
ଗତ ବର୍ଷରୁ ଆମକୁ ଅନେକ ସେଲିବ୍ରେଟି ଏବଂ ରାଜନେତାଙ୍କ ମୃତ୍ୟୁ ହେଇଥିବା ମିଥ୍ୟା ଖବର ଭାଇରାଲ ହେଇଥିବା ଦେଖିବାକୁ ମିଳୁଛି। ଏପରି ଗୋଟିଏ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ରତା ସହିତ ଭାଇରାଲ ହେଉଛି। ପୋଷ୍ଟ ଦାବି ଅନୁଯାୟୀ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
୨୩ ଏପ୍ରିଲରେ ଜଣେ ଫେସବୁକ ୟୁଜର ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ଫୋଟୋ ଶେୟାର କରି ତାଙ୍କ ମୃତ୍ୟୁ ହେଇଛି ବୋଲି ଦାବି କରିଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରିଲୁ ଯେ ଏହି ଗୁଜବ କେଉଁ କାରଣ ଏବଂ କେଉଁ ପ୍ରକାର ସୃଷ୍ଟି ହେଲା। ସର୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ୨୩ ଏପରିଲରେ ସୁମିତ୍ରା ମାହାଜନ ଇନ୍ଦୋରର ବମ୍ବେ ଡାକ୍ତରଖାନାରେ କରୋନା ଚିକିତ୍ସା ନେବା ପାଇଁ ଦାଖଲ ହେଇଥିଲେ। ଏହି ସୂଚନା ଆମକୁ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରୁ ମିଳିଲା।
ଏହା ପରେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨୩ ଏପ୍ରିଲରେ “ଜି ମଧ୍ୟପ୍ରଦେଶ ଛତ୍ତିସଗଡ଼ ନାମକ ଚ୍ୟାନାଲରେ ଏକ ପ୍ରସାରିତ ଭିଡିଓରେ ଏହି ବିଷୟରେ ସୂଚନା ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମାହାଜନଙ୍କ ମୃତ୍ୟୁର ମିଥ୍ୟା ଖବର ଭାଇରାଲ ହେଉଛି। ବର୍ତ୍ତମାନ ଏହି ମିଥ୍ୟା ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସୁମିତ୍ରା ମାହାଜନଙ୍କ ପୁଅ ମନ୍ଦାର ମାହାଜନ ଏହି ମିଥ୍ୟା ଖବରର ଖଣ୍ଡନ କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସୁମିତ୍ରାଙ୍କ କରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।
ଏହା ପାରେ ଆମକୁ ଟୁଇଟରରେ ମଧ୍ୟ ଏଏନଆଇ ନ୍ୟୁଜର ଟୁଇଟ ମିଳିଲା। ଏହି ଟୁଇଟରେ ସୁମିତ୍ରା ମାହାଜନ କହିଛନ୍ତି ଯେ “ଇନ୍ଦୋର ପ୍ରଶାସନ ସହିତ ଯୋଗାଯୋଗ ନକରି ନ୍ୟୁଜ ଚ୍ୟାନାଲ ଗୁଡ଼ିକମୋର ତଥାକଥିତ ମୃତ୍ୟୁ ବିଷୟରେ କିପରି ଏକ ରିପୋର୍ଟ ପ୍ରସାରିତ କରିଲେ? ମୋର ଭଣଜା ଟୁଇଟରରେ ଶଶୀ ଥରୁରଙ୍କ ଦାବିକୁ ଖଣ୍ଡନ କରିଛନ୍ତି କିନ୍ତୁ ବିନା ନିଶ୍ଚିତ କରି ଏହି ଖବର ଘୋଷଣା କରିବାର ତତ୍ପରତା କ’ଣ?”
ଫେକ୍ଟ କୃସେଣ୍ଡୋ ଇନ୍ଦୋରରେ ଅବସ୍ଥିତ ବମ୍ବେ ହସ୍ପିଟାଲର ପ୍ରଶାସନ ବିଭାଗ ସହିତ ଯୋଗାଯୋଗ କରିଲା ପରେ ସେ ଆମକୁ ସୂଚନା ଦେଲେ ଯେ, “ବର୍ତ୍ତମାନ ସୁମିତ୍ରା ମାହାଜନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଲ ଅଛି। ତାଙ୍କର କରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ଚାଲିଛି କିନ୍ତୁ ତାଙ୍କର ମୃତ୍ୟୁ ଖବର ସମ୍ପୂର୍ଣ ମିଥ୍ୟା ଅଟେ।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉପରୋକ୍ତ ଦାବି ଇଥୟା ଅଟେ। ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହୋଇ ନାହିଁ ଏବଂ ତାଙ୍କ କରୋନା ରିପୋର୍ଟ ମଧ୍ୟ ନେହେତିଭ ଆସିଛି।

Title:କ’ଣ କିଛି ଦିନ ପୂର୍ବରୁ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
