
ଗତ ବର୍ଷ ଦୁନିୟାରେ କରୋନା ନିଜ କାୟା ବିସ୍ତାର କରି ଥିଲା। ବର୍ତ୍ତମାନ ସୁଧା ଅନେକ ଦେଶ ଏହି ଭାଇରସର ଶିକାର ହେଉଛନ୍ତି। ଯଦିଓ ଏହି ଭାଇରସ ବିରୁଦ୍ଧରେ ଟୀକା ଆବିଷ୍କାର ହେଇସାରିଛି କିନ୍ତୁ ବର୍ତ୍ତମାନ କରୋନାର ଗୋଟିଏ ନୂଆ ଷ୍ଟ୍ରାଣ୍ଡ ଭାଇରସ ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ। ଭାରତରେ ଶୀତର ପ୍ରଭାବ କରି ଗରମ ହେବା ଆରମ୍ଭ ହେଇଥିବାରୁ ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ସମ୍ଭାବନା କମ ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ କରୋନା ଭାଇରସ ଯେ କୌଣସି ତାପମାନ ରେ ବିସ୍ତାର ହେଇ ପାରିବ।, ଗରମ ଏବଂ ଆର୍ଦ୍ର ପରିବେଶର ଭାଇରସ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ସାମାଜିକ ଦୂରତା ବନେଇ ରଖିବା ଏବଂ ନିଜ ହାତକୁ ଧୋଇବା ଦ୍ଵାରା କରୋନା ଠାରୁ ଦୂରେଇ ରହି ହେବ।

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏନଡିଟିଭି ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଗରମ ଏବଂ ଆର୍ଦ୍ର ପାଗ ଥିବା ଅଞ୍ଚଳ ସମେତ କରୋନା ଜୀବାଣୁ ସମସ୍ତ ଅଞ୍ଚଳରେ ସଂକ୍ରମଣ ହୋଇପାରେ। କରୋନା ସଂକ୍ରମିତ ଅଞ୍ଚଳରେ ବାସ କରୁଥିବା ବା କରୋନା ସଂକ୍ରମଣ ଅଞ୍ଚଳକୁ ଯାତ୍ରା କରୁଥିବା ସମୟରେ ପ୍ରତିରକ୍ଷା ବ୍ୟବସ୍ତା କରନ୍ତୁ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କରୋନା ସଂକ୍ରମଣର ତାପମାନ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଏପରି ଦାବି କୁ ବିଶ୍ଵାସ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ।
Title:କ’ଣ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


