
ପରବର୍ତ୍ତୀ ସମୟରେ ସରକାର ଦ୍ଵାରା ୱ୍ହାଟ୍ସଆପ୍ ପାଇଁ ନୂତନ ନିୟମ ଲାଗୁ କରିବା ବିଷୟ ସୋସିଆଲ ମିଡିଆରେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ସରକାର ସମସ୍ତ ୱ୍ହାଟ୍ସଆପ୍ ଚ୍ୟାଟ ପଢୀ ଏହାର ରେକର୍ଡ ରଖିବା। ଏହି ବିଷୟ କାରଣରୁ ସୋସିଆଲ ମିଡିଆରେ ୱ୍ହାଟ୍ସଆପ୍ ସମ୍ବନ୍ଧୀୟ ଏକ ପୁରୁଣା ବାର୍ତ୍ତା ପୁଣି ଭାଇରାଲ ହେବାକୁ ଲାଗିଛି।
ଏହି ଭାଇରାଲ ମେସେଜ୍ ରେ ୱ୍ହାଟ୍ସଆପ୍ ରେ ଦାବି କରା ଯାଇଅଛି ଯେ
- ✔ = ମେସେଜ୍ ପଠାଯାଇଛି
- ✔✔ = ମେସେଜ୍ ପହଞ୍ଚି ଯାଇଅଛି
- ଦୁଇଟି ନୀଳ ରଙ୍ଗ ✔✔ = ମେସେଜ୍ ପଢି ସାରିଛନ୍ତି
- ତିନଟି ନୀଳ ରଙ୍ଗ ✔✔✔ = ସରକାର ମେସେଜ୍ ଉପରେ ଧ୍ୟାନ ଦେଉଛନ୍ତି
- ଦୁଇଟି ନୀଳ ଏବଂ ଗୋଟିଏ ଲାଲ ରଙ୍ଗ ✔✔✔ = ସରକାର ଆପଣଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ କରି ପାରିବେ
- ଗୋଟିଏ ନୀଳ ରଙ୍ଗ ଏବଂ ଦୁଇଟି ଲାଲ ରଙ୍ଗ ✔✔✔ = ସରକାର ଆପଣଙ୍କର ମେସେଜ୍ ଯାଞ୍ଚ କାରୁଛନ୍ତି
- ତିନଟି ଲାଲ ରଙ୍ଗ ✔✔✔ = ସରକାର ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଏବଂ ଆପଣଙ୍କୁ ଶୀଘ୍ର ନ୍ୟାୟଳୟ ଡକାଇବେ

ଆମ ଅନୁସନ୍ଧାନ:
ସର୍ବପ୍ରଥମେ ଏହି ମେସେଜ୍ ରେ କୌଣସି ସତ୍ୟତା ଅଛି କି ନାହିଁ ଜାଣିବା ପାଇଁ ଆମେ ୱ୍ହାଟ୍ସଆପ୍ ଅଫିସିଆଲ ୱେବସାଇଟ ଯାଞ୍ଚ କରିଲୁ। ସେଠାର ଆମେ ବିଭିନ୍ନ ଟିକ୍ ମାର୍କର ଅର୍ଥ ଖୋଜିଲୁ। ୱେବସାଇଟ ଅନୁଯାୟୀ ୱ୍ହାଟ୍ସଆପ୍ ରେ କେବଳ ତିନି ପ୍ରକାରର ଟିକ୍ ମାର୍କ ଅଛି: ଏକ ଧୁସ ରଙ୍ଗର ଟିକ୍, ଦୁଇଟି ଧୁସ ରଙ୍ଗ ଟିକ୍ ଏବଂ ଦୁଇଟି ନୀଳ ରଙ୍ଗ ଟିକ୍। ଏହା ବ୍ୟତୀତ ୱ୍ହାଟ୍ସଆପ୍ ରେ କୌଣସି ଟିକ୍ ମାର୍କ ନାହିଁ। ୱ୍ହାଟ୍ସଆପ୍ ୱେବସାଇଟରେ ତିନଟି ଟିକ୍ ମାର୍କ କିମ୍ବା ଲାଲ ରଙ୍ଗ ଟିକ୍ ମାର୍କ ଥିବାର କୌଣସି ଉଲ୍ଲେଖ ନାହିଁ।
ଯେତେବେଳେ ଆପଣ ଏକ ମେସେଜ୍ ପଠାନ୍ତି ଏକ ଧୁସର ରଙ୍ଗ ଟିକ୍ ଚିହ୍ନ ଦେଖା ଯାଏ। ଏହାର ଅର୍ଥ ଆପଣଙ୍କ ମୋବାଇଲରୁ ଏକ ମେସେଜ୍ ପଠା ଯାଇଅଛି। ଯେତେବେଳେ ଆପଣଙ୍କ ମେସେଜ୍ ସାମନାରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚେ ସେତେବେଳେ ଦୁଇଟି ଧୁସର ଟିକ୍ ଚିହ୍ନ ଦେଖାଯାଏ। ଯେତେବେଳେ ଏହି ଦୁଇଟି ଟିକ୍ ଚିହ୍ନ ନୀଳ ରଙ୍ଗରେ ପରିଣୀତ ହୋଇଥାଏ, ଏହାର ଅର୍ଥ ଏହା ଯେ ସାମନାରେ ଥିବା ବ୍ୟକ୍ତି ଆପଣଙ୍କର ମେସେଜ୍ ପଢି ସାରିଛନ୍ତି।

ଏହି ୱେବସାଇଟରେ ଯେତେବେଳେ ଏହା ସର୍ଚ କରିଲୁ ଯେ କ’ଣ ମେସେଜ୍ ପ୍ରେରକ ଏବଂ ପ୍ରାପ୍ତକର୍ତ୍ତାଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ୱ୍ହାଟ୍ସଆପ୍ ମେସେଜ୍ ପଢି ପାରିବ, ସେତେବେଳେ ଜଣା ପଡ଼ିଲା ଯେ ୱ୍ହାଟ୍ସଆପ୍ ରେ ଥିବା ମେସେଜ୍ ଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ସିଷ୍ଟମ ମାଧ୍ୟମରେ ସୁରକ୍ଷିତ ଥାଏ। ତେଣୁ କେବଳ ସରକାର ନୁହେଁ, ୱ୍ହାଟ୍ସଆପ୍ କମ୍ପାନୀ ଅଧିକାରୀ ମାନେ ମଧ୍ୟ ଆପଣଙ୍କର ମେସେଜ୍ ପଢି ପାରିବେ ନାହିଁ।

ଏହି ମେସେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିଆଇବି ମଧ୍ୟ ଟୁଇଟ କରି ଏହି ଦାବିକୁ ମିଥ୍ୟା ବୋଲି ପ୍ରକାଶ କରିଛି। ଟୁଇଟରେ କୁହା ଯାଇଅଛି, “ୱ୍ହାଟ୍ସଆପ୍ ରେ ଟିକ୍ ମାର୍କ ସମ୍ବନ୍ଧୀୟ ଭାଇରାଲ ହେଉଥିବା ଦାବି ସମ୍ପୂର୍ଣ ଭାବରେ ଭିତ୍ତିହୀନ ଅଟେ। ସରକାର ନାଗରିକଙ୍କ ବାର୍ତ୍ତା ଏପରି ପଢେ ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ କେବଳ ୱ୍ହାଟ୍ସଆପ୍ ବ୍ୟବହାରକାରୀ ମାନେ ବାର୍ତ୍ତା ଆଦାନ-ପ୍ରଦାନ ପଢି ପାରିବେ। କମ୍ପାନୀ ନିଜେ ବାର୍ତ୍ତା ପଢିବାର ସୁବିଧା ପାଇ ନାହିଁ। ଏହା ସହିତ ଆରକାର ମଧ୍ୟ ଏହି ବାର୍ତ୍ତା ପଢି ପାରିବେ ନାହିଁ। ୱ୍ହାଟ୍ସଆପ୍ ରେ ତିନଟି ଟିକ୍ ଚିହ୍ନ କିମ୍ବା ଲାଲ ରଙ୍ଗ ଟିକ୍ ଚିହ୍ନ ଦାବି ମିଥ୍ୟା ଅଟେ।

Title:କ’ଣ ୱ୍ହାଟ୍ସଆପ୍ ରେ ତିନଟି ଲାଲ ଟିକ୍ ଅର୍ଥ ଏହା ଯେ ସରକାର ଆପଣଙ୍କର ମେସେଜ ପଢୀ ସାରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
