କ’ଣ ଜଳ ଦ୍ଵାରା ମଧ୍ୟ ବ୍ୟାପୀ ଥାଏ କୋରୋନା ଭାଇରସ? କ’ଣ ସତ୍ୟତା ଏହି ପୋଷ୍ଟର? ଆସନ୍ତୁ ଜାଣିବା।

False Social

କରୋନା ଭାଇରସକୁ ନେଇ ବୈଜ୍ଞାନିକମାନେ ଲଗାତାର ଭାବେ ରିସର୍ଚ୍ଚ କରୁଛନ୍ତି । ଏହି ରିସର୍ଚ୍ଚରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେସୁଦ୍ଧା ସ୍ପର୍ଶ ଦ୍ୱାରା ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ ବୋଲି ସୂଚନା ମିଳିଥିଲା । ପରେ ବୈଜ୍ଞାନିକମାନେ ଏହା ପଶୁପକ୍ଷୀଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ ବୋଲି କହିଥିଲେ । 

୧୨ ଏପ୍ରିଲ ରେ ଓଡ଼ିଶା କରାନ୍ତି ନାମକ ସାଇଟରେ ଏହା ଦାବି କରା ଯାଇଅଛି ଯେ ଅନଲାଇନ୍ ଜର୍ଣ୍ଣାଲ କେଡବ୍ଲ୍ୟୁଆର୍ ମୁତାବକ, ନେଦରଲାଣ୍ଡର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନଙ୍କଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ କରୋନା ଭାଇରସର ତିନୋଟି ସକ୍ରିୟ ଜିନ୍ ମିଳିଛନ୍ତି । ଏହି ଭଳି ୟୁକେ ସେଣ୍ଟର ଫର୍ ଇକୋଲୋଜୀ ଓ ହାଇଡ୍ରୋଲୋଜୀର କହିବାନୁସାରେ ଏହି ଭାଇରସକୁ ଦୂଷିତ ପାଣିରେ ଚିହ୍ନଟ କରାଯାଇଛି । ତେବେ ଭାଇରସ ପାଣିରେ କେତେ ଦିନ ଯାଏଁ ଜୀବିତ ରହେ ତାହାର କୌଣସି ସୂଚନା ମିଳିପାରି ନାହିଁ । ଏତତ୍ ବ୍ୟତୀତ ଏନଭାର୍ଣ୍ଣମେଣ୍ଟାଲ ସାଇନ୍ସ, ଓ୍ୱାଟର ରିସର୍ଚ୍ଚ ଓ ଟେକ୍ନୋଲୋଜୀ ମଧ୍ୟ ପାଣିରେ ଥିବା ସମ୍ଭାବ୍ୟ ବିପଦକୁ ନେଉ ରିପୋର୍ଟ ପ୍ରକାଶ କରିଛି ।

କୋଭିଡ-୧୯ ଭାଇରସ ପାଣିରେ ସଂକ୍ରମଣ ହୁଏ ନା ନାହିଁ ଏହାକୁ ନେଇ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ବୈଜ୍ଞାନିକଙ୍କ ସମେତ ୟୁନିଭର୍ସିଟି ଅଫ୍ ସାଲୋରନୋର କିଛି ଗବେଷକ ମିଳିତ ଭାବେ ରିସର୍ଚ୍ଚ ଆରମ୍ଭ କରିଥିଲେ । ଏଥିରୁ ସୂଚନା ମିଳିଥିଲା ଯ, ୨୦୦୨, ୨୦୦୩ରେ ସାର୍ସ ପ୍ରକୋପ ସମୟରେ ଲୋକମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହି ସଂକ୍ରମଣ ଜଳ ଦ୍ୱାରା ବ୍ୟାପିଥିଲା । କାରଣ ଜଳବୁନ୍ଦା ଏରୋସଲ ଜରିଆରେ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ତେବେ ଏବେ ସୁଦ୍ଧା କୋଭିଡ-୧୯ ମାମଲାରେେ ଏପରି ଘଟଣା ସାମ୍ନାକୁ ଆସିନାହିଁଁ । ପାଣି ଦ୍ୱାରା ସଂକ୍ରମଣ ବ୍ୟାପିବାର ପ୍ରକ୍ରିୟାକୁ ସାଓ୍ୱାରହାର୍ଡ ଏରୋସଲ ଟ୍ରାନ୍ସମିଶନ କୁହାଯାଏ ।

Odisha Kranti.jpg

Odisha Kranti | Archive

ଏହି ଖବର ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ସି.ଡି.ସି ସାଇଟ ଯାଇ ଏହି ଦାବିର ସତ୍ୟତା ଖୋଜିଲୁ। ଆମେ ଏହା ଜାଣିବାକୁ ପାଇଲୁ ଯେ 3 ଏପ୍ରିଲ ରେ ସି.ଡି.ସି (CDC) କହିବା ଅନୁଯାୟୀ ଜଳରେ କୋରୋନା ଭାଇରସ ଦେଖିବା କୁ ମିଳି ନାହିଁ। ଜଳର ଫିଲ୍ଟରେସନ ଏବଂ ନିରାକରଣ କରିବା ପ୍ରକ୍ରିୟା ଦ୍ଵାରା ସCOVID-19 ବିସ୍ତାର କରୁ ଥିବା ଭାଇରସ ନଷ୍ଟ ହୋଇ ଯାଇଥାଏ। 

cdc.jpg

CDC | Archive

27 ମାର୍ଚରେ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (EPA) ଜଳ ଏବଂ COVID-19 ର ସମ୍ବନ୍ଧ ବିଷୟରେ ସ୍ପଷ୍ଟ କରିଛି। EPA ଖିବା ଅନୁଯାୟୀ, ଜଳରେ COVID-19 ଭାଇରସ ଦେଖିବାକୁ ମିଳି ନାହିଁ। ବର୍ତମାନ ସମୟରେ ମିଳି ଥିବା ପ୍ରମାଣ ଦେଖିଲା ପରେ ଏହା କୁହା ଯାଇଅଛି ଯେ ଏହି ଭାଇରସର ଜଳ ମାଧ୍ୟମରୁ ଆକ୍ରାନ୍ତ ହେବା ସମ୍ଭାବନା ବହୁତ କମ। EPA ଏହା ମଧ୍ୟ କହିଛି ଯେ ସିଧା ନଳ ପାଣି ସେବନ କରିବା ମଧ୍ୟ ସୁରକ୍ଷିତ। ଟିସୂ ପେପର ଛଡ଼ା ଅନ୍ୟ କେଉଁ ଭି ଜିନ୍ସ ବାଥରୁମରେ ଫ୍ଲଶ ନ କରିବା ପାଇଁ EPA ଲୋକଙ୍କୁ ଅନୁରୋଧ କରିଛି। 

EPA.jpg

EPA | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ କୋରୋନା ଭାଇରସ ଜଳ ମାଧ୍ୟମରୁ ବ୍ୟାପୀ ନଥାଏ। ସିଡିସି (CDC) ଏବଂ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (EPA) କହିଛନ୍ତି ଯେ ଜଳରେ କୋରୋନା ଭାଇରସ ମିଳି ନାହିଁ ଏବଂ ଜଳ ମାଧ୍ୟମରୁ କୋରୋନା ଭାଇରସ ବ୍ୟାପିବାର ସମ୍ଭାବନା ବହୁତ କମ। ପୋଷ୍ଟରେ କରା ଯାଇଥିବା ଦାବି ଯେ ବର୍ତମାନ ବୈଜ୍ଞାନିକ ମାନେ ଜଳ ମାଧ୍ୟମ ରେ କୋରୋନା ଭାଇରସ ବ୍ୟାପିବା ଆରମ୍ଭ କରିଛି ବୋଲି କହିଛନ୍ତି।

Avatar

Title:କ’ଣ ଜଳ ଦ୍ଵାରା ମଧ୍ୟ ବ୍ୟାପୀ ଥାଏ କୋରୋନା ଭାଇରସ? କ’ଣ ସତ୍ୟତା ଏହି ପୋଷ୍ଟର? ଆସନ୍ତୁ ଜାଣିବା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *