କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

Coronavirus False Social

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ ଏହି ଭାଇରସ ର ପ୍ରଭାବ ବଢିବାକୁ ଲାଗିଛି। ଏହି ଭିଡିଓରେ ଦାବି କରା ଯାଇଅଛି ଯେ ପାଡ଼ରୁ ମଧ୍ୟ କୋରୋନା ବ୍ୟାପୀବାର ସମ୍ଭାବନା ଅଛି। ଯଦି ଜେନ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଅଧ୍ବ୍ୟାୟୁ ତ୍ୟାଗ କରୁଛନ୍ତି ତ ସେହି ବ୍ୟାୟୁ ସମ୍ପର୍କରେ ଆସିଥିବା ଲୋକ କୋରୋନା ସଂକ୍ରମିତ ହୋଇ ପାରନ୍ତି। ରୋଗୀର ମଳ ଏବନ ମୁତ୍ର ରୁ ମଧ୍ୟ କୋରୋନା ବ୍ୟାପିବାର ଆଶଙ୍କା ରହିଛି। ପରୀକ୍ଷାରୁ ଜଣା ପଡ଼ିଛି ଯେ କୋରୋନା ରୋଗୀର ମଳରେ ୫୫% ଜୀବାଣୁ ଥାଏ ବୋଲି ଦାବି କରା ଯାଇଅଛି। 

https://www.facebook.com/JharkaPage/videos/868643060294965/

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସିଡିସି(CDC) ସାଇଟରୁ ଏହି ବିଷୟରେ ତଥ୍ୟ ମିଳିଲା। ୧୭ ଜୁନ ରେ ସିଡିସି ନିଜ ୱେବସାଇଟ ରେ ଏହି ବିଷୟରେ ଲେଖି କହିଛି ଯେ କିଛି କୋରୋନା ରୋଗୀଙ୍କ ମଳରେ କୋରୋନା ଭାଇରସ ଥିବା ମିଳିଛି। ତଥାପି ଏହା ବର୍ତମାନ ସୁଧା ସ୍ପଷ୍ଟ ହେଇ ନାହିଁ ଯେ ମଳରେ ମିଳିଥିବା କୋରୋନ ଭାଇରସ ଅନ୍ୟ ଲୋକଙ୍କୁ ସଂକ୍ରମଣ କରି ପାରିବ କି ନାହିଁ। ବର୍ତମାନ ସୁଧା ଏପରି କୌଣସି ରିପୋର୍ଟ ଆସି ନାହିଁ ଯେଉଥିରେ କୌଣସି ଲୋକର ମଳ ମାଧ୍ୟମ ରେ ଆକ୍ରାନ୍ତ ହେଇଥିବା ଦେଖା ଯାଇଅଛି। ବୈଜ୍ଞାନିକ ମାନଙ୍କୁ ବର୍ତମାନ ମଳ ମାଧ୍ୟମରୁ ଅନ୍ୟ ଲୋକଙ୍କ ଆକ୍ରାନ୍ତ ହେବା କେତେ ସମ୍ଭାବନା ଅଛି ଏହା ସ୍ପଷ୍ଟ ନାହିଁ।  

CDC feaces.jpg

CDC | Archive

୨୩ ଫେବ୍ରୁଆରି ରେ ଗ୍ଲୋବାଲ ଟାଇମ୍ସ ପତ୍ରିକାରେ ପ୍ରକାଶିତ ଗୋଟିଏ ଅନୁଛେଦରେ କୋରୋନା ଭାଇରସର ପାଡ଼ ମାଧ୍ୟମରୁ ଆକ୍ରାନ୍ତ ହେବା କଥା ବେଇଜିଙ୍ଗ ର ତୋଙ୍ଗଜୌ ଜିଲା ର ସିଡିସି ସ୍ପଷ୍ଟ କରିଛି। ସିଡିସିର ଜଣେ ସଦସ୍ୟ ନିଜ ୱିଚାଟ ଏକାଉଣ୍ଟ ମାଧ୍ୟମ ରୁ ଏହା ସ୍ପଷ୍ଟ କରିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ଜଣେ ଲୋକ ବସ୍ତ୍ରହିନ କୋରୋନା ରୋଗୀ ପାଖକୁ ଯାଇ ପାଡ଼ ନ ଶୁଙ୍ଘିଚି, ସେତେ ପର୍ଯ୍ୟନ୍ତ ଆକ୍ରାନ୍ତ ହେବା ସମ୍ଭାବନା ନାହିଁ। ସେ ମଜାଳିଆ ଭାବେ ପାଡ଼ ମାଧ୍ୟାମରେ କୋରୋନା ଆକ୍ରାନ୍ତ ହେବା କଥା କୁ ଖଣ୍ଡନ କରି କହିଛନ୍ତି ଯେ ଯଦି ସମସ୍ତେ ନିଜ ପ୍ୟାଣ୍ଟ ପିନ୍ଧୁଛନ୍ତି ସେତେ ପର୍ଯ୍ୟନ୍ତ ପାଡ଼ ମାଧ୍ୟମରୁ ଆକ୍ରାନ୍ତ କଥା ନେଇ ଚିନ୍ତିତ ହେବା ଦରକାର ନାହିଁ। 

Global times.jpg

Global Times | Archive 

୧୬ ଜୁନ ରେ ସିଡିସି ନିଜ ୱେବସାଇଟରେ ବିଭିନ୍ନ ମାଧ୍ୟମରୁ କୋରୋନା ଆକ୍ରାନ୍ତ ହେଇ ଥିବା ବିଷୟରେ ଜଣାଇଛି। ସିଡିସି ଅନୁଯାୟୀ ନ୍ନିମ୍ନଲିଖିତ ଉପାଏ ରେ କୋରୋନା ଆକ୍ରାନ୍ତ ହେଇଥାଏ-

  • ଲୋକଙ୍କ ମଧ୍ୟରେ ୬ ଫିଟ ରୁ କମ ଦୂରତା ଥିବା
  • ରୋଗୀ ର କାସ, ଛିଙ୍କ ଏବଂ କଥା ଲାଗିବା ସମୟରେ ଅନ୍ୟ ଲୋକଙ୍କ ସମ୍ପର୍କ ରେ ଆସିଲା ପରେ
  • ରୋଗର ଲକ୍ଷଣ ଦେଖା ନ ଯାଉଥିବା ଲୋକଙ୍କ ମାଧ୍ୟମରୁ 
  • ପଶୁ ଠାରୁ ଲୋକଙ୍କ ଆକ୍ରାନ୍ତ ହେବା ସମ୍ଭାବନା ଅତ୍ୟନ୍ତ କମ 
  • ପଶୁ ସହିତ ଘନିଷ୍ଟ ସମ୍ପର୍କ ରେ ଆସିଲେ କିଛି କିଛି ସ୍ଥିତି ରେ ଦେଖିବା କୁ ମିଳିଛି। 

ସିଡିସି ନିଜ ସାଇଟରେ କୌଣସି ସ୍ଥାନରେ ପାଡ଼ ଦ୍ଵାରା କୋରୋନା ଆକ୍ରାନ୍ତ ହେବା ବା ସତର୍କ ରହିବା ବିଷୟରେ କହି ନାହିଁ।

cdc.jpg

CDC | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ମଳ, ମୁଟ୍ରା ଏବଂ ପାଡ଼ ଦ୍ଵାରା କୋରୋନା ଆକ୍ରାନ୍ତ ହୁଏ ନାହିଁ ବୋଲି ଶିଡିସି (CDC) କହିଛି। ଯଦିଓ କୋରୋନା ଭାଇରସର ନମୁନା ମଳ ରେ ମିଳିଛି କିନ୍ତୁ ଏହା ଦ୍ଵାରା ଆକ୍ରାନ୍ତ ହେବା କୌଣସି ରିପୋର୍ଟ ବର୍ତମାନ ସୁଧା ଦେଖିବା କୁ ମିଳି ନାହିଁ।

Avatar

Title:କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *