କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ହାତ ଜୁଆଡ଼ି ପ୍ରଣାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

Political Satire

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଫୋଟୋ ଯେଉଁଥିରେ ସେ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ହାତ ଜୁଆଡ଼ି ପ୍ରଣାମ କରୁ ଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୨ ନଭେମ୍ବରରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ନରେନ୍ଦ୍ର ମୋଦୀଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ସେ ଗୋଟିଏ ହାତ ଜୁଆଡ଼ି ପ୍ରଣାମ କରୁଛନ୍ତି। “***”

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ରିଭର୍ସ୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ୨୮ ମେରେ ହେଡ୍ଲାଇନ୍ ଇଙ୍ଗ୍ଲିଶ ନାମକ ପତ୍ରିକାରେ ଏହି ଫୋଟୋ ଦେଖିବାକୁ ମିଳିଛି। କିନ୍ତୁ ଫୋଟୋରେ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ନୁହେଁ, ସ୍ଵାଧୀନତା ସଂଗ୍ରାମୀ ସାଭାରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। 

HE.jpg

Headline English | Archive

ତଳେ ଆମ ମାଧ୍ୟମରୁ ନକଲି ଏବଂ ଅସଲି ଫୋଟୋର ତୁଳନା ଦେଖି ପାରିବେ। 

compare.png

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଅସଲି ଫୋଟୋକୁ କମ୍ପୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଅଛି। ଅସଲି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୀର ସାଭାରକରଙ୍କ ଫୋଟୋକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

Avatar

Title:କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ହାତ ଜୁଆଡ଼ି ପ୍ରଣାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Satire

Leave a Reply

Your email address will not be published. Required fields are marked *