
ଫୋର୍ବସ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ହେଉଛନ୍ତି ବିଶ୍ଵର ସପ୍ତମ ଶିକ୍ଷିତ ନେତା।
ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଏହି ପୋଷ୍ଟର ଦାବି?
୧୨ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଫୋର୍ବସ୍ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଫୋର୍ବସ୍ ମ୍ୟାଗାଜିନରେ ଶିକ୍ଷିତ ନେତାଙ୍କର ଲିଷ୍ଟ୍ସର୍ଚ କରିଲୁ। କିନ୍ତୁ ଆମକୁ ଫୋର୍ବସ୍ ଦ୍ଵାରା ଏପରି କୌଣସି ଲିଷ୍ଟ୍ ଦେଖିବାକୁ ମିଳିଲା ନାହିଁ। ଫୋର୍ବସ୍ ଇଣ୍ଡିଆ ଟୁଇଟର ଏକାଉଣ୍ଟରେ ମଧ୍ୟ ଏପରିକାଉନସି ସୂଚନା ନାହିଁ।

ଏହା ପରେ ଆମେ ଗୁଗୁଲରେ ଏହି ବିଷଶୟରେ ସର୍ଚ କରିଲା ପରେ ଆମକୁ ୧୦ ସେପ୍ଟେମ୍ବରରେ ୟୁ୨ବି ନାମକ ୱେବସାଇଟରେ ବିଶ୍ଵର ସର୍ବ ଶିକ୍ଷିତ ୬ଟି ନେତାଙ୍କ ଶିକ୍ଷା ବିଷୟରେ ସୂଚନା ଦିଆ ଯାଇଅଛି। ଜର୍ମାନ ଚାନ୍ସେଲର ଏଞ୍ଜେଲା ମାର୍କେଳ ବର୍ତ୍ତମାନ ସବୁଠାରୁ ଶିକ୍ଷିତ ନେତା ଅଟନ୍ତି। ସେ ଜର୍ମାନ ଏକାଡେମି ଅଫ ସାଇନ୍ସଋ କ୍ଵାଣ୍ଟମ ରସାୟନରେ ପି.ଏଚ.ଡି କରିଛନ୍ତି।
ଏହି ସବୁ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାମ ନାହିଁ।
ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ରାହୁଲ ଗାନ୍ଧୀଙ୍କ ଶିକ୍ଷା ବିଷୟରେ ଜାଣିବାକୁ ମିଳିଲା। ଭାରତୀୟ ସରକାରୀ ପୋର୍ଟାଲରେ କୁହା ଯାଇଅଛି ଯେ ରାହୁଲ ଗାନ୍ଧୀ ରୋଲିନ୍ସ କଲେଜ୍, ଫ୍ଲୋରିଡ଼ା ଏବଂ ଟ୍ରିନୀଟି କଲେଜ୍ ଏବଂ କେମ୍ବ୍ରିଜ ବିଶ୍ଵବିଇଦ୍ୟାଳୟ ରୁ ବି.ଏ ଏବଂ ଏମ.ଫିଲ ଦେଗ୍ରୀ ପ୍ରାପ୍ତ କରିଛନ୍ତି।

ଶେଷକଥା:
ତାଲିକାରେ ରାହୁଲ ଗାନ୍ଧୀ ସପ୍ତମ ସ୍ଥାନରେ ଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False