ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ। 

False International

ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଲା ପରେ ସୋସିଆଲ ମିଡିଆରେ ଯୁଧ୍ୟର ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଫୋଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବନ୍ଧୁକ ଧରି ଛିଡା ହୋଇଛନ୍ତି। ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ଯେ ରୁଷ ବିରୁଦ୍ଧରେ ସେନାରେ ନିଜ ଯୋଗଦାନ ଦେଇଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

୨୮ ଫେବୃଆରିରେ PPL News- Odia ର ଫେସବୁକ ପେଜରେଏକ ଭିଡିଓ ପୋଷ୍ଟ କରା ଯାଇଛି ଯେଉଁଥିରେ କୁହା ଯାଇଛି ଯେ, “ବନ୍ଧୁକ ଧରିଲେ ୟୁକ୍ରେନ୍ ସୁନ୍ଦରୀ। ସେ ୨୦୧୫ ନିସ୍ ଗ୍ରାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ୟୁକ୍ରେନର ପ୍ରତିନିଧିତ୍ଵ କରିଥିଲେ। ଲେନା ତାଙ୍କ ଇଂଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ ସେ ତାଙ୍କ ଘରର ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି। ଜୋ ୟୁକ୍ରେନ୍ ସୀମାରେ ପ୍ରବେଶ କରିବା ତାକୁ ମାରି ଦିଆ ଜୀବନିଜ ଦେଶକୁ ରୁଷ ଠାରୁ ରକ୍ଷା କରିବା ପାଇଁ ଆନାସ୍ତାସିଆ ସେନାରେ ଯୋଗଦାନ ଦେଇଛନ୍ତି

Facebook | Archive

ଏହି ଖବର ନବଭାରତ ଟାଇମ୍ସ, ଜି ରାଜସ୍ଥାନ, ଏବିଇପି ନ୍ୟୁଜ୍ ଏବଂ ରିପବ୍ଲିକ୍ ଭାରତ ମଧ୍ୟ ପ୍ରସାରିତ କରିଛି। 

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓରେ କୁହା ଯାଇଛି ଯେ ସେନାରେ ଯୋଗଦାନ ଦେବା କଥା ଆନାସ୍ତାସିଆ ନିଜ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି। ସେଥିପାଇଁ ଆମେ ଆନାସ୍ତାସିଆଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ଯାଇ ସର୍ଚ୍ଚ କରିଲୁ। ୨୨ ଫେବୃଆରି ୨୦୨୨ରେ ସେ ନିଜ ବନ୍ଧୁକ ଧରି ଛିଡା ହୋଇଥିବା ଫୋଟୋ ପୋଷ୍ଟ କରିଛନ୍ତି ଯାହାର କ୍ୟାପସନ୍ ରେ #ଷ୍ଟାଣ୍ଡୱୀଥୟୁକ୍ରେନ୍ ଏବଂ #ହେଣ୍ଡ୍ସଅଫ୍ୟୁକ୍ରେନ୍ ଉଲ୍ଲେଖ କରିଛନ୍ତି। 

୨୮ ଫେବୃଆରି ରେ ଆମକୁ ଆନାସ୍ତାସିଆଙ୍କ ଦ୍ଵାରା ଏକ ଭିଡିଓ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଜଣେ ସାଧାରଣ ନାଗରିକ ଅଟନ୍ତି ଏବଂ ସେନାରେ ଯୋଗଦାନ ଦେଇ ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏୟାରସଫ୍ଟ ଖେଳିବାକୁ ପସନ୍ଦ କରନ୍ତି ଏବଂ ତାଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ବନ୍ଧୁକ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରର ଫୋଟୋ ଏହି ଖେଳ ଖେଳୁଥିବା ସମୟର ଫୋଟୋ ଅଟେ। ପୋଷ୍ଟ ମାଧ୍ୟମରେ ସେ ଏହା ମଧ୍ୟ କହିଛନ୍ତି ଯେ କେଉଁ ପ୍ରକାର ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ଏବଂ ନିଜ ଦେଶକୁ ୟୁକ୍ରେନ୍ ଠାରୁ ଉଦ୍ଧାର ହେବାର ପ୍ରାର୍ଥନା କରୁଛନ୍ତି। 

ଏୟାରସଫ୍ଟ କ’ନ?

ଏୟାରସଫ୍ଟ ହେଉଛି ଏକ ଖେଳ ଯେଉଁଥିରେ ଦୁଇ ଦଳର ଖେଳାଳି ପରସ୍ପରକୁ ଏୟାରସଫ୍ଟ ବନ୍ଧକ ନାମକ ଏକ ଅସ୍ତ୍ର ସହିତ ପ୍ଲାଷ୍ଟିକ ଗୁଳିରେ ତ୍ୟାଗ କରି ବିଲୋପ କରନ୍ତି। ଏହି ଖେଳ ପେଣ୍ଟବଲ୍ ପରି ସମାନ। 

ଶେଷକତ୍ରହା

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲୁ। ପୂର୍ବତବ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ନିଜ ଦେଶକୁ ରୁଷ ଠାରୁ ରକ୍ଷା କରିବା ପାଇଁ ସେନାରେ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ହେଉଥିବା ଫୋଟୋ ତାଙ୍କ ଏୟାରସଫ୍ଟ ଖେଳ ଖେଳୁଥିବା ସମୟର ଅଟେ।

Avatar

Title:ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *