
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ବସ୍ ଉଲଟି ଯିବାର ଫୋଟୋ ଭାଇରାଲ ହେଉଛି। ଏହା ଛଡ଼ା ଜଣେ ଯବାନଙ୍କ ଆହତ ହେଇଥିବା ଫୋଟୋ ମଧ୍ୟ ଭାଇରାଲ ହେଉଛି। ଏହି ଫୋଟୋରେ ଦୁର୍ଘଟଣା ସ୍ଥଳରେ ବସ୍ ପାଖା ପାଖି ଅନେକ ସୈନ୍ୟ ଯବାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୬ ଜୁନରେ ଓଡ଼ିଶା ନ୍ୟୁଜ ନାମକ ଫେସବୁକ ପେଜରେ ପୋଷ୍ଟ ହେଇଥିବା ଫୋଟୋରେ ଦାବି କରା ଯାଇଅଛି ଯେ ବିହାର ନିର୍ବାଚନ ପାଇଁ ଯାଉଥିବା ବିଏସଏଫ ଯବାନ ଯବାନ ମାନଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହେଇଥିବାରୁ ୯ ଜଣ ଯବାନ ଶହିଦ ହେଇଛନ୍ତି ଏବଂ ଅନ୍ୟ ସମସ୍ତ ଯବାନ ଆହତ ହେଇଛନ୍ତି।

ଆମ ଅନୁସନ୍ଧାନ:
ପୋଷ୍ଟ କରା ଯାଇଥିବା ଫୋଟୋରେ ବସ୍ ନାମ ଏବଂ ଫୋନ ନମ୍ବର ଦେଖିବାକୁ ପାଇଲୁ। ଆମେ ସେହି ନମ୍ବରରେ ଫୋନ କରି ଅଞ୍ଜନ ରୋଡ଼ୱେଜ୍ ପରିବହନ କମ୍ପାନୀ ମାଲିକ ସହିତ କଥା ହେଳୁ। ଅଞ୍ଜନ ରୋଡ଼ୱେଜ୍ ମାଲିକଙ୍କ କହିବା ଅନୁୟାଯୀ “ବସ୍ ଭିତରେ ମାତ୍ର ୯ ଟି ଯବାନ ଥିଲେ ଓ ତାଙ୍କ ଶହିଦ ହେବା ଖବର ମିଥ୍ୟା ଅଟେ। ଏହି ଘଟଣା ଦରଭଙ୍ଗା ଅଞ୍ଚଳରେ ଥିବା ସୈନ୍ୟ ବ୍ୟାରକ ନିକଟରେ ଘଟିଛି। ଗାଡ଼ି ବ୍ୟାକ୍ କରୁଥିବା ସମୟରେ ଉଲଟି ପଡ଼ିଥିଲା। ଏହି ଘଟଣାରେ କାହାର ମୃତ୍ୟୁ ହେଇ ନାହିଁ। ଗାଡ଼ି ଭିତରେ ଥିବା ୯ ଯବାନ କେବଳ ଆହତ ହେଇଛନ୍ତି ଏବଂ ତାଙ୍କୁ ନିକଟ ହସ୍ପିଟାଲରେ ଦାଖଲ କରା ଯାଇଅଛି। ବ୍ୟାରାକ ନିକଟରେ ଘଟଣା ଘଟିଥିବାରୁ ଅନ୍ୟ ସୈନ୍ୟ ଏବଂ ଲୋକେଙ୍କୁ ଘଟଣା ସ୍ଥଳରେ ଦେଖିବାକୁ ମିଳିଛି।“
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ବିହାର ପଞ୍ଜାବ କେସରୀ ନାମକ ପତ୍ରିକାରେ ଏହି ବିଷୟରେ ପ୍ରକାଶିତ ହେଇଥିବା ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ନିର୍ବାଚନ ସ୍ଥଳକୁ ଯାଉଥିବା ସମୟରେ ମୁଜାଫରପୁର ଜିଲ୍ଲାରେ ଯବାନ ମାନଙ୍କ ବସ୍ ଉଲଟି ଯାଇଛି। ଏହି ଘଟଣାରେ ୪ ଟି ଲୋକଙ୍କ ସହିତ ୯ ଯବାନ ଏବଂ ଡ୍ରାଇଭର ଆହତ ହେଇଛନ୍ତି। ବିଏସଏଫ କମାଣ୍ଡର ବିଜଯ ବାହାଦୁରଙ୍କ କହିବା ଅନୁଯାୟୀ ରାସ୍ତାରେ ଭିଡ଼ ଥିବା କାରଣରୁ ବସ୍ ବ୍ୟାକ କରୁଥିବା ସମୟରେ ଦ୍ରାଭର ନିଜ ସନ୍ତୁଳନ ହରେଈ ଥିଲେ ଯାହା ଫଳରେ ଏହି ଦୁର୍ଘଟଣା ହେଇଛି।

ଏହି ବିଷୟରେ ଅନୁସନ୍ଧାନ କରିଲା ପରେ ଭାସ୍କର ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ଆହତ ହେଇଥିବା ସମସ୍ତ ଯବାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ଏହି ପତ୍ରିକାରେ ଆହତ ହେଇଥିବା ସମସ୍ତ ଯବାନଙ୍କ ନାମ ପ୍ରକାଶିତ କରା ଯାଇଅଛି କିନ୍ତୁ କୌଣସି ଯବାନଙ୍କ ଶହିଦ ହେବା ଖବର ପ୍ରକାଶିତ ହେଇଥିବା ମିଳିଲା ନାହିଁ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଘଟଣା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଘଟଣାରେ କେବଳ ୯ ଯବାନ ଆହତ ହେଇଛନ୍ତି ଏବଂ କୌଣସି ଯବାନନଅଙ୍କ ମୃତ୍ୟୁ ହେଇ ନାହିଁ।

Title:କ’ଣ ବିହାର ନିର୍ବାଚନ ପାଇଁ ଯାଉଥିବା ଗାଡ଼ି ଦୁର୍ଘଟଣାରେ ୯ ସେନା ଯବାନ ଶହିଦ ହେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False