
ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି ଯେ ସେ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ଏବଂ ରହିବାକୁ ଦେବେନି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି କହୁଥିବା ଏକ ସନ୍ଦେହଜନକ ଘଟଣା ଅଟେ। ଶେଠୀ ପାଇଁ ଆମେ ଅନୁସନ୍ଧାନ କରି ଏହି ଭିଡିଓ ବିଷୟରେ ତଥ୍ୟ ଏକତ୍ର କରିଲୁ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଛି ଏହି ପୋଷ୍ଟରେ?
୧୦ ଜାନୁଆରୀରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, “ରାଜ୍ୟ ବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କଣ କହିବାକୁ ଚାହୁଁ ଛନ୍ତି? ମୁଁ କେବେବି ରାଜ୍ୟ ବାସୀଙ୍କୁ ଭଲ ରେ ଖାଇବାକୁ ନା ରହିବାକୁ ଦେବିନି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓକୁ ସର୍ଚ କରିଲୁ। ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୭ ଜାନୁଆରୀ ୨୦୨୨ ରେ ଏକ ଭିଡିଓ କଳିଙ୍ଗ ଟିଭିର ଅଫିସିଆଲ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ବିଜୁ ପକା ଘର ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ଧନରାଶି ଦେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଧନରାଶି ଲୋକଙ୍କ ବ୍ଯାଙ୍କ ଖାତାରେ ଜମା କରା ଯାଇଛି। ଏହା ଆଢ୍ୟ କୁହା ଯାଇଛି ଯେ କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ସାହାଯ୍ୟତା ମିଳିବ। ଏହି ଭିଡିଓର ୪୩ ସେକେଣ୍ଡ ସମୟରୁ ନେଇ ୪ ମିନିଟ ପର୍ଯ୍ୟନ୍ତ ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସୂନୀ ପାରିବେ।
ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓକୁ ଏଡିଟ୍ କରି ବ୍ୟଙ୍ଗାତ୍ମକ ଭାବରେ ଭାଇରାଲ କରା ଯାଉଛି। ଅସଲି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକା ଘର ଯୋଜନା ଅନ୍ତର୍ଗତ ୩୦୦୦ ଟଙ୍କା ବ୍ଯାଙ୍କ ଖାତାରେ ଦେବା ବିଷୟରେ କହୁଛନ୍ତି।

Title:କ’ଣ ଭାଇରାଲ ଭିଡିଓରେ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ନା ରହିବାକୁଦେବେନି ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
