟା ଖାଇଦିଅରେ ଭାଇ ଭଉଣୀ ମାନେ।

ଏଠାରେ ଲିଙ୍କ ଦେଖନ୍ତୁ – Facebook
ଏହା ଛଡ଼ା ଅନ୍ୟ ଜଣେ ଫେସବୁକ ୟୁଜର ଟିକଟକ କରି କହିଛନ୍ତି ଯେ, ପୁରୀ ପଣ୍ଡାଙ୍କୁ ଜଗନ୍ନାଥ ମହାପ୍ରଭୁ ସପ୍ନ ଦେଇଛନ୍ତି ଏବଂ କହିଛନ୍ତି ଯେ, କରୋନା ଭାଇରସରୁ ବଞ୍ଚିବା ପାଇଁ 7ଟି ତୁଳସି ପତ୍ର ଖାଇଲେ କରୋନା ଭାଇରସ ପାଖ ମାଡ଼ିବ ନାହିଁ।ଏହା ଛଡ଼ା ୟୁଜର ଏହି ଭିଡିଓକୁ ଭାଇରାଲ କରିବା ପାଇଁ କହିଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଏହା ଛଡ଼ା Odia MO Bhasa ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ଏହି ଗୁଜବ ପୋଷ୍ଟ କରିଛନ୍ତି। ପାଷ୍ଟରେ ଲେଖା ଯାଇଛି ଯେ, ସମସ୍ତଙ୍କୁ ଅନୁରୋଧ କରା ଯାଉଛି କି ଗତ କାଲି ରାତ୍ରୀରେ ପୁରୀର ବଡ଼ ପଣ୍ଡାଙ୍କୁ ସୋପ୍ନାଦେଶ ହୋଇଅଛି, ଯେ ଓଡ଼ିଶାକୁ କରୋନା ଭାଇରାସଆସି ସାରିଛି ତ ପ୍ରଭୁ ଜଗନ୍ନାଥ ବଡପଣ୍ଟାଙ୍କୁ କହିଛନ୍ତି କି ଓଡ଼ିଶାରେ ଯେତେ ଲୋକ ଅଛନ୍ତି ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ସୂର୍ଯ୍ୟ ଉଦୟ ପୂର୍ବରୁ ଗୋଡ ହାତ ଧୋଇ 7ଟି ତୁଳସି ପତ୍ର ଜଗନ୍ନାଥଙ୍କ ନାମ ନେଇ ଖାଇଲେ , ସେ ରୋଗର କୌଣସି ପ୍ରକାର ପ୍ରଭାବ ପଡ଼ିବନୀ…ଜୟ ଜଗନ୍ନାଥ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ। ପୋଷ୍ଟକୁ 131 ଥର ସେୟାର କରାଯାଇଛି। ପୋଷ୍ଟରେ 58 କମେଣ୍ଟ ଏବଂ 418 ଲାଇକ ଆସିଛି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook
ତେବେ ଏହି ଗୁଜବ କ’ଣ ସତ?
ଆଜ୍ଞା ହଁ କରୋନା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବ୍ୟହସ୍ଥା ନ ଥିବାରୁ ଲୋକମାନେ ନିଜ ନିଜ ଉପାୟରେ ଏହାକୁ ରୋକିବା ଲାଗି ଏଭଳି ଗୁଜବ ବିଶ୍ୱାସ କରୁଛନ୍ତି। ଧୀରେ ଧୀରେ ଗାଁ ରୁ ସହର ଏବଂ ସହରରୁ ପୁରା ରାଜ୍ୟବ୍ୟାପୀ ଏହି ଗୁଜବ କାୟା ବିସ୍ତାର କରିବାରେ ଲାଗିଛି। ବିଶେଷକରି ମହିଳାମାନେ ଏହି ଗୁଜବକୁ ସଂପୂର୍ଣ୍ଣ ବିଶ୍ୱାସ କରିବାରେ ଲେଗାଛନ୍ତି। ପରିବାର ବର୍ଗ ନିଜ ନିଜ ପଂପର୍କୀୟମାନଙ୍କୁ ଫୋନ ଜରିଆରେ ଏ ଗୁଜବ ସମ୍ପର୍କରେ ସୂଚନା ଦେବାରେ ଲାଗିଛନ୍ତି।
କହି ରଖୁଛୁ ଯେ WHO (ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ) ଏପରି କୌଣସି ପ୍ରକାର ପୁଷ୍ଟି କରି ନାହିଁ ଯେ, ତୁଳସି ପତ୍ର ଖାଇଲେ କରୋନା ଭାଇରସରୁ ମୁକ୍ତି ମିଳି ଯାଇ ପାରିବ। ତୁଳସି ପତ୍ର ସ୍ୱାଥ୍ୟ ପାଇଁ ଲାଭପ୍ରଦ ଅଟେ କିନ୍ତୁ ତୁଳସି ପତ୍ରରୁ କରୋନା ଭାଇରସ ନ ହେବ ତାହାର ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ନୋଟିସ ଜାରି କରି ନାହଁ। ଏହା ସହ କହି ରଖୁଛୁ ଯେ, କରୋନା ଭାଇରସର ଏ ପର୍ଯ୍ୟନ୍ତ କୌଣସି ଔଷଧର ଅନୁସନ୍ଧାନ କରା ଯାଇପାରି ନାହିଁ।
କରୋନା ଭାଇରସରୁ ବଞ୍ଚିବା ପାଇଁ କଣ କରିବେ-
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ କରୋନା ଜୀବାଣୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି। 6 ବର୍ଷରୁ କମ ଏବଂ 60 ବର୍ଷରୁ ଅଧିକ ଯେଉଁମାନେ ସତର୍କ ହେବା ଉଚିତ୍। କରୋନା ଜିବାଣୁକୁ ଏଡାଇବା ପାଇଁ ଆସନ୍ତୁ ଜାଣିବା କଣ କରିବା କଣ ନ କରିବା ଉଚିତ।
- ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ-
କୌଣସି ଜିନିସକୁ ଧରିବା ପରେ ଲଗାତାର ହାତ ଧୋଇ ହୁଅନ୍ତୁ। ହାତ ଅପରିଷ୍କାର ନିଥିଲେ ମଧ୍ୟ ଧୋଇ ଦୁଇନ୍ତୁ। ଧୋଇବା ପରେ ଯଦି ସମ୍ଭବ ଟିସୁ ବ୍ୟବହାର କରନ୍ତୁ। ଛିଙ୍କିବା ଏବଂ କାଶିବା ସମୟରେ ହାତକୁ ପୋଟିରେ ରଖନ୍ତୁ।ଏହା ପରେ ହାତକୁ ସାବୁନରେ ସଫା କରନ୍ତୁ। ଏହି ଜୀବାଣୁ ସହ ମୁକାବିଲା ପାଇଁ ସ୍ୱଚ୍ଛତା ଉପରେ ବିଶେଷ ଯତ୍ନ ନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଥିପାଇଁ ହାତ ସଫା କରିବାକୁ ପ୍ରାଥମିକତା ଦିାଯାଇଛି ଏବଂ ଦିନକୁ ଅଟି କମରେ ପାଞ୍ଚଥର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।
- କେତେ ବେଳେ ହାତ ଧୋଇବେ-
- ଛିଙ୍କିବା ଏବଂ କାଶ ହେବା ପରେ।
- ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟିବା ପରେ।
- ଶୌଚାଳୟ ବ୍ୟବହାର କରିବା ପରେ।
- ରାନ୍ଧିବା ପରେ ଏବଂ ଖାଇବା ପୂର୍ବରୁ।
- ପଶୁମାନଙ୍କୁ ଛୁଇଁବା ପରେ।
- ଛିଙ୍କିବା ଏବଂ କାଶରୁ ଦୂରେଇ ରୁହନ୍ତୁ।
ଛିଙ୍କୁଥିବା ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ। ବାସ୍ତବରେ ଅଣ୍ଡା ରୋଗର ଲକ୍ଷଣ ମଧ୍ୟ କରୋନା ଜୀବାଣୁ କରାଣରୁ ହୋଇଥାଏ, ତେଣୁ ଯେତେବିଳେ କେହି ଆପଙ୍କ ଚାରିପାଖରେ ଛିଙ୍କନ୍ତି, ଏଥିରୁ ଦୂରେଇ ଯାାନ୍ତୁ ଏବଂ ପାଟି ଘୋଡାଇବାକୁ ଚେଷ୍ଟା କରନ୍ତୁ।
- ପାଟିରେ ମାସ୍କ ରଖନ୍ତୁ –
ଏହା ଅତି ସାଧାରଣ ସୁରକ୍ଷା ଅଟେ। ସାଧାରଣତ ଦେଖାଯାଏ ଯେ ଅନେକ ଲୋକ ପାଟିରେ ମାସ୍କ ଲଗାଇବା ଠାରୁ ଦୂରେଇ ରୁହନ୍ତି ଏବଂ ସେମାନେ ଅସୁବିଧା ଅନୁଭବ କରନ୍ତି। ନିଜ ଘରୁ ବାହାରି ଯେତେବେଳେ ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି ସେତେବେଳେ ମାସ୍କ ପିନ୍ଧିବା ଆବଶ୍ୟକ। ଡାକ୍ତରଙ୍କ କହିବାନୁସାରେ, ଏହା ସଂକ୍ରମଣର ଆଶଙ୍କା ଯଥେଷ୍ଟ କମ କରିଥାଏ। ଏହା ଛଡ଼ା କୌଣସି ଜିନିଷକୁ ଛୁଇଁବା ପରେ ସାଙ୍ଗେ ସାଙ୍ଗେ ହାତ ଦୋଇ ଦୁଅନ୍ତୁ।
ଯଦି ଆପଣ ଏହି ଲକ୍ଷଣଗୁଡିକ ଦେଖନ୍ତି ତେବେ ସାବଧାନ ରୁହନ୍ତୁ-
- ଯଦି ଆପଣଙ୍କର ଜ୍ୱର, କାଶ ଏବଂ ଥଣ୍ଡା ଅଛି ତେବେ ଯାତ୍ରା କରନ୍ତୁ ନାହିଁ ।
- ହଠାତ୍ ଉଚ୍ଚ ଜ୍ୱର ହେବା।
- ଜ୍ୱର, ଥଣ୍ଡା ଏବଂ କାଶ ହେବାର ଲକ୍ଷ୍ୟଣ ଦେଖା ଦେବା।
- ପ୍ରବଳ ଯନ୍ତ୍ରଣା ସହିତ ଶରୀରରେ ଦୁର୍ବଳତା।
- ଲିଭର ଏବଂ କିଡନୀ ସମସ୍ୟା ।
- ନିଶ୍ୱାସ ନେବାରେ ଅସୁବିଧା ।
ଏପରି ଲକ୍ଷ୍ୟଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ସ କରାନ୍ତୁ ଏବଂ କରୋନା ଭାଇରସ କୁ ଡାକ୍ତରଖାରେ ହିଁ ଜାଇ ଚିକିତ୍ସା କରାନ୍ତୁ। କରୋନା ପାଇଁ ଏ ପ୍ରର୍ଯ୍ୟନ୍ତ କୌଣସି ଘରୋଇ ଔଷଧ ବାହାର କରା ଯାଇ ନାହିଁ। କରୋନା ଭାଇରସ ଏକ ବଡ ଭୟଙ୍କର ରୋଗ ଏହା ସହ ଲଢ଼ିବାକୁ ହେଲେ ଆମକୁ ଚିକିତ୍ସା ବିଜ୍ଞାନର ସାହାର୍ଯ୍ୟ ନେବାକୁ ପଡ଼ିବ।

Title:କରୋନା ଓ ତୁଳସିପତ୍ର ଗୁଜବ- ଓଡ଼ିଶାସାରା ଗୁଜବ ବ୍ୟାପିଛି ଯେ, ପୁରୀ ପଣ୍ଡାକୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନରେ କହିଛନ୍ତି 7ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ହେବ ନାହିଁ।
Fact Check By: Saritadevi SamalResult: False