
ଲଖ୍ମିପୁର ଖେରୀ ପରିଦର୍ଶନ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଅଟକ ରଖିଥିଲା। ଏହି ଘଟଣା ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ଏହି ଘଟଣା ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହହେବାକୁ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରିୟଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟିର ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଛନ୍ତି। ଭିଡିଓ ଭାଇରାଲ କରି ପରିହାସ ରୂପେ ଦାବି କରା ଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ହାତ ସଫା କରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ହାଇରାଲ ଭିଡିଓକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସସନ୍ଧାନରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଜଣେ ସାମ୍ବାଦିକ ନରେନ୍ଦ୍ରନାଥ ମିଶ୍ରଙ୍କ ଟୁଇଟର ହେଣ୍ଡେଲରେ ସମାନ ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓରେ ଯଦିଓ ପ୍ରିୟଙ୍କା ଗାନ୍ଧୀ ରୁମ୍ ଝାଡୁ ମାରୁଛନ୍ତି କିନ୍ତୁ ସେଠାରେ କଂଗ୍ରେସ ପାର୍ଟି ଲୋଗୋ ଥିବା ରଙ୍ଗୋଲି ନଥିଲା।
ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୪ ଅକ୍ଟୋବରରେ ଇଣ୍ଡିଆ ଟୁଡେ ୱେବସାଇଟରେ ଏହି ଭିଡିଓ ସମ୍ବନ୍ଧିତ ସୂଚନା ମିଳିଲା। ୱେବସାଇଟ ଅନୁଯାୟୀ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲଖ୍ମିପୁର ଯାଉଥିବା ସମୟରେ ସୀତାପୁର ଅଞ୍ଚଳରେ ପୋଲିସ ଦ୍ଵାରା ଅଟକାଇବା ପରେ ଏକ ପାନ୍ଥଶାଲରେ ଝାଡୁ ମାରୁଛନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଲୋଗୋର ରଙ୍ଗୋଲିକୁ ଝାଡୁ ମାରୁଥିବା ଦାବି ମିଥ୍ୟା ଅଟେ। ଅସଲି ଭିଡିଓ ସହିତ ଛେଡଛାଡ କରା ଯାଇଛି।
Title:କ’ଣ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାର୍ଟି ଲୋଗୋର ରଙ୍ଗୋଲିକୁ ଝାଡୁ ମାରୁଛନ୍ତି?
Fact Check By: Siddharth SahuResult: False


