କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

False Social

ମୁମ୍ବାଇ ବିଏମସି କଙ୍ଗନା ରନାୱାତଙ୍କ କାର୍ଜ୍ଯାଲୟ ଭାଙ୍ଗିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଅନେକ ଲୋକ କଙ୍ଗନାଙ୍କ ସମର୍ଥନ ମଧ୍ୟ କରୁଛନ୍ତି କିନ୍ତୁ କିଛି ଲୋକେ ତାଙ୍କ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଏପରି ଗୋଟିଏ ପୋଷ୍ଟ ଭାଇରାଲ ହେଇହିଲା ଯେଉଁଥିରେ କର୍ଣୀ ସେନା କଙ୍ଗନାଙ୍କ ସମର୍ଥନ ଦେବା ପାଇଁ ଗାଡ଼ିରେ ଆସୁଥିବା ଦାବି କରା ଯାଇଅଛି। ଫେକ୍ଟ କ୍ରୀସ୍କେଣ୍ଡୋ ଓଡ଼ିଆ ସେହି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା। 

୯ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ ଫୋଟୋ ପୋଷ୍ଟ କରି କହିଛନ୍ତି ଯେ ଅମିତାଭ ବଚ୍ଚନ ଟୁଇଟ କରି କହିଛନ୍ତି ଯେ ଯଦି କଙ୍ଗନାଙ୍କ କାର୍ଜ୍ଯାଲୟ ବେଆଇନ ଭାବେ ନିର୍ମାଣ ହେଇଛି ତେବେ ଏହା କୁ ଭାଙ୍ଗିବା ପାଇଁ ମୁମ୍ବାଇ ବିଏମସି କୁ ପୁରା ଆଧିକାର ଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ଅମିତାଭ ବଚ୍ଚନଙ୍କ ଟୁଇଟର ହେଣ୍ଡେଲରେ ଯାଇ ଏହି ଟୁଇଟ ଖୋଜିଲୁ। ପୋଷ୍ଟ କରା ଯାଇଥିବା ଫୋଟୋ ଅନୁସାରେ ଏହି ଟୁଇଟ ୯ ସେପ୍ଟେମ୍ବରରେ କରା ଯାଇଥିଲା। ଆମେ ଅମିତାଭଙ୍କ ଟୁଇଟ ଦେଖିଲା ପରେ ଏପରି ପୋଷ୍ଟ କରା ଯାଇଥିବା ଟୁଇଟ ଆମକୁ ମିଳିଲା ନାହିଁ। ସେପ୍ଟେମ୍ବର ୯ ତାରିଖରେ ଅମିଆଭ ବଚ୍ଚନ କେବଳ ୨ ଟି ଟୁଇଟ କରିଥିଲେ। 

screenshot-twitter.com-2020.09.14-23_16_02.jpg

Twitter | Archive

ଏହା ବ୍ୟତୀତ ଆମେ ଅମିତାଭଙ୍କ ଟୁଇଟରେ ଦେଖିବାକୁ ପାଇଲୁ ଯେ ସେ ସବୁ ଟୁଇଟ କରିବା ପୂର୍ବରୁ ଟୁଇଟ ନମ୍ବର ଲେଖନ୍ତି ଯେଉଁଟା ପୋଷ୍ଟ କରା ଯାଇଥିବା ଫୋଟୋରେ ଏହି ନମ୍ବର ଦେଖିବାକୁ ମିଳି ନାହିଁ। ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। 

tweet number.jpg

ଏହା ପରେ ଆମେ ଗୁଗୁଲ ରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ହଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ମଧ୍ୟ ଆମକୁ ଅମିତାଭ ବଚ୍ଚନ କଙ୍ଗନାଙ୍କୁ ନେଇ ଟୁଇଟ କରିଥିବା କୌଣସି ସମ୍ବାଦ ବା ପ୍ରମାଣ ମିଳିଲା ନାହିଁ। ଏହା ପରେ ଆମକୁ ସନ୍ଦେହ ହେଲା ଯେ ଏହି ପୋଷ୍ଟ ନକଲି ଟୁଇଟ ଅଟେ ଯେଉଁଟା ଟୁଇଟ ଜେନେରେଟର ବ୍ୟବହାର କରି ବନା ଯାଇଅଛି। ଆମେ ଗୁଗୁଲରେ ଟୁଇଟ ଜେନେରେଟର ଲେଖି ସର୍ଚ କରିଲା ପରେ ଆମକୁ ଟୁଇଟ ଜେନ୍ ନାମକ ଗୋଟିଏ ୱେବସାଇଟ ମିଳିଲା ଯେଉଁତିରେ କୌଣସିଭି ନକଲି ଟୁଇଟ ବନା ଯାଇ ହେବା ସମ୍ଭବ।

Fake tweet generator from Siddharth Sahu on Vimeo.

Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଅମିତାଭଙ୍କ ନାମରେ ପୋଷ୍ଟ କରା ଯାଉଥିବା ଟୁଇଟ ନକଲି ଅଟେ। ଅମିତାଭ ବଚ୍ଚନ କଙ୍ଗନାଙ୍କୁ ନେଇ କୌଣସି ଟୁଇଟ କରି ନାହାନ୍ତି। ଟୁଇଟ ଜେନେରେତୋର ୱେବସାଇଟ ବ୍ୟବହାର କରି ଏହି ଟୁଇଟ ସୃଷ୍ଟି କରା ଯାଇଅଛି।  

Avatar

Title:କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *