
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଗୁରୁତର ପୋଷ୍ଟ। ପୋଷ୍ଟରେ ଦେଖିବାକୁ ମିଳିଛି ଏକ ପୁରୁଣା ଖବରକାଗଜ। ଖବରକାଗଜ ନାମ ହେଉଛି “ଦି ଡେଲି ବନ୍ଦେ ମାତରମ।” ପୋଷ୍ଟ ଦେଖି ସ୍ପଷ୍ଟ ହେଉଛି ଯେ ଏହା ଏକ ପୁରୁଣା ଏବଂ ଉର୍ଦୁ ଭାଷାର ପରିକା। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଖବରକାଗଜର ମାଲିକ ଏକ ମୁସଲିମ ଥିଲେ ଏବଂ ଏହାର ସମସ୍ତ କର୍ମଚାରୀ ମଧ୍ୟ ମୁସଲିମ ଥିଲେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଜଣେ ଫେସବୁକ ବ୍ୟବହାରକାରୀ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଫୋଟୋରେ ଥିବା ଖବରକାଗଜ ହେଉଛି ଦି ଡେଲି ବନ୍ଦେ ମାତରମ ଖବରକାଗଜ। “ଯେଉଁ ମୁସଲିମ ମାନେ ଆଜି କହୁଛନ୍ତି ଯେ ଇସଲାମରେ ବନ୍ଦେ ମାତରମ କହିବା ହରାମ ଅଟେ, ସେମାନେ ଦେଖି ନିଅନ୍ତୁ, ଏହା ୧୪ ଏପ୍ରିଲ ୧୯୩୧ ମସିହାର ଲାହୋର ସହରର ଏକ ଉର୍ଦୁ ଖବରକାଗଜ ଅଟେ। ଏହାର ନାମ ବନ୍ଦେ ମାତରମ ଅଟେ। ଏହି ଖବରକାଗଜର ମାଲିକ ଜଣେ ମୁସଲିମ ଥିଲେ ଏବଂ ଏହି ଖବରକାଗଜର ସମସ୍ତ କର୍ମଚାରୀ ମଧ୍ୟ ମୁସଲିମ ଥିଲେ।”

ସମାନ ପୋଷ୍ଟ ଆମକୁ ୧୪ ସେପ୍ଟେମ୍ବରରେ ମଧ୍ୟ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟ ୨୦୧୭ ମସିହାରୁ ସୋସିଆଲ ମିଇଆରେ ଭାଇରାଲ ହେଉଥିବା ଜଣା ପଡିଛି। ଆମକୁ ସମାନ ପୋଷ୍ଟ ୨୦୧୭ ମସିହାରେ ଟୁଇଟରର ଏକ ଏକାଉଣ୍ଟ “କାଶ୍ମିରୀ ପଣ୍ଡିତ ନ୍ୟୁଜ” ରେ ଟୁଇଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଦେଖିଲା ପରେ ଆମକୁ ଫୋଟୋର ଡାହାଣ ପାର୍ଶ୍ଵରେ ଉର୍ଦୁରେ ଏକ ବକ୍ସ୍ ରେ କିଛି ଲେଖା ଯାଇଥିବା ଇଲିଳା। ଆମେ ଆମ ଉର୍ଦୁ ପଢୀ ଜାନୁଥିବା ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଲୁ। ସେ କହିଲେ ଯେ ଏହି ବକ୍ସ୍ ରେ କିଛି ନାମ ଲେଖା ଯାଇଛି ଯେଉଁ ମାନେ ସମ୍ଭବତଃ ଖବରକାଗଜ ସହିତ କାମ କରୁଥିଲେ। ଡାହାଣ ପାର୍ଶ୍ଵରେ ଲେଖା ଯାଇଥିବା ବ୍ୟକ୍ତିଙ୍କ ନାମ ହେଲା ‘କୁମାରୀ ବଗବତୀ ଏବଂ ଲାଲା ରାମ।’ ଖବରକାଗଜର ଶୀର୍ଷକରେ ‘ସର୍ଦ୍ଦାର ଭଗତ ସିଂହ, ଶ୍ରୀ ରାଜଗୁରୁ ଏବଂ ଶ୍ରୀ ସୁଖଦେବଙ୍କ ବିନାଶର ବର୍ବରତା ଉପରେ ଅନୁସନ୍ଧାନ’ ବୋଲି ଲେଖା ଯାଇଛି। ଖବରକାଗଜର ତୃତୀୟ ଭାଗରେ ଭଗତସିଂହଙ୍କ ଦ୍ଵାରା ଜେଲ୍ ରେ ଥିବା ସମୟରେ ଲେଖା ଯାଇଥିବା ଏକ ଚିଠିର ବିବରଣୀ ପ୍ରଖାଶିତ ହୋଇଛି।

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଲାଲାଜି ‘ଉର୍ଦୁ ଡେଲି – ବନ୍ଦେ ମାତରମ’ ଲାହୋରରୁ ପ୍ରାରମ୍ଭ କରିଥିଲେ ଯେଉଁଟା ୫୦୦୦ ଖବରକାଗଜ ପ୍ରକାଶିତ କରିଥିଲା। ୧୦ ମଇ ୧୯୨୭ ମସିହାକୁ ସେ କାଳର ପୋଲିସ ଜବତ କରି ଦେଶଦ୍ରୋହ ଅଭିଯୋଗରେ ୪ ଟି ସମ୍ପାଦକକୁ ଗିରଫ କରିଥିଲା। ଏହି ପତ୍ରିକା ଛଡା ଲାଲା ଲାଜପତ ରାୟ ଅନ୍ୟାନ୍ୟ ପତ୍ରିକାରେ ମଧ୍ୟ ନିଜ ଯୋଗଦାନ ଦେଇଥିଲେ। ନିମ୍ନରେ ଦିଆ ଯାଇଥିବା ଲିଙ୍କ୍ ରେ ଆପଣ ଏହି ବିଷୟରେ ଅଧିକ ସୂଚନା ପାଇବେ।

ଏହା ପରେ ଆମକୁ ଅନ୍ୟ ୱେବସାଇଟରୁ ଗୋଟିଏ ସୂଚନା ମିଳିଲା। ଏହି ୱେବସାଇଟରେ ଆମେରିକାରେ ରହୁଥିବା ଜଣେ ଭାରତୀୟ ନାଗରିକ ଭଗବାନ ସିଂହ ବନ୍ଦେ ମାତରମ ପତ୍ରିକାକୁ ଏକ ଚିଠି ଲେଖିଥିଲେ। ଏହି ଚିଠି ୨୯ ଏପ୍ରିଲ ୧୯୩୫ ମସିହାରେ ଲେଖା ଯାଇଥିଲା। ସେ ଉର୍ଦୁ ଡେଲି ବନ୍ଦେ ମାତରମ ମେଗାଜିନକୁ ଏହି ଚିଠି ମାଧ୍ୟମରେ ଜଣାଇଥିଲେ ଯେ ସେ ଆଗାମୀ ବର୍ଷର ସଦସ୍ଯତା ପାଇଁ ୨୮ ଟଙ୍କାର ଏକ ମନିଅଡର ପଠାଇଥିଲେ। ଏହି ଚିଠିରେ ସେ ଏହି ପତ୍ରିକା ଏବଂ ଲାଲା ଲାଜପତ ରାୟଙ୍କ ବିଷୟରେ ଲେଖି କହିଥିଲେ ଯେ “ଏହି ପତ୍ରିକାର ଦେଶ ବିଦେଶର ସମସ୍ୟାଗୁଡିକ ଉପରେ ସାଧାରଣ ଦୃତିକୋଣ ଯୋଗ୍ୟ ଏବଂ ସୂଚିତ ଅଟେ। ଲାଲା ଲାଜପତ ରାୟ ନିଜ ମୃତ୍ୟୁ ପୂର୍ବରୁ ଭଲ କାମ କରି ଯାଇଛନ୍ତି।”

ଶେଷକଥା:
ଆମ ଅନୁସନ୍ଧାନ ଦ୍ଵାରା ଜଣା ପଡିଲା ଯେ ଉର୍ଦୁ ଡେଲି ବନ୍ଦେ ମାତରମ ପତ୍ରିକାର ପ୍ରତିଷ୍ଠାତା ହେଉଛନ୍ତି ଲାଲା ଲାଜପତ ରାୟ। ଏହି ପତ୍ରିକାର କିଛି ସମ୍ପାଦକ ମଧ୍ୟ ହିନ୍ଦୁ ଥିଲେ। ଏହି ପତ୍ରିକାର ମାଲିକ ଏକ ମୁସଲମାନ ଏବଂ ଏହାର ସମସ୍ତ କର୍ମଚାରୀ ମୁସଲାମ ଥିବା ଦାବି ମିଥ୍ୟା ଅଟେ।

Title:କ’ଣ ୧୯୩୧ ମସିହାର ବନ୍ଦେ ମାତରମ ପତ୍ରିକାର ମାଲିକ ଜଣେ ମୁସଲିମ ଏବଂ ଏହାର କର୍ମଚାରୀ ମାନେ କେବଳ ଇସଲାମ ଧର୍ମର ଲୋକ?
Fact Check By: Siddharth SahuResult: False
