
ସୋସିଆଲ ମିଡିଆରେ ରାଉଳ ଗାନ୍ଧୀଙ୍କ ଆହୁରି ଏକ ଭିଡିଓ ଭାଇରାଲ ହେଉଛି। ଏହି ୨୮ ସେକେଣ୍ଡ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ କହୁଥିବା ଶୁଣିବାକୁ ମିଳିଛି, “ଏହି ଚିଲ ମାନେ ଏଠାରେ କ’ଣ କରୁଛନ୍ତି ମତେ ବତାନତୁ। ଏହି ଚିଲ ମାନେ ଏଠାରେ କାହିଁକି ବୁଲୁଛନ୍ତି? ଗତ ୫ ବର୍ଷରୁ ତାଙ୍କୁ ରୋଜଗାର ମିଳୁ ନାହିଁ। ଏହାର କାରଣ ନରେନ୍ଦ୍ର ମୋଦୀ, ଆରଏସଏସ ଆଉ ବିଜେପି ଅଟେ।”
କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଏପରି କହିଥିଲେ? ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ମଧ୍ୟ ଏହି ପରି ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣିତ କରିଛି। ସେଥିପାଇଁ ଏହି ଭିଡିଓ ସନ୍ଦେହଜନକ ଜଣା ପଡୁଥିବାରୁ ଆମେ ଏହାର ଅନୁସନ୍ଧାନ କରିଲୁ। ପୋଷ୍ଟ ଏବଂ ଦାବି ଭିଡିଓକୁ ଆପଣ ନିମ୍ନରେ ଥିବା ଲିଙ୍କ୍ କ୍ଲିକ୍ କରି ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ରାହୁଲ ଗାନ୍ଧୀ ସତରେ ଏପରି କହିଛନ୍ତି? ଏହା ଜାଣିବା ପାଇଁ ଆମେ ମୂଳ ଭିଡିଓ ସର୍ଚ କରି ତାକୁ ସୁଣିଲୁ। ରାହୁଲ ଗାନ୍ଧୀ ଗତ ବର୍ଷ ୫ ଫେବ୍ରୁଆରିରେ ଏହି ଭାଷଣ ଦିଲ୍ଲୀର କୋଣ୍ଡଳୀ ଅଞ୍ଚଳର ଦେଇଥିଲେ। କଂଗ୍ରେସ ପାର୍ଟିର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ପୁରା ଭିଡିଓ ଦେଖିଲା ପରେ ଆମେ ଜାଣିଲୁ ଯେ ରାହୁଲ ଗାନ୍ଧୀ ନିଜ ଭାଷଣରେ ଉତ୍କାଶ୍ରପକ୍ଷୀଙ୍କ ବେରୋଜଗାରି ପାଇଁ ମୋଦୀ ଏବଂ ବିଜେପିକୁ ଅଭିଯୋଗ କରି ନାହାନ୍ତି। ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ଭାଇରାଲ ଭିଡିଓରେ ତିନୋଟି ବାକ୍ୟ ଅଛି:
୧) ମତେ ଗୋଟିଏ କଥା ବୁଝାନ୍ତୁ, ଏହି ଉତ୍କାଶ୍ରପକ୍ଷୀ କ’ଣ, ଏଠାରେ କାହିଁକି ଉଡୁଛି?ଏହି ଉତ୍କାଶ୍ରପକ୍ଷୀ ଗୁଡିକ ଏଠାରେ କ’ଣ କରୁଛନ୍ତି? କେହି କହି ପାରିବେ? ଏହି ଉତ୍କାଶ୍ରପକ୍ଷୀ ମାନେ ଏଠାରେ ବୁଲୁଛନ୍ତି, ସେମାନେ ଏଠାରେ କାହିଁକି ବୁଲୁଛନ୍ତି?
୨) ଗତ ୫ ବର୍ଷରୁ ତାଙ୍କୁ ରୋଜଗାର ମିଳୁ ନାହିଁ।
୩) ଏହାର କାରଣ ହେଉଛି ନରେନ୍ଦ୍ର ମୋଦୀ ଏବଂ ଆରଏସଏସ।
ଭାଇରାଲ ଭିଡିଓର ଥିବା ଏହି ତିନୋଟି ବାକ୍ୟର ଆମେ ପୃଥକ ଭାବରେ ଅନୁସନ୍ଧାନ କରିଲୁ।
ବାକ୍ୟ ୧:
ମୂଳ ଭିଡିଓର ୯.୩୭ ମିନିଟରୁ ରାହୁଲ ଗାନ୍ଧୀ ଆକାଶରେ ଉଡୁଥିବା ପକ୍ଷୀ ମାନଙ୍କୁ ସୁଚାଇ କହିଛନ୍ତି: ମତେ ଗୋଟିଏ କଥା ବୁଝାନ୍ତୁ, ଏହି ଉତ୍କାଶ୍ରପକ୍ଷୀ କ’ଣ, ଏଠାରେ କାହିଁକି ଉଡୁଛି?ଏହି ଉତ୍କାଶ୍ରପକ୍ଷୀ ଗୁଡିକ ଏଠାରେ କ’ଣ କରୁଛନ୍ତି? କେହି କହି ପାରିବେ? ଏହି ଉତ୍କାଶ୍ରପକ୍ଷୀ ମାନେ ଏଠାରେ ବୁଲୁଛନ୍ତି, ସେମାନେ ଏଠାରେ କାହିଁକି ବୁଲୁଛନ୍ତି? ଆଖ ପାଖରେ ଯାଉ ମଇଳା ପଡିଛି ସେମାନେ ସେଠାରେ ଉଡୁଛନ୍ତି। ଏଠାରେ ଯାଉ ମାଇଲା ଜମିଛି ତାହାକୁ ସଫା କରିବା ପାଇଁ କେତେ ଟଙ୍କା ଖରଚ ହେବ ଆପଣଙ୍କୁ କ’ଣ ଲାଗୁଛି ଆପଣ ବତାନ୍ତୁ – ୫ କୋଟି ଟଙ୍କା, ୧୦ କୋଟି ଟଙ୍କା? ଚାଲୁନ୍ତୁ ମାନି ନେବା ୫୦ କୋଟି ଟଙ୍କା ଲାଗିଯିବ। ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ଭାରତର ଅନେକ ଅମିର ଲୋକଙ୍କ ୧ ଲକ୍ଷ ୩୦ କୋଟି ଟଙ୍କାର କର ଛାଡ କରିଛନ୍ତି।
ତଥ୍ୟ: ରାହୁଲ ଗାନ୍ଧୀ କହିଥିଲେ ଯେ ଅଞ୍ଚଳରେ ମଇଳା ଯୋଗୁଁ ପକ୍ଷୀମାନେ ଆକାଶରେ ଉଡୁଛନ୍ତି।
_______________________________________________________________________________
ବାକ୍ୟ ୨:
ମୂଳ ଭିଡିଓର ୩.୦୧ ମିନିଟରୁ ରାହୁଲ ଗାନ୍ଧୀ କହିଥିଲେ:
ଯୁବକମାନେ ଏହା ବୁଝନ୍ତି ନାହିଁ, ଏତେ ବର୍ଷ ଧରି ସେ ବିଦ୍ୟାଳୟରେ, କଲେଜରେ, ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରୀକ୍ଷା ଦେଇଥିଲେ। କିନ୍ତୁ ସେମାନଙ୍କୁ ଗତ ୫ ବର୍ଷ ହେଲା ରୋଜଗାର ମିଳି ନାହିଁ। କୌଣସି ଦେଶରେ ଯଦି ଯୁବକ ଏବଂ ନୂତନ ପିଢୀ ରାସ୍ତା ନଦେଖି ପାରନ୍ତି ତେବେ ତାଙ୍କ ହୃଦୟରେ କ୍ରୋଧ ସୃଷ୍ଟି ହୋଇଥାଏ। ସେହି କ୍ରୋଧର ଲାଭ ନରେନ୍ଦ୍ର ମୋଦୀଜି ଉଠଉଛନ୍ତି। କିନ୍ତୁ କ୍ରୋଧର ମୁଖ୍ୟ କାରଣ ବେରୋଜଗାରି ଅଟେ।
ତଥ୍ୟ: ରାହୁଲ ଗାନ୍ଧୀ ଯୁବକଙ୍କ ମଧ୍ୟରେ ବେକାରି ବା ବେରୋଜଗାରି ବିଷୟରେ କହିଛନ୍ତି।
_______________________________________________________________________________
ବାକ୍ୟ ୩:
ମୂଳ ଭିଡିଓର ୧ ଇନିଟ ରୁ ରାହୁଲ ଗାନ୍ଧୀ କହିଥିଲେ:
ଆପଣ ନିଶ୍ଚୟ ଦେଖି ଥିବେ ଯେ ଗତ କିଛି ବର୍ଷ ମଧ୍ୟରେ ଭାରତର ପରିବେଶ ସମ୍ପୂର୍ଣ ଖରାପ ହୋଇଯାଇଛି। ସମସ୍ତେ ଜାଣିଛନ୍ତି ନା କି ପରିବେଶ ଖରବ ହେଇ ଯାଇଛି? ବହୁତ ଲୋକେ କହିବେ କି ଏହାର କାରଣ ନରେନ୍ଦ୍ର ମୋଦୀ ଅଟନ୍ତି, ଆରଏସଏସ କିମ୍ବା ବିଜେପି ଅଟେ। କିନ୍ତୁ ମୁଁ ଏଠାରେ ଟିକେ ପରିବର୍ତନ କରିବାକୁ ଚାହୁଁଛି, ଏହାର ସବୁଠାରୁ ବଡ କାରଣ ହେଉଛି ଭାରତର ଲୋକମାନେ, ବିଶେଷ କରି ଆମର ଯୁବକ ମାନେ ରାସ୍ତା ଦେଖି ପାରୁ ନାହାନ୍ତି।
ଅର୍ଥ: ରାହୁକ ଗାନ୍ଧୀ କହିଥିଲେ ଯେ ଦେଶର ଅବସ୍ଥା ଖରାପ ହେବା ପାଇଁ ମୋଦୀ, ଆରଏସଏସ ଏବଂ ବିଜେପି ଦାୟୀ
ଆପଣ ମାନେ ନିମ୍ନରେ ରାହୁଲ ଗାନ୍ଧୀଙ୍କର ଭାଷଣ ପାଢୀ ପାରିବେ।

ନିମ୍ନରେ ଆପଣ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଅଛି। ଅସଲି ଭିଡିଓରେ ରାହୁଲ ଗାନ୍ଧୀ ଚିଲର ତୁଳନା ମୋଦୀ ସରକାର ଦ୍ଵାରା ଅମିର ବ୍ୟବସାୟୀଙ୍କ ରୁଣ ଛାଡ କରିବା ସହିତ ତୁଳନା କରିଛନ୍ତି।

Title:କ’ଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଚିଲ ମାନଙ୍କ ମଧ୍ୟରେ ବେରୋଜଗାରି ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
