
ଦୈନିକ ଭାସ୍କର ପତ୍ରିକା ନାମରେ ଏକ ହୋରଡିଙ୍ଗର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ କୁହା ଯାଇଅଛି- “ଆଶ୍ରମର ମହନ୍ତ ନା ଫେକୁ ସାଧୁ, ବର୍ତ୍ତମାନ କେବଳ ସତ୍ୟ କାମ କରିବା, ୟୁପିର ଖବର ଲୁଚେଇ ହେବ ନାହିଁ କିମ୍ବା ବନ୍ଦ ହେବ ନାହିଁ।” ଏହି ପୋଷ୍ଟକୁ ଶେୟାର କରା ଯାଉଅଛି ଏବଂ ଦାବି କରା ଯାଉଅଛି ଯେ ଏହି ହୋରଡିଙ୍ଗ ଉତ୍ତରପ୍ରଦେଶର ଦୈନିକ ଭାସ୍କର ଦ୍ଵାରା ନିର୍ମାଣ କରା ଯାଇଅଛି।
ଫ୍ୟାକ୍ଟ କ୍ରିଷେଣ୍ଡୋର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣ ହୋଇଛି। କାରଣ, ପୋଷ୍ଟ ସହିତ ଅଂଶୀଦାର ହୋଇଥିବା ସୂଚନା ସମ୍ପୂର୍ଣ ଭୁଲ ଅଟେ। ଦୈନିକ ଭାସ୍କର ଗ୍ରୁପ୍ ଦ୍ଵାରା ସେପରି କୌଣସି ହୋରଡିଙ୍ଗ ନିର୍ମାଣ କରାଯାଇ ନାହିଁ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ନ୍ୟୁଜ ନେସନ୍ ୱେବସାଇଟରେ ଏକ ରିପୋର୍ଟ ପାଇଲୁ ଯେଉଁଥିରେ ମୂଳ ଫୋଟୋ ପ୍ରକାଶିତ ହୋଇଥିଲା। ଏହି ୱେବସାଇଟ ଅନୁଯାୟୀ ଏହି ଫୋଟୋ ଦିଲ୍ଲୀର ପାଶିମ ବିହାର ଅଞ୍ଚଳର ଏକ ହୋରଡିଙ୍ଗ ଅଟେ। ୨୦୨୦ ଦିଲ୍ଲୀ ବିଧାନସଭା ଇର୍ବାଚନର ଏକ ମାସ ପୂର୍ବରୁ ଦୀପକ ମଦନ ନାମକ ଜଣେ ବ୍ୟକ୍ତି ଏହି ହୋରଡିଙ୍ଗ ନିର୍ମାଣ କରିଥିଲେ। ଏହି ଫୋଟୋ ଜାନୁଆରୀ ୪, ୨୦୨୦ ରେ ୱେବସାଇଟରେ ପ୍ରକାଶିତ ହୋଇଥିଲା।

ଆମର ଅନୁସନ୍ଧାନ ମଜବୁତ କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜୁରାତି ଦଳ ଅହମ୍ମଦାବାଦର ଭାସ୍କର କାର୍ଜ୍ଯାଲୟ ସହିତ ଯୋଗାଯୋଗ କରିଲା। ସେଠାରୁ ଆମକୁ ସୂଚନା ମିଳିଲା ଯେ ୨୦୧୭ ମସିହାରେ, ଦୈନିକ ଭାସ୍କର ୱେବସାଇଟର ବିଜ୍ଞାପନ ଦେବା ପାଇଁ ୟୁପିର ଅନେକ ସ୍ଥାନରେ ହୋର୍ଡିଙ୍ଗ ରଖିଥିଲା। ହୋର୍ଡିଙ୍ଗରେ ଲେଖା ଯାଇଥିଲା, “ନା ମାୟାର ଜାଲ, ନା ୟୁପିରେ ଅଖିଲେଶଙ୍କ ଦୁଖ, ସମ୍ବାଦକୁ ଦମନ କରା ଜୀବ ନାହିଁ କିମ୍ବା ବନ୍ଦ ହେବ ନାହିଁ। ଭାଇରାଲ ଫୋଟୋରେ ଥିବା ମୂଳ ଫୋଟୋ ଉପରେ ଥିବା ଲାଇନକୁ ହଟାଇ ଦିଆ ଯାଇଅଛି।” ୨୦୧୭ ରେ ନିର୍ମିତ ହୋର୍ଡିଙ୍ଗ ମଧ୍ୟରୁ ଗୋଟିଏ ଫୋଟୋ ଦୈନିକ ଭାସ୍କର ଅଫିସ ଆମକୁ ପଠାଇଲେ ଯାହାକୁ ଆପଣ ନିମ୍ନରେ ଦେଖି ପାରିବେ।

ଶେଷକଥା:
ଆମର ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ମିଥ୍ୟା ପ୍ରମାଣ ହେଲା। ପୋଷ୍ଟ ସହିତ ଅଂଶୀଦାର ହୋଇଥିବା ସୂଚନା ସମ୍ପୂର୍ଣ ଭୁଲ ଅଟେ। ଭାସ୍କର ଗ୍ରୁପ୍ ଦ୍ଵାରା ସେପରି କୌଣସି ହୋର୍ଡିଙ୍ଗ ନିର୍ମାଣ କରା ଯାଇ ନାହିଁ।
