
୧୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗୃୟରେ ଗୋଟିଏ ପୋସ୍ତ ରେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦୀ ପେନସନ ଯୋଜନାରେ ହିତାଧିକାରୀଙ୍କର ମୃତ୍ୟୁ ହେଲା ପରେ ତାଙ୍କର ଉତ୍ତରାଧିକାରୀଙ୍କୁ କିଛିବି ସୁବିଧା ସୁଯୋଗ କରିବେ ନାହିଁ। ଏହି ନିୟମ ଅନ୍ତର୍ଗତ ମୋଦୀ ସରକାର ଦେଶବାଶିଙ୍କୁ ଲୁତୁଛନ୍ତି ବୋଲି ମଧ୍ୟ ଦାବି କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ସରକାରୀ ପେନ୍ସନ ପୋର୍ଟାଲ ୱେବସାଇଟରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ଏଥିରେ କୁହା ଯାଇଅଛି ଯେ ସମସ୍ତ ସରକାରୀ କର୍ମଚାରୀଙ୍କୁ ତାଙ୍କ ଅବସର ପରେ ପେନସନ ମିଳିବ। ଏହି ରାଶି ପାଇବା ଯୋଗ୍ୟତା କେବଳ ୫ ବର୍ଷରୁ ଅଧିକ ଚାକିରି କରିଥିବା କର୍ମଚାରୀଙ୍କୁ ମିଳିବ। କର୍ମଚାରୀଙ୍କ ମୃତ୍ୟୁ ହେଲା ପରେ ତାଙ୍କ ସ୍ଵାମୀ / ସ୍ତ୍ରୀଙ୍କୁ ଏକା ସହିତ ଏହି ରାଶି ମିଳିବ। ଏହା ନେଇ ମୃତ୍ୟୁ ହେଇଥିବା କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନ ସମୟ କାଳ ଠିକ କରା ଯାଇ ନାହିଁ। ୧ ଜାନୁଆରୀ ୨୦୦୬ ମସିହାରେ ପେନସନ ସର୍ବାଧିକ ୧୦ ଲକ୍ଷ ଟଙ୍କା ରକ୍ଷା ଯାଇଥିଲା।
ଗୁଗୁଲରେ ସର୍ଚ କରିଲା ପରେ ଆମକୁ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ୱେବସାଇଟରେ ୧୮ ଅକ୍ଟୋବର ୨୦୧୬ ମସିହାରେ ମୃତକ କର୍ମଚାରୀଙ୍କ ପେନସନ ବିଷୟରେ ତଥ୍ୟ ମିଳିଲା। ଏଥିରେ ଲେଖା ଯାଇଅଛି ଯେ ଅଟଳ ପେନସନ ଯୋଜନା ଅନ୍ତର୍ଗତ ଯଦି କୌଣସି କର୍ମଚାରୀଙ୍କ ୬୦ ବର୍ଷ ପୂର୍ବରୁ ମୃତ୍ୟୁ ଘଟି ଥାଏ , ତାଙ୍କ ଜୀବନସାଥିଙ୍କୁ ଅଟଳ ପେନସନ ଯୋଜନାରେ ପାଇସା ଯୋଗଦାନ ଦେବାର ବିକଳ୍ପ ଡିୟା ଯାଇଥାଏ। ମୃତକଙ୍କ ୬୦ ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ନାମରେ ପେନସନ ଯୋଜନାରେ ପାଇସା ଯୋଗଦାନ ଦେବାକୁ ପଡ଼େ। ୬୦ ବର୍ଷ ପୁରିଲା ପରେ ମୃତକଙ୍କ ଜୀବନସାଥିଙ୍କୁ ପେନସନ ପଇସା ଡିୟା ଯାଇଥାଏ। ଯଦି କୌଣସି କାରଣରୁ ମୃତକଙ୍କ ଜୀବନସାଥି ଏହି ଯୋଜନାରେ ଭାଗ ନେବା ପାଇଁ ଚାହନ୍ତିନୀ ତେବେ ତାଙ୍କ ନାମରେ ଏହି ପେନସନ ପାଇସା ଡିୟା ଯାଇଥାଏ। ଯଦି କୌଣସି କାରଣରୁ ଜୀବନସାଥୀ ନାହାନ୍ତି ତେବେ ଏହି ପେନସନ ପଇସା ମୃତକ ଦ୍ଵାରା ଡିୟା ଯାଇଥିବା ନାମାଙ୍କନ ନାମ ବ୍ୟକ୍ତିଙ୍କୁ ମିଳିବ।
ଏହା ପରେ ଆମେ ପେନସନ କାର୍ଜ୍ଯାଲୟରେ ଫୋନ କରି ସେଠିକାର ଅଧ୍ୟକ୍ଷ ସହିତ କଥା ହେଳୁ। ତାଙ୍କ କହିବା ଅନୁଯାୟୀ ଯଦି ଜଣେ ସରକାରୀ କର୍ମଚାରି ୨୫ ବର୍ଷ ବା ତା ଠାରୁ ଅଧିକ ବର୍ଷ କାମ କରିଛି, ତାକୁ ସମ୍ପୂର୍ଣ ପେନସନ ପଇସା ମିଳିବ। ସେହି କର୍ମଚାରୀର ମାସିକ ବେତନର ଅଧା ଧାନରାଶି ସହିତ ଡିଏ ପଇସା ଯୋଡ଼ି ପେନସନ ଦିୟା ଯାଏ। ଯଦି କୌଣସି କର୍ମଚାରୀ ୨୫ ବର୍ଷରୁ କମ କାମ କରିଥାଏ ତେବେ ସେହି ହିସାବରେ ପେନସନ ମଧ୍ୟ କମ ମିଳିଥାଏ। ଯଦି ଜଣେ କର୍ମଚାରୀ ର ୬୦ ବର୍ଷ ପରେ ମୃତ୍ୟୁ ହେଇ ଥାଏ ତେବେ ତାଙ୍କ ଜୀବନସାଥୀକୁ ପେନସନ ର ଅଧା ଧନରାଶି ମିଳି ଥାଏ। ଯଦି କାର୍ଯ୍ୟ ଅବଧି ସମୟରେ କର୍ମଚାରୀଙ୍କ ମୃତ୍ୟୁ ହେଇଥିଲେ ତାଙ୍କ ଜୀବନ ସାଥିଙ୍କୁ ପୁରା ପେନସନ ମିଳି ଥାଏ। ସେ ଆମକୁ ଏହା ମଧ୍ୟ କହିଲେ ଯେ ପେନସନ ଦେବା ଭାରତର ସମ୍ବିଧାନରେ ଲେଖା ଯାଇ ଅଛି। ସେଥିପାଇଁ ସରକାର ପେନସନ ଦେବା ପାଇଁ ବାଧ୍ୟ ଅଟେ। ଯଦି ସମ୍ବିଧାନରେ ପରିବର୍ତନ କରା ଜୀବ ସେତେବେଳେ ପେନସନ ନିୟମ ରେ ମଧ୍ୟ ପରିବର୍ତନ ଆଣିବା ସମ୍ଭବ ଅଟେ। ଯଦି କୌଣସି କର୍ମଚାରୀ ଘନିଷ୍ଟ ଅପରାଧ କରି ଥାଏ ସେତେବେଳେ ସରକାର ତାଙ୍କର ପେନସନ ବନ୍ଦ କରି ପାରନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପେନ୍ସନ୍ ଯୋଜନା ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ ମୋଦୀ ସରକାର କୌଣସି ସୁବିଧା ଯୋଗାଇବନି କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ୱେବସାଇଟରେ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଯୋଗାଇ ଥିବା ସମସ୍ତ ତଥ୍ୟ ଅଛି।

Title:କ’ଣ ପେନ୍ସନ୍ ଯୋଜନା ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ କୌଣସି ସୁବିଧା ଯୋଗାଇବନି ମୋଦୀ ସରକାର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False