
ଗୁଡ୍ ମର୍ନିଙ୍ଗ ମେସେଜ ଉପରେ ୧୮% ଜିଏସଟି ଶୀର୍ଷକ ଥିବା ଏକ ଖବରକାଗଜର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଖବରରେ ଲେଖା ଯାଇଅଛି ଯେ ଲୋକେ ୱ୍ହାଟ୍ସଅପ, ମେସେଞ୍ଜର ମାଧ୍ୟମରେ ଯେତେ ଗୁଡ୍ ମର୍ନିଙ୍ଗ ମେସେଜ ଷେଣ୍ଡ କରିବେ ସେଇଟାର ହିସାବ ରକ୍ଷା ଯିବ ଏବଂ ଏହି ପରି ମେସେଜ ଉପରେ ବର୍ତ୍ତମାନ ୧୮% ଜିଏସଟି ଲାଗୁ ହେବ। ଏହି କଥା ମୋବାଇଲ ସଂଚାର ମନ୍ତରାଳୟ ସଚିବ ଲେଖପାଳ କହିଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ସର୍ଚ କରିଲୁ ଯେ ସରକାର କେଉଁ କେଉଁ ସେବା ଉପରେ ଜିଏସଟି ଲାଗୁ କରି ଥାଏ। ସର୍ଚ କରିଲା ପରେ ଆମକୁ ଗୋଟିଏ ସରକାରୀ ୱେବସାଇଟରେ ସରକାର ଦ୍ଵାରା ଜିଏସଟି ଲାଗୁ ହେଇଥିବା ସମସ୍ତ ସେବାର ଲିଷ୍ଟ ମିଳିଲା। ଏହି ୱେବସାଇଟରେ ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ କେଉଁ ସେବା ଉପରେ ୫% ଜିଏସଟି ଏବଂ ୧୮% ଜିଏସଟି ଲାଗି ଥାଏ।
ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ନବଭାରତ ଟାଇମ୍ସରେ ଏହି ଅନୁଛେଦ ସର୍ଚ କରିଲୁ। ତଳେ ଏହି ଅନୁଛେଦ ପ୍ରକାଶିତ ହେଇଥିବା ଦେଖି ପାରିବେ।

ଏହି ବିଷୟରେ ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୩ ବର୍ଷ ପୁର୍ବରୁ ଦୈନିକ ଭାସ୍କର ପତ୍ରିକାର ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ ଏହି ଭାଇରାଲ ଖବର ମିଥ୍ୟା ଅଟେ। ହୋଲି ସମୟରେ ନବଭାରତ ଟାଇମ୍ସ ପତ୍ରିକାରେ ଏହି ଖବର ପ୍ରକାଶିତ ହେଇଥିଲା କିନ୍ତୁ ଏହି ଖବର ତଳେ “ବୁରା ନା ମାନୋ ହୋଲି ହେ” ବୋଲି ଲେଖା ଯାଇଥିଲା। ହୋଲି ସମୟରେ ମଜା ପାଇଁ ପ୍ରକାଶିତ କରା ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ କରାଥିବା ଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଏହି ଖବର ଗତ କିଛି ବର୍ଷ ଧରି ଇଣ୍ଟର୍ନେଟ୍ ରେ ଭାଇରାଲ ହେଉଛି। ସରକାର ଦ୍ଵାରା ଗୁଡ୍ ମରନିଙ୍ଗ ମେସେଜ ଉପରେ ଜିଏସଟି ଲାଗୁ କରିବାର କୌଣସି ଆଇନ ବନା ଯାଇ ନାହିଁ।

Title:କ’ଣ ବର୍ତ୍ତମାନ ଗୁଡ୍ ମର୍ନିଙ୍ଗ ମେସେଜ ପଠାଇବା ଉପରେ ସରକାର ୧୮% ଜିଏସଟି ଲାଗୁ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Satire