ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

Political Satire

ଆଯ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ଦେଖିପାରିବା କିନ୍ତୁ ଭିଡିଓରେ ଏପରି ଜଣା ପଡୁଛି ଯେ ସେ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଭାବରେ ସେୟାର କରା ଯାଉଛି। କିନ୍ତୁ କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଦ୍ଵନ୍ଦ୍ଵରେ ପଡ଼ି  ଉତ୍ତର ଗୁଡିକୁ ଭୁଲି ଯାଇଥିଲେ? 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଭିଡିଓକୁ ଏକ ରାଜନୈତିକ ବ୍ୟଙ୍ଗାତ୍ମକ ଭିଡିଓ ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର? 

୨୦ ଡିସେମ୍ବରରେ ବିଭୁତି ଭୂଷଣ କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ସେୟାର କରି କହିଛନ୍ତି ଯେ “କୁହା ଯାଏ ଯେ….. ସକାଳେ ଉଠିଲା ପରେ ଯଦି ହସନ୍ତୀ ତାହାଲେ ବାକି ଦିନ ଖୁସିରେ ବିତେ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନଏ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୩ ଅଗଷ୍ଟ ୨୦୧୪ ମସିହାରେ ଆଜ ତକର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଭିଡିଓ ଅଟେ। ଭିଡିଓ ଦେଖିଲା ପରେ ଆମକୁ କୌଣସି ସ୍ଥାନରେ ଏପରି ଜଣା ପଡିଲା ନାହିଁ ଯେ ରାହୁଲ ଗାନ୍ଧୀ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। 

ଅସଲି ଭିଡିଓରେ ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ସମସ୍ୟା ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ନିର୍ବାଚନ, ଦେଶର ଉନତ୍ତି, ମୋଦୀ ସରକାରର ଯୋଜନା ବିଫଳ ହେବା, କୃଷକ ସମସ୍ୟା ଇତିୟାଦୀ ବିଷୟରେ ସେ କହିଛନ୍ତି। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

ଏହା ପରେ ଆମେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓର ତୁଳନା କରିଲୁ ଯାହା ଆପଣ ମାନେ ନିମ୍ନରେ ଥିବା ଲିଙ୍କ୍ ରେ କ୍ଲିକ୍ କରି ଦେଖି ପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଇଟ ହେଲା ଯେ ଆଜ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କର ଏକ ସାକ୍ଷାତକାରର ଭିଡିଓକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି।

Avatar

Title:ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Satire

Leave a Reply

Your email address will not be published. Required fields are marked *