
ଆମେ ସମସ୍ତେ ଜାଣୁ ଯେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗାଳରରେ ନିର୍ବାଚନ ଶେଷ ହେଇଛି। ଏହି ନିର୍ବାଚନରେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଇଥିଲା। ରାଜ୍ୟରେ ନିର୍ବାଚନ ଜିତିବାକୁ ଉଭୟ ଦଳ ଆଗ୍ରହୀ ଥିବାରୁ ସମର୍ଥକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ଏଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖା ଦେଇଛି। ଆମେ ଫେସବୁକରେ ଗୋଟିଏ ପୋଷ୍ଟ ସାମନାକୁ ଆସିଲୁ ଯେଉଁଥିରେ ଦାବି କରା ଯାଇଥିଲା ଯେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନରେ ହାରି ଯାଇଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଜାଣିବା ପାଇଁ ଆମେ ନିର୍ବାଚନ ଆୟୋଗର ୱେବସାଇଟ ଯାଇ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀ ସର୍ଚ କରିଲୁ। ସର୍ଚ କରିଲା ପର ଆମେ ଜାଣିବାକୁ ପାଇଲୁ ଯେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୦୯୬୭୩ ଭୋଟ୍ ରେ ବିଜଯ ହାସଲ କରିଥିବା ସମୟରେ ଟିଏମସିର ମମତା ବାନେର୍ଜି ୧୦୭୯୩୭ ଭୋଟ୍ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହା ଦ୍ଵାରା ସ୍ପଷ୍ଟ ହେଇଛି ଯେ ଶୁଭେନ୍ଦୁ ଅଧିଆରୀଙ୍କର ନନ୍ଦିଗ୍ରାମ ନିର୍ବାଚନରେ ପରାସ୍ତ ହୋଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ଅନେକ ନ୍ୟୁଜ ରିପୋର୍ଟ ମିଳିଲା କିନ୍ତୁ ଏହା ମଧ୍ୟରେ କେଉଥିରେ ମଧ୍ୟ ଆମେ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମ ମଣ୍ଡଳୀ ନିର୍ବାଚନରେ ପରାସ୍ତ ହେଇଥିବା ପାଇଲୁ ନାହିଁ।
୩ ମେ ରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଏକ ଅନୁଛେଦ ଅନୁଯାୟୀ ପଶ୍ଚିବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନନ୍ଦିଗ୍ରାମରେ ନିଜ ପ୍ରତିଦ୍ଵନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ଵାରା ପରାସ୍ତ ହେଇଛନ୍ତି। ଅଧିକାରୀ ଡିସେମ୍ବର ୨୦୨୦ ମସିହାରେ ଟିଏମସି ଦଳ ଛାଡ଼ି ବିଜେପି ଦଳରେ ଯୁଡ଼ି ହୋଇଥିଲେ। ତାଙ୍କ ଛଡ଼ା ଟିଏମସି ଦଳ ତ୍ୟାଗ କରି ବିଜେପିରେ ସାମିଲ ହେଇଥିବା କିଛି ଅନ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ବିଜଯ ହାସଲ କରିଛନ୍ତି।

ଏହି ମାର ୨ ତାରିଖରେ ଏକୋନୋମିକ୍ ଟାଇମ୍ସ ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ଏକ ଭିଡିଓରେ କୁହା ଯାଇଅଛି ଯେ ଶୁଭେନ୍ଦୁ ଅଧିକାରୀ ମମତୀ ବାନେର୍ଜିଙ୍କୁ ନନ୍ଦିଗ୍ରାମ ନିର୍ବାଚନରେ ୧୭୩୬ ଭୋଟ୍ ରୁ ହରେଇଛନ୍ତି। ମମତା ବାନେର୍ଜି ନନ୍ଦୀଗ୍ରାମ ନିର୍ବାଚନ ହାରିଛନ୍ତି କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ ହୋଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ହାରି ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ମମତା ବାନେର୍ଜିଙ୍କୁ ୧୭୩୬ ଭୋଟ୍ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି।
Title:କ’ଣ ପଶ୍ଚିମବଙ୍ଗରେ ହେଇଥିବା ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ନିର୍ବାଚନ ହାରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


