
୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ବିଜୁ ଜନତା ଦଳ ନାମରେ ପଞ୍ଜୀକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ନାହିଁ ଆଉ ଏହି ଗାଡ଼ି ନିଜେ ମୁଖ୍ୟମନ୍ତ୍ରୀ ବ୍ୟବହାର କରନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଏହିଇ ଦାବିକୁ ମିଠା ବୋଲି ପାଇଲା। ତଳେ ଏହି ପୋଷ୍ଟକୁ ଦେଖନ୍ତୁ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାରତ ସରକାରର ର ସଡ଼କ ଏବଂ ପରିବହନ ରାଜପଥ ମନ୍ତରାଳୟ ୱେବସାଇଟରେ ଯାଇ ପୋଷ୍ଟରେ ଦିଆ ଯାଇଥିବା ଗାଡ଼ି ନମ୍ବରକୁ ଚେକ୍ କରିଲୁ। ଚେକ୍ କରିଲା ପରେ ଆମକୁ ଏହି ଗାଡ଼ି ଜଡ଼ିତ କିଛି ତଥ୍ୟ ଜାଣିବାକୁ ମିଳିଲା। ସରକାରୀ ୱେବସାଇଟ ଅନୁଯାୟୀ ଏହି ଗାଡ଼ି ବିଜୁ ଜନତା ଦଳ ନାମରେ ପଞ୍ଜୀକରଣ କରା ଯାଇଅଛି ଏବଂ ଏହା ଗୋଟିଏ ଇନୋଭା କାର ଅଟେ। ଏହା ପରେ ଆମେ ଦେଖିବାକୁ ପାଇଲୁ ଯେ ଏହି ଗାଡ଼ିର ଇନ୍ସ୍ୟୁରାନ୍ସ ୨୦୨୧ ମସିହା ତକ ବୈଧ ଅଛି।
ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଗାଡ଼ିର ଇନ୍ସ୍ୟୁରାନ୍ସ ୨୦୧୯ ମସିହାରୁ ସେଶ ହେଇଯାଇଥିବା କଥା ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

ଏହା ପରେ ଆମେ କଟକ ପରିବହନ ଏଡିସନାଲ କମିଶ୍ନର ମନୋରଞ୍ଜନ ଲୋଧାଙ୍କ ସହିତ ଫୋନରେ କଥା ହେଳୁ। ମନୋରଞ୍ଜନ ଲୋଦ୍ଧାଙ୍କୁ ଦାବି କରା ଯାଇଥିବା ଗାଡ଼ି ନମ୍ବର ଯୋଗାଇଲୁ। ଏହା ପରେ ସେ ମଧ୍ୟ ଆମକୁ ସୂଚନା ଦେଲେ ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। କଟକ ଆରଟିଓ ପାଖରେ ଥିବା ରେକର୍ଡ ଅନୁଯାୟୀ ଗାଡ଼ିର ଇନ୍ସ୍ୟୁରାନ୍ସ ସେଶ ହେଇ ନାହିଁ। ଗାଡ଼ିର ଇନ୍ସ୍ୟୁରାନ୍ସ ଠିକ ସମୟରେ ନବୀକରଣ କରା ଯାଇଅଛି ଏବଂ ଏହା ୨୦୨୧ ମସିହା ତକ ବୈଧ ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ବିଜେଡି ଦଳର କାର ର ଇନ୍ସ୍ୟୁରାନ୍ସ ସେଶ ହେଇ ଯାଇଥିବା କଥା ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ପରିବହନ ଏଡିସନାଲ ସ୍ପଷ୍ଟ କରିଛନ୍ତି ଯେ ଗାଡ଼ିର ଇନ୍ସ୍ୟୁରାନ୍ସ ୨୦୨୧ ମସିହା ତକ ବୈଧ ଅଟେ।

Title:କ’ଣ ବିଜୁ ଜନତା ଦଳ ନାମରେ ପଞ୍ଜିକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ସେଶ ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False