କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political Social

ରାଜନେତା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନକଲି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବା କୌଣସି ନୂତନ କଥା ନୁହେଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ନକଲି ଟୁଇଟର ଅନୁସନ୍ଧାନ କରି ପାଠକ ମାନଙ୍କୁ ତାହାର ସତ୍ୟତା ଜଣାଇଛି। ବର୍ତ୍ତମାନ ଏମଏନଏସ ପାର୍ଟି ଦଳ ଅଧ୍ୟକ୍ଷ ରାଜ ଠାକ୍ରେଙ୍କ ନାମରେ ଏକ ଟୁଇଟ ସେଯାର ହେଉଛି ଯେଉଁଥିରେ ଲେଖା ଯାଉଛି ଯେ “ଆମେ କଙ୍ଗନା ପରି ଏକ ସାହାସୀ ମହିଳା ପାଇ ପାରିଥାନ୍ତେ ତେବେ ବାବର ଆଗକୁ ବଢି ପାରିନଥାନ୍ତା। କିନ୍ତୁ ଦୁଖ ଖବର ଏହା ଯେ ଆମକୁ କରିନା ପରି ମହିଳା ମିଳିଲେ ଯେଉଁ ମାନେ ତେମୁରକୁ ଜନ୍ମ ଦିଅନ୍ତି।”

ଏହି ଟୁଇଟକୁ ସେଯାର କରି ଦାବି କରା ଯାଇଛି ଯେ ଏମଏନଏସ ସଭାପତି ରାଜ ଠାକ୍ରେ କଙ୍ଗନା ଏବଂ କରିନାଙ୍କୁ ନେଇ ଟୁଇଟ କରିଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। କିନ୍ତୁ ଏହି ବିଷୟ ନେଇ ଆମକୁ କୌଣସି ବିଶ୍ଵସନୀୟ ସୂଚନା ମିଳିଲା ନାହିଁ। 

ଏହା ପରେ ଆମେ ଭାଇରାଲ ହେଉଥିବା ଟୁଇଟକୁ ଗଭୀରତା ସହିତ ଦେଖିଲୁ। @iRajThackrey ନାମକ ଟୁଇଟର ହେଲଡେଲ ଦ୍ଵାରା ଏହି ଟୁଇଟ କରା ଯାଇଥିବା ଜାଣିବାକୁ ପାଇଲୁ। ଆମେ ଟୁଇଟରରେ ଯାଇ ସମାନ ଟୁଇଟର ଏକାଉଣ୍ଟ ଖୋଜିଲୁ। ଫଳାଫଳରେ ଆମକୁ ତଥ୍ୟ ଜଣା ପଡିଲା ଯେ ଏହି ନାମରେ କୌଣସି ଟୁଇଟର ଏକାଉଣ୍ଟ ଉପଲବ୍ଧ ନାହିଁ। 

https://lh3.googleusercontent.com/wqyWj5ueK61unr-KjKE5pcJzLv4Q95SHGKDSjg-kDDQu5HXf_YC2KHN-qsdYxs_7zCTlCnEOahqT8IUVlDyD1RqJorXxrSRRjwYQ4lK8xm-_Ecf_oWSAiIOqOOvK6c1RlACWnRg

ଏହା ପରେ ଆମେ ଟୁଇଟରରେ ରାଜ ଠାକ୍ରେଙ୍କ ଟୁଇଟର ଏକାଉଣ୍ଟ ଖୋଜିଲୁ। ଫଳାଫଳରେ ଆମେ ଯାନନିବାକୁ ପାଇଲୁ ଯେ ତାଙ୍କ ଅଫିସିଆଲ ଟୁଇଟର ଏକାଉଣ୍ଟର ନାମ ହେଉଛି @RajThackeray। ରାଜ ଠାକ୍ରେଙ୍କ ଅଫିସିଆଲ ଟୁଇଟର ଏକାଉଣ୍ଟ ଭାଇରାଲ ହେଉଥିବା ଟୁଇଟ ଯେଉଁ ଏକାଉଣ୍ଟରୁ କରା ଯାଇଥିଲା, ତାହା ଠାରୁ ଭିନ୍ନ ଅଟେ। 

https://lh5.googleusercontent.com/Ww33DFfs9I5BNFdSLryjcpWO2Vff5e7WNAZ9zNJGo576DL6U7J_QIizWVreBLy6ssK3d74mDgqsOONgYRAoDBm9Qty0SDHVZREpfiOmQIZFNaK5I4B9DKSdpDB2yamsxkCHweqU

Twitter

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଟୁଇଟ ରାଜ ଠାକ୍ରେଙ୍କ ନାମରେ ଏକ ନକଲି ଟୁଇଟ ଅଟେ। ଟୁଇଟ କରା ଯାଇଥିବା ଏକାଉଣ୍ଟ ଟୁଇଟରରେ ଉପଲବ୍ଧ ନାହିଁ।

Avatar

Title:କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *