
ସୋସିଆଲ ମିଡିଆରେ ଗୋଟିଏ କୋଳାଜ୍ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କୁ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଗୋଟିଏ ମହିଳା ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ତୁଳନା ବୋଲିୱୁଡ୍ ସିନେମା ‘ଓ ମାଈ ଗଡ୍’ ସହିତ ତୁଳନା କରା ଯାଇଅଛି। ଏହି ପୋଷ୍ଟରେ ଦାବି କରି କୁହା ଯାଇଅଛି ଯେ ବେଳେ ବେଳେ ଚଳଚିତ୍ର କ୍ୟାରେକ୍ଟର ସତ୍ୟରେ ପରିଣତ ହୋଇଥାଏ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୯ ଫେବ୍ରୁଆରିରେ ଜଣେ ଫେସବୁକ ୟୁଜର ଯୋଗୀ ଆଦିତ୍ୟନାଥ ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “କେବେ କେବେ ରୂପେଲି ପରଦାର କ୍ୟାରେକ୍ଟର ଅସଲ ପରଦା ସହ ଜାଣତାରେ ହେଉ ବା ଅଜାଣତାରେ ହେଉ ସତ୍ଯରେ ପରିଣତ ହୋଇଥାଏ; ତାହା “ନାୟକ” ଚଳଚ୍ଚିତ୍ରର ନରେନ୍ଦ୍ର ମୋଦୀ ହେଉ କି “ଓ ମାଇ ଗଡ” ଚଳଚ୍ଚିତ୍ରର ଯୋଗୀ ଆଦିତ୍ୟନାଥ ହେଉ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଯୋଗୀ ଆଦିତ୍ୟନାଥ ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ମାର୍ଚ ୨୦୧୮ ମସିହାରେ ୱାନ୍ ଇଣ୍ଡିଆ ପତ୍ରିକାରେ ଏହି ପରି ଗୋଟିଏ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ଶ୍ରୀ ଶ୍ରୀ ରବି ଶଙ୍କର ତାଙ୍କ ଶିଷ୍ୟ ମାନଙ୍କ ସହିତ ବାରାନାସି ଏବଂ ଲକ୍ଷ୍ନୋ ମଧ୍ୟରେ ଭାରତ ରେଳପଥରେ ଯାତ୍ରା କରି ଥିଲେ। ରହି ଯାତ୍ରାକୁ ଅନୁଗ୍ରହ ଯାତ୍ରା ନାମ ଦିଆ ଯାଇଥିଲା। ୨୭ ଫେବ୍ରୁଆରିରେ ରବି ଶଙ୍କର ଏବଂ ତାଙ୍କ ଶିଷ୍ୟ ମାନେ ଗୋରଖପୁର ମଠ ମଧ୍ୟ ପରିଦର୍ଶନ କରିଥିଲେ। ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିଶଙ୍କରଙ୍କ ସହିତ ସାକ୍ଷାତ କରିଥିଲେ।

ଏହା ପରେ ଆମେ ୱାନ୍ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ଫୋଟୋର ତୁଳନା ଭାଇରାଲ ହେଉଥିବା ଫୋଟୋ ସହିତ କରିଲୁ। ତୁଳନା କରିଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଅସଲି ଫୋଟୋରେ ଲାଲ ଶାଢୀ ପିନ୍ଧିଥିବା ମହିଳା ଚିଡ଼ା ହୋଇ ନାହାନ୍ତି। ଏହା ବାବଦ ଯୋଗୀ ଆଦିତ୍ୟନାଥଙ୍କ ପଛରେ ଚିଡ଼ା ହେଇଥିବା ବ୍ୟକ୍ତି ମହିଳା ଜଣକ ପଚାଡ଼େ ମଧ୍ୟ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି।

ଏହା ପରେ ଆମେ ସେହି ମହିଳାଙ୍କ ଫୋଟୋ କ୍ରପ୍ କରି ତାହାର ଗୁଗୁଲ ରିହର୍ଷ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଶେଫାଳି ଭଇଦ୍ୟ ନାମକ ଗୋଟିଏ ଫେସବୁକ ପ୍ରୋଫାଇଲ ମିଳିଲା। ଏହି ଫେସବୁକ ପ୍ରୋଫାଇଲର ଫୋଟୋ ସର୍ଚ କରିଲା ପରେ ଆମକୁ ସମାନ ମହିଳା ଲାଲ ଶାଢୀ ପିନ୍ଧିଥିବାର ଫୋଟୋ ମିଳିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ କମ୍ପ୍ୟୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏଡିଟ୍ କରା ଯାଇ ସେହି ମହିଳାଙ୍କ ଫୋଟୋ ଲଗା ଯାଇଅଛି। ଅସଲି ଫୋଟୋରେ ଯୋଗୀ ଆଦିତ୍ୟନାଥ ଏବଂ ରବି ଶଙ୍କର କୌଣସି ମହିଳା ସହିତ ଛିଡ଼ା ହୋଇ ନାହାନ୍ତି।
Title:କ’ଣ ‘ଓ ମାଈ ଗଡ୍’ ଚଳଚିତ୍ର ପରି ଯୋଗୀ ଆଦିତ୍ୟନାଥ ଜଣେ ମହିଳାଙ୍କ ସହିତ ଏହି ଫୋଟୋରେ ଅଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

